ପ୍ରମୂଖ ଖବର
  • ବଜେଟ୍ ୨୦୨୪: ସଂସଦରେ ଜାମ୍ମୁ-କାଶ୍ମୀର ବଜେଟ୍ ଉପସ୍ଥାପିତ
  • ||
  • ବଜେଟ ୨୦୨୪: ଓଡ଼ିଶା ପର୍ଯ୍ୟଟନର ବିକାଶ ପାଇଁ ବଡ଼ ଘୋଷଣା, ପର୍ଯ୍ୟଟନର ବିକାଶ ପାଇଁ ମିଳିବ ଆର୍ଥିକ ସହାୟତା
  • ||
  • ବଜେଟ୍ ୨୦୨୪: ସରକାରୀ ସହାୟତାରେ ଛାତ ଉପରେ ଲାଗିବ ସୋଲାର ପ୍ୟାନେଲ, ପ୍ରତି ଘରୁ ମାସିକ ୩ଶହ ୟୁନିଟ ବିଜୁଳି ଉତ୍ପାଦନ ଲକ୍ଷ୍ୟ
  • ||
  • ବଜେଟ ୨୦୨୪:୧ କୋଟି ଘରକୁ ମାଗଣା ବିଜୁଳି ଯୋଗାଣ ହେବ,ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ମୁକ୍ତ ବିଜୁଳି ଯୋଜନାରେ ମିଳିବ ସୁବିଧା
  • ||
  • ବଜେଟ୍୨୦୨୪: ବନ୍ୟା ମୁକାବିଲା ପାଇଁ ବିହାରକୁ ୧୧, ୫୦୦ କୋଟିର ସହାୟତା,ଆସାମ, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ସିକିମ୍‌କୁ ମିଳିବ ସହାୟତା
  • ||
  • ବଜେଟ ୨୦୨୪: ବନ୍ୟା ନିୟନ୍ତ୍ରଣ ପାଇଁ ସହାୟତା ଘୋଷଣା,ବନ୍ୟା କ୍ଷତିଗ୍ରସ୍ତ ୫ଟି ରାଜ୍ୟକୁ ସ୍ୱତନ୍ତ୍ର ସହାୟତାର ଘୋଷଣା
  • ||
  • ବଜେଟ ୨୦୨୪: ଜମିବାଡ଼ି ସୁବ୍ୟବସ୍ଥିତ କରିବାକୁ ଆରମ୍ଭ ହେବ ଭୂ-ଆଧାର, ଭୂ-ଆଧାର ଜରିଆରେ ଜମିବାଡ଼ି ଡିଜିଟାଇଜେସନ ହେବ
  • ||
  • ବଜେଟ୍ ୨୦୨୪: ମୁଦ୍ରା ଲୋନ୍‌ ୨୦ ଲକ୍ଷକୁ ବୃଦ୍ଧି ଘୋଷଣା କଲେ ଅର୍ଥମନ୍ତ୍ରୀ,ଧାର୍ଯ୍ୟ ସମୟରେ ପୈଠ କରିଥିବା ବ୍ୟକ୍ତି ଲୋନ୍‌ ପାଇପାରିବେ
  • ||
  • ବିଜେଟ୍ ୨୦୨୪-୨୫: ଗୟାରେ ହେବ ଇଣ୍ଡଷ୍ଟିଆଲ୍ କରିଡ଼ିର, ୧ ହଜାର ଆଇଟିଆଇକୁ ଅପଗ୍ରେଡ୍ କରାଯିବ
  • ||
  • ବିହାର, ଆନ୍ଧ୍ରପ୍ରଦେଶ ପାଇଁ ବଡ଼ ଘୋଷଣା କଲେ ଅର୍ଥମନ୍ତ୍ରୀ, ପୋଲାଭରମ ପ୍ରକଳ୍ପ ଶୀଘ୍ର ସମାପ୍ତ ହେବ, ବିହାରରେ ଏୟାରପୋର୍ଟ, ମେଡିକାଲ କଲେଜ ବିକାଶ
  • ||
  • ସପ୍ତମ ଥର ପାଇଁ ବଜେଟ ଉପସ୍ଥାପନ କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
  • ||
  • ବିଧାନସଭା ଅଧିବେଶନର ଦ୍ବିତୀୟ ଦିନ, ୪ଟା ଯାଏଁ ଗୃହ ମୁଲତବି
  • ||

ଆଜି ନନ୍ଦନକାନନ ରୋପୱେ ଉଦ୍‌ଘାଟନ୍, ଶନିବାରଠାରୁ ବୁଲିବେ ପର୍ଯ୍ୟଟକ

ବାରଙ୍ଗ,୧୭/୧୧: ଦୀର୍ଘ ୧୨ ବର୍ଷ ଅପେକ୍ଷାର ଅନ୍ତ ଘଟିବାକୁ ଯାଉଛି । ନନ୍ଦନକାନନରେ ଚାଲିବ ରୋପୱେ । ଶୁକ୍ରବାର ଅପରାହ୍ଣ ୪ଟାରେ ଜଙ୍ଗଲ  ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ପ୍ରଦୀପ  କୁମାର ଅମାତ ଏହାକୁ ଉଦ୍‌ଘାଟନ କରିବେ । ଫଳରେ  ଶନିବାରଠାରୁ ପର୍ଯ୍ୟଟକମାନେ ରୋପୱେରେ ବୁଲିବାର  ମଜା ଉଠାଇ ପାରିବେ । ଉଭୟ ପ୍ରାଣୀ ଉଦ୍ୟାନ ଓ  ଉଦ୍ଭିଦ ଉଦ୍ୟାନରେ ସୋମବାର ବ୍ୟତୀତ ପ୍ରତ୍ୟେକ  ଦିନ ସକାଳ ୮ଟାରୁ ଅପରାହ୍ଣ ୪ଟା ମଧ୍ୟରେ ପର୍ଯ୍ୟଟକ  ରୋପୱେରେ ବୁଲିପାରିବେ । 

ରୋପ୍‌ୱେରେ ବୁଲିବା  ପାଇଁ ଟିକଟ ମୂଲ୍ୟ (ଉଭୟ ଉଦ୍ୟାନର ପ୍ରବେଶ ଶୁକ୍ଲ  ଛଡ଼ା) ୧୨୦ ଟଙ୍କା ନିର୍ଦ୍ଧାରଣ କରାଯାଇଛି । ଯେଉଁ ପର୍ଯ୍ୟଟକ ପ୍ରାଣୀ ଉଦ୍ୟାନରୁ ଉଦ୍ଭିଦ ଉଦ୍ୟାନକୁ  ରୋପ୍‌ୱେରେ ଯାଇ ଉଦ୍ଭିଦ ଉଦ୍ୟାନ ବୁଲିବାକୁ ଚାହୁଁଛନ୍ତି  ସେମାନେ ଅଧିକ ୨୦ଟଙ୍କା ଅର୍ଥାତ୍‌ ୧୪୦ ଟଙ୍କା ଦେବାକୁ  ପଡ଼ିବ । କିନ୍ତୁ ୧୨ ବର୍ଷରୁ କମ୍‌ ବୟସର ପିଲାମାନଙ୍କ  ପାଇଁ ଏହି ଦର ଲାଗୁ ହେବ ନାହିଁ । ସେହିପରି ଉଦ୍ଭିଦ  ଉଦ୍ୟାନରୁ ପ୍ରାଣୀ ଉଦ୍ୟାନକୁ ରୋପୱେରେ ଯାଇ ପ୍ରାଣୀ  ଉଦ୍ୟାନ ବୁଲିବାକୁ ହେଲେ ପର୍ଯ୍ୟଟକଙ୍କୁ ୫୦ଟଙ୍କା  ଅଧିକ ଅର୍ଥାତ୍‌ ୧୭୦ ଟଙ୍କା ଦେବାକୁ ପଡ଼ିବ । ୩ରୁ ୧୨ ବର୍ଷ ବୟସର ପିଲାଙ୍କ ପାଇଁ ୧୦ ଟଙ୍କା ଅଧିକ ଅର୍ଥାତ  ୧୩୦ ଓ ବିଦେଶୀ ପର୍ଯ୍ୟଟକଙ୍କ ପାଇଁ ୧୦୦ଟଙ୍କା ଅଧିକ  ଅର୍ଥାତ ୨୨୦ଟଙ୍କା ଦେବାକୁ ହେବ ।  

ସୂଚନାଯୋଗ୍ୟ, ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ  ୧୯୮୮ ମସିହାରେ ରୋପୱେ ଚାଲିବା ପାଇଁ ଭୂମିପୂଜନ  କରାଯାଇ ୧୦ ଅକ୍ଟୋବର ୧୯୯୪ ମସିହାରେ  କାର୍ଯ୍ୟକ୍ଷମ ହୋଇଥିଲା । ଘାତ ପ୍ରତିଘାତ ମଧ୍ୟରେ  ପ୍ରାୟ ୧୭ ବର୍ଷ ପର୍ଯ୍ୟଟକ ରୋପୱେରେ ବୁଲିବାର ମଜା ଉଠାଇଥିଲେ । ୨୦୧୧ ଫେବୃୟାରୀରୁ ସମ୍ପୂର୍ଣ୍ଣ ଭାବରେ  ରୋପୱେକୁ ଅସୁରକ୍ଷିତ ଘୋଷଣା କରାଯାଇ ବନ୍ଦ  କରାଯାଇଥିଲା । ସେବେଠାରୁ ନନ୍ଦନକାନନ ବୁଲିବାକୁ  ଆସୁଥିବା ପର୍ଯ୍ୟଟକ ରୋପୱେ ବୁଲିବାରୁ ବଞ୍ଚିତ  ହୋଇ ନିରାଶ ହେଉଥିଲେ । ପୁଣି ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ପ୍ରଚେଷ୍ଟାରେ ୨୦୧୬ ମସିହାରେ  କୋଲକାତାର ଦାମୋଦର କମ୍ପାନିକୁ ରୋପୱେ ନିର୍ମାଣ  ଦାୟିତ୍ୱ ଦିଆଯାଇଥିଲା । କିନ୍ତୁ କେନ୍ଦ୍ରିୟ ଜଙ୍ଗଲ ଓ  ପରିବେଶ ବିଭାଗ ପକ୍ଷରୁ ମଞ୍ଜୁରି ନମିଳିବାରୁ ଏହା  ବନ୍ଦ ରହିଥିଲା । 

ପୁଣି ୮ ଅକ୍ଟୋବର ୨୦୨୧ରେ  ସେତେବେଳର ଜଙ୍ଗଲ ପରିବେଶ ଓ ଜଳବାୟୁ  ପରିବର୍ତ୍ତନ ମନ୍ତ୍ରୀ ଟଏ ଟ୍ରେନ୍‌ ଉଦ୍‌ଘାଟନ କରିବା ସହିତ  ରୋପୱେର ଭୂମିପୂଜନ କରିଥିଲେ । ନନ୍ଦନକାନନ  ରୋପୱେରେ ମୋଟ ୧୨ଟି କ୍ୟାବିନ୍‌ ରହିଛି । ପ୍ରତ୍ୟେକ  କ୍ୟାବିନରେ ୬ଜଣ ପର୍ଯ୍ୟଟକ ବସିବାର ସୁବିଧା ଅଛି ।  ଦୁଇ ଉଦ୍ୟାନର ଦୁଇକଡ଼ରେ ଥିବା ଦୁଇଟି ଟାୱାର  ମଧ୍ୟରେ ଓ କାଞ୍ଜିଆ ହ୍ରଦ ଉପରେ ରୋପୱେ ଚାଲିବ।  ପର୍ଯ୍ୟଟକ ରୋପୱେରେ ବୁଲିବା ସମୟରେ ଦୁଇ  ଉଦ୍ୟାନ ମଧ୍ୟସ କାଞ୍ଜିଆ ହ୍ରଦର ନୀଳ ଜଲରାଶି ସହିତ  ଏକ ମନୋରମ ଦୃଶ୍ୟ ଉପଭୋଗ କରିପାରିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.