ପ୍ରମୁଖ ଖବର
  • ପାରାଦୀପ: ବିଦେଶୀ ଜାହାଜରେ ୨୨୦ କୋଟିର କୋକେନ୍‌ ଜବତ ମାମଲା, କ୍ରୁ ମେମ୍ବରଙ୍କୁ ଜେରା କରୁଛି ଏନ୍‌ସିବି ଟିମ୍‌
  • ||
  • ଭୁବନେଶ୍ୱର: ଚାକିରୀରୁ ବିଦା ହେଲେ ବୈପାରୀଗୁଡ଼ା ଥାନା IIC, ୩୭ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କା ଜବତ କରିଥିଲା ଭିଜିଲାନ୍ସ
  • ||
  • ଆଜି ଜାତୀୟ ପ୍ରଦୂଷଣ ନିୟନ୍ତ୍ରଣ ଦିବସ: ପ୍ରଦୂଷଣ କମାନ୍ତୁ, ପ୍ରକୃତି ବଞ୍ଚାନ୍ତୁ
  • ||
  • ଭୁବନେଶ୍ୱର: ପାହାଳରେ ଟ୍ରକ୍‌କୁ ପିଟିଲା କାର୍, ଡ୍ରାଇଭରଙ୍କ ସହ ୩ ମୃତ
  • ||
  • ଭୁବନେଶ୍ୱର: ଆଜିଠୁ ଏମ୍‌ଆର୍‌ଏଫ୍‌ଟି ଆବେଦନ ଆରମ୍ଭ, ୩୦୦ ପିଲାଙ୍କୁ ମିଳିବ ଗବେଷଣା ପାଇଁ ଛାତ୍ରବୃତ୍ତି
  • ||
  • ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଗଭୀର ଅବପାତ, ୩ରେ ନେବ ବାତ୍ୟା ରୂପ: ୫ରୁ ପ୍ରବଳ ବର୍ଷା ସମ୍ଭାବନା, ଫସଲ ନଷ୍ଟ ଆଶଙ୍କା
  • ||
  • ଭୁବନେଶ୍ୱର: ୱାଟ୍‌କୋ ଦାଦାଗିରି: ରାତିଅଧିଆ ବନ୍ଦ କରିଦେଲେ ଗଣ୍ଡମୁଣ୍ଡା-ଜାଗମରା ରାସ୍ତା, ଇଟାଲୀରେ ମଉଜ କରୁଛନ୍ତି ଯନ୍ତ୍ରୀ
  • ||
  • ଭୁବନେଶ୍ୱର: ଏଲ୍‌-ନିନୋ ପ୍ରଭାବ: ଏ ବର୍ଷ ଶୀତ ପ୍ରକୋପ ପୂରା କମ୍‌, ଫେବ୍ରୁଆରୀରୁ ମାଡ଼ି ଆସିବ ତାତି
  • ||

ଆସନ୍ତା ୨୧ରୁ ଯୁକ୍ତ ଦୁଇ ପରୀକ୍ଷା ଫର୍ମ ପୂରଣ, ଡିସେମ୍ବର ୭ ପର୍ଯ୍ୟନ୍ତ ଫର୍ମ ପୂରଣ ସୁଯୋଗ

ଭୁବନେଶ୍ୱର,୧୮/୧୧ ଆସନ୍ତା ୨୧ ତାରିଖରୁ ଯୁକ୍ତ ଦୁଇ ପରୀକ୍ଷା ୨୦୨୪ ପାଇଁ ଆରମ୍ଭ ହେବ ଫର୍ମ ପୂରଣ । ୨୯ ତାରିଖ ମଧ୍ୟରେ ବିନା ଜରିମାନାରେ ଫର୍ମ ପୂରଣ କରିବାର ସୁଯୋଗ ମିଳିବ । ଏହି ସମୟସୀମା ମଧ୍ୟରେ ଫର୍ମପୂରଣ ନକରିପାରିଲେ ଜରିମାନା ଦେଇ ଫର୍ମ ପୂରଣ କରିବାକୁ ପଡ଼ିବ । ତେବେ ଡିସେମ୍ବର ୭ ଫର୍ମ ପୂରଣର ଶେଷ ତାରିଖ । ଏନେଇ ଆଜି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ) ବିଜ୍ଞପ୍ତି ପ୍ରକାଶ ପାଇଛି ।

ଯୁକ୍ତ ୨ ତଥା ଦ୍ୱାଦଶ ଶ୍ରେଣୀ ପରୀକ୍ଷା ପାଇଁ ୨୨ରୁ ୨୦ ତାରିଖ ମଧ୍ୟରେ ଏସ୍‌ବିଆଇ କଲେକ୍ଟ ମାଧ୍ୟମରେ ଫର୍ମ ପୂରଣ ଫି ଦାଖଲ କରିବେ । ଯଦି କୌଣସି ରେଗୁଲାର୍‌ ପିଲା ଏହି ସମୟ ମଧ୍ୟରେ ଫର୍ମ ପୂରଣ କରି ନପାରନ୍ତି ତେବେ ୧୦୦ଟଙ୍କା ଜରିମାନା ଦେଇ ଡିସେମ୍ବର ୧ରୁ ୪ ତାରିଖ ମଧ୍ୟରେ ଫର୍ମ କରିବେ । ଏହି ସମୟ ମଧ୍ୟରେ ଯଦି କୌଣସି ଛାତ୍ରଛାତ୍ରୀ ଫର୍ମ ପୂରଣ କରିନପାରନ୍ତି ତେବେ ତାଙ୍କୁ ୪୫୦ ଟଙ୍କା ଜରିମାନା ସହିତ ଡିସେମ୍ବର ୬ ତାରିଖରୁ ୭ ତାରିଖ ମଧ୍ୟରେ ଫର୍ମ ପୂରଣର ସୁଯୋଗ ଦିଆଯିବ । ସେହିପରି ପରୀକ୍ଷା କେନ୍ଦ୍ର ବଦଳାଇବାର ଶେଷ ତାରିଖ ରେଗୁଲାର ଛାତ୍ରଛାତ୍ରୀଙ୍କ ପାଇଁ ଡିସେମ୍ବର ୭ ତାରିଖ ରହିିଛି । ପରୀକ୍ଷା ଫି ୫୨୦ ଟଙ୍କା  ରଖାଯାଇଥିବା ବେଳେ ପ୍ରତି ପ୍ରାକ୍ଟିକାଲ୍‌ କିମ୍ବା ପ୍ରୋଜେକ୍ଟ ପେପର ପାଇଁ ୪୦ ଟଙ୍କା ରଖାଯାଇଛି । ବିଶେଷ ଆବଶ୍ୟକତା ଥିବା ଛାତ୍ରଛାତ୍ରୀଙ୍କ ପାଇଁ ପରୀକ୍ଷା ଫି ୧୬୫ ଟଙ୍କା ରଖାଯାଇଥିବା ବେଳେ ପ୍ରତି ପ୍ରାକ୍ଟିକାଲ୍‌ କିମ୍ବା ପ୍ରୋଜେକ୍ଟ ପେପର ପାଇଁ ୪୦ଟଙ୍କା ରଖାଯାଇଛି । ସେହିପରି ସ୍ମାରକ ପତ୍ର ପାଇଁ ୧୦୦ ଟଙ୍କା ଦାଖଲ କରିବେ । ଫର୍ମ ପୂରଣ ସମୟରେ ଛାତ୍ରଛାତ୍ରୀ ନିଜର କଲେଜ ପରିଚୟପତ୍ର, ଫଟୋକପି, ଦଶମ ଶ୍ରେଣୀ ସାର୍ଟିଫିକେଟ୍‌ ଦାଖଲ କରିବେ । ଏ ସଂପର୍କିତ ସମସ୍ତ ସୂଚନା ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ ୱେବ୍‌ସାଇଟ୍‌ରେ ଉପଲବ୍ଧ ରହିଛି ।

  • prameyanews
  • PrameyaOdia
  • prameya
  • Copyright © 2022 - Summa Real Media Private Limited. All Rights Reserved.