ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

୭ ଦଫା ଦାବି ନେଇ ରେଙ୍ଗାଳି ବୁଡ଼ି କ୍ଷତିଗ୍ରସ୍ତ ପ୍ରଜାଙ୍କ ଜଳ ସତ୍ୟାଗ୍ରହ ଆନ୍ଦୋଳନ

ପାଲଲହଡ଼ା, ୦୧/୧୨: ରେଙ୍ଗାଳି ବୁଡ଼ି କ୍ଷତିଗ୍ରସ୍ତଙ୍କ ଜଳ ସତ୍ୟାଗ୍ରହ । ପାଲଲହଡା ରେଙ୍ଗାଳି ବିସ୍ଥାପିତ କ୍ଷତିଗ୍ରସ୍ତ ପ୍ରଜା ସଂଘ ସଭାପତି ଡ. ସନ୍ତୋଷ କୁମାର ଦେହୁରୀଙ୍କ ନେତୃତ୍ୱରେ ଜଳ ସତ୍ୟାଗ୍ରହଣ ଆରମ୍ଭ ହୋଇଛି । ଗୁରୁଜାଙ୍ଗ ସ୍ଥିତ ଦ୍ୱିତୀୟ ଚିଲିକାରେ ଶତାଧିକ କ୍ଷତିଗ୍ରସ୍ତ ଅନିର୍ଦ୍ଦିଷ୍ଟ କାଳ ପାଇଁ ଜଳ ସତ୍ୟାଗ୍ରହ ଆରମ୍ଭ କରିଛନ୍ତି ।

ସେମାନଙ୍କ ଅଭିଯୋଗ ସରକାର ସେମାନଙ୍କ ସହ ପ୍ରତାରଣ କରିଛନ୍ତି । ଜଳ ସତ୍ୟାଗ୍ରହରେ ବିଜେପି ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ଅଶୋକ ମହାନ୍ତି ଓ ଜିଲ୍ଲା ବିଜେପି ଉପସଭାପତି ଲିଙ୍ଗରାଜ ଦାସ ସାମିଲ୍ ହୋଇଛନ୍ତି । ୧୯୭୩ ମସିହାରେ ରେଙ୍ଗାଳି ବନ୍ଧ ବହୁମୁଖୀ ଯୋଜନାରେ ପାଲଲହଡା, ଦେବଗଡ଼ ଓ ତାଳଚେରର ୨୬୩ଟି ଗାଁର ୧୨ ହଜାର ପରିବାର କ୍ଷତିଗ୍ରସ୍ତ ହୋଇଥିଲେ ।

ତୀର୍ଥ ଯାତ୍ରା ପାଲଟିଲା ଅନ୍ତିମ ଯାତ୍ରା: ମର୍ମନ୍ତୁଦ ଦୁର୍ଘଟଣାରେ ୮ ମୃତ, ୧୨ ଗୁରୁତର

ସରକାର ୭୦ ଦଶକରେ ନିର୍ଦ୍ଧାରିତ ବଜାର ମୂଲ୍ୟ ଅନୁସାରେ ଏକର ପ୍ରତି ସର୍ବନିମ୍ନ ୫୦୦ ଓ ସର୍ବାଧିକ ୪୫୦୦ ଟଙ୍କା ଦେଇଥିବା କହିଛନ୍ତି ଆନ୍ଦୋଳନକାରୀ । ଏପରିକି ବହୁ ବିସ୍ଥାପିତ ବର୍ତ୍ତମାନ ସୁଦ୍ଧା କ୍ଷତିପୂରଣ ରାଶି ପାଇ ନଥିବା ଅଭିଯୋଗ କରିଛନ୍ତି । ୨୦୧୦ରେ ସରକାର କରିଥିବା ଘୋଷଣା ଅନୁସାରେ, ଏକର ପିଛା ୫୦ ହଜାର ଟଙ୍କା ଦିଆ ଯାଇଥାନ୍ତା । ତେବେ ସରକାରଙ୍କ ଘୋଷଣା ଆଜି ଯାଏଁ କାର୍ଯ୍ୟକାରୀ ହୋଇନଥିବା ଆନ୍ଦୋଳନକାରୀ କହିଛନ୍ତି ।

ଶୁକ୍ରବାର ମଧ୍ୟାହ୍ନରୁ ବିସ୍ଥାପିତ ହୋଇଥିବା ଶତାଧିକ ପୁରୁଷ, ମହିଳା ଜଳ ସତ୍ୟାଗ୍ରହଣ ଆରମ୍ଭ କରିଛନ୍ତି । ଆନ୍ଦୋଳନ ସ୍ଥଳରେ ପାଲଲହଡ଼ା ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଇନ୍ଦୁରେଖା ପଶ୍ଚିମ କବାଟଙ୍କ ସହ ଏକ ପ୍ଲାଟୁନ୍ ଫୋର୍ସ ସହିତ ସ୍ଥାନୀୟ ପୋଲିସ, ଅଗ୍ନିଶମ କର୍ମଚାରୀ ଉପସ୍ଥିତ ଅଛନ୍ତି । ପାଲଲହଡ଼ା ବିଡିଓ ଦିଲୀପ କୁମାର ବାରା ବିସ୍ଥାପିତଙ୍କ ସହ ଆଲୋଚନା କରୁଛନ୍ତି ।

ସମ୍ବଲପୁର ଯୁବକଙ୍କ ପ୍ରେମରେ ବଙ୍ଗୀୟ ଯୁବତୀ, ହରାଇଲେ ୬୪ ଲକ୍ଷ !


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.