ପ୍ରମୁଖ ଖବର
  • WPL-2024: ଦିଲ୍ଲୀ କ୍ୟାପିଟାଲ୍ସର ଦମଦାର ପ୍ରଦର୍ଶନ, ଗୁଜରାଟକୁ ୨୫ରନ୍‌ରେ ହରାଇଲା
  • ||
  • କଳାହାଣ୍ଡିରେ ଇନ୍ଦ୍ରାବତୀ ଦକ୍ଷିଣ କେନାଲରେ ୨୦ ଫୁଟ୍‌ର ଘାଇ, ଦେପୁରରେ କୃତ୍ରିମ ବନ୍ୟା
  • ||
  • ରାଜ୍ୟରେ ବଦଳିବ ପାଣିପାଗ ମିଜାଜ: ଆଜିଠୁ କମିବ ତାତି, ୭ ଜିଲ୍ଲାରେ ବର୍ଷା ସମ୍ଭାବନା
  • ||

ବିଶ୍ୱ କର୍କଟ ଦିବସ, ପ୍ରମେୟ ନ୍ୟୁଜ ସେଭେନ ତରଫରୁ କଟକରେ ‘ଓ୍ବାକାଥନ’ ଆୟୋଜିତ

କଟକ ୦୪।୦୨ : ଆଜି ବିଶ୍ୱ କର୍କଟ ଦିବସ । କ୍ୟାନ୍‌ସର ଡେ ଅବସରରେ ପ୍ରମେୟ ନ୍ୟୁଜ ସେଭେନ ତରଫରୁ କଟକରେ ଆୟୋଜିତ ହୋଇଯାଇଛି ଓ୍ବାକ ଫର୍ ଦ ଓ୍ବାରିୟର୍ସ କାର୍ଯ୍ୟକ୍ରମ। ଏହି କାର୍ଯ୍ୟକ୍ରମରେ କଟକର ବୁଦ୍ଧିଜୀବୀ ଓ ଛାତ୍ରଛାତ୍ରୀ ମାନେ ବାରବାଟୀ ଷ୍ଟାଡିୟମ ଭିତରେ ଥିବା ଜାଭିୟର୍ସ ସ୍କୁଲ ନିକଟରୁ ବାଲିଯାତ୍ରା ପଡିଆ ପର୍ଯ୍ୟନ୍ତ ଏକ ପଦଯାତ୍ରାରେ ଯାଇଥିଲେ। କ୍ୟାନସର ସମ୍ପର୍କରେ ସଚେତନତା ସୃଷ୍ଟି ପାଇଁ ପ୍ରମେୟ ନ୍ୟୁଜ ସେଭେନ ତରଫରୁ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି।

ଓ୍ବାକାଥନ କାର୍ଯ୍ୟକ୍ରମ‌ରେ ପୂର୍ବତନ ଅନ୍ତର୍ଜାତୀୟ କ୍ରିକେଟର ତଥା ଓଡିଶା କ୍ରିକେଟ ଟିମ୍ କୋଚ ଦୀନେଶ ମୋଙ୍ଗିଆ,କଟକ ଡିସିପି କନଓ୍ବର ବିଶାଲ ସିଂ,ଭାରତ ମସଲା ଚେୟାରମ୍ୟାନ ସୁରେନ୍ଦ୍ର ପଣ୍ଡା, ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ଆଥଲେଟ ଅନୁରାଧା ବିଶ୍ଵାଳ, ଅମୀୟ ମଲ୍ଲିକ,ପ୍ରମେୟ ନ୍ୟୁଜ ସେଭେନ ସିଇଓ ସୁନୀଲ ଦାସ ଓ ପ୍ରମେୟ ନ୍ୟୁଜ ସେଭେନର ସେଲସ୍ ଡାଇରେକ୍ଟର ହିମାଂଶୁ ହୋତା ପତାକା ଦେଖାଇ ଏହି ଓ୍ବାକାଥନକୁ ଆରମ୍ଭ କରିଥିଲେ।


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.