ପ୍ରମୁଖ ଖବର
  • ଧର୍ମଗଡ଼ : ଏସଡିଓଙ୍କ ସନ୍ଦେହଜନକ ମୃତ୍ୟୁ, ସରକାରୀ କ୍ଵାର୍ଟର୍ସରୁ ମିଳିଲା ମୃତଦେହ
  • ||
  • ଭୁବନେଶ୍ଵର : ୧୪ରେ ବିଜେଡି କାର୍ଯ୍ୟକାରିଣୀ ବୈଠକ, ପ୍ରସ୍ତୁତ ହେବ ଆଗାମୀ ରାଜନୈତିକ ଖସଡ଼ା
  • ||
  • ବାଙ୍କୀ : ମହାନଦୀକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ, ଉଦ୍ଧାର କଲେ ଅଗ୍ନିଶମ ବାହିନୀ
  • ||
  • ଅନୁଗୁଳ: ପବିତ୍ର ମୋହନ ପ୍ରଧାନ ସରକାରୀ ହସ୍ପିଟାଲ୍‌ର ଭିଡିଓ କନ୍‌ଫରେନ୍‌ସିଂରେ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ
  • ||
  • ନୂଆଦିଲ୍ଲୀ: ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ଲୋଗୋ ଉନ୍ମୋଚିତ କଲା ଆଇସିସି, ଆମେରିକା ଓ ୱେଷ୍ଟ ଇଣ୍ଡିଜ ମିଳିତ ଭାବେ କରିବେ ଆୟୋଜନ
  • ||
  • ଭୁବନେଶ୍ୱର: ୧୯ ପ୍ରକଳ୍ପକୁ ସିଙ୍ଗିଲ୍‌ ୱିଣ୍ଡୋ ମଞ୍ଜୁରି କଲେ ରାଜ୍ୟ ସରକାର: ୪୮୦୦ କୋଟି ନିବେଶ, ୧୭୫୫୩ ନିଯୁକ୍ତି ସମ୍ଭାବନା
  • ||
  • ଭୁବନେଶ୍ୱର: ବର୍ଷା ପରେ ବଦଳିଲା ପାଗର ମିଜାଜ: ୩ରୁ ୫ ଡିଗ୍ରୀ ଯାଏଁ ତଳକୁ ଖସିବ ରାତିର ପାରଦ,୧୦ରୁ ବଢିବ ଶୀତ
  • ||

‘ମୋ ଘରକୁ ନୂଆ ଅତିଥି ଆସିବାକୁ ଯାଉଛନ୍ତି ...’ , ଭିଡ଼ିଓ ସେୟାର କରି ଗୁଡ୍‌ ନ୍ୟୁଜ୍‌ ଦେଲେ ସୀମା ହାଇଦର

ନୋଏଡା : ପାକିସ୍ତାନରୁ ଭାରତ ଆସିଥିବା ସୀମା ହାଇଦର ବର୍ତ୍ତମାନ ସମୟରେ ଚର୍ଚ୍ଚାରେ ରହିଛନ୍ତି। ଅନେକ ସମୟରେ ସୀମା ନିଜର ୟୁଟ୍ୟୁବ୍‌ ଚ୍ୟାନେଲରେ ସ୍ୱାମୀ ସଚିନ ମୀଣାଙ୍କ ସହ ଭିଡ଼ିଓ ସେୟାର କରିଥାନ୍ତି। ନିକଟରେ ସୀମା ଏକ ନୂଆ ଭିଡ଼ିଓ ସେୟାର କରି ଗୁଡ୍‌ ନ୍ୟୁଜ୍‌ ସେୟାର କରିଛନ୍ତି। ସୀମା ହାଇଦର ଏକ ଭିଡ଼ିଓ ଜାରି କରି କହିଛନ୍ତି , ମୋ ଘରକୁ ନୂଆ ଅତିଥି ଖୁବ୍‌ ଶୀଘ୍ର ଆସିବାକୁ ଯାଉଛନ୍ତି। ସୀମା ହାଇଦର ଏହି କଥା ନିଜର ଭିଡ଼ିଓର ଥମ୍ୱନେଲ୍‌ରେ ଲେଖିଛନ୍ତି। ସୀମା ହାଇଦରଙ୍କ ଏହି ଭିଡ଼ିଓ ଚର୍ଚ୍ଚାରେ ରହିଛି। ସୀମା ହାଇଦର ଭିଡ଼ିଓର ଟାଇଟଲରେ ଲେଖିଛନ୍ତି , ଆଜି ଠାରୁ ନୂଆ ଅତିଥିଙ୍କ ଅପେକ୍ଷା ...।

ଗତ ଅନେକ ଦିନ ହେବ ଖବର ଥିଲା କି, ସୀମା ହାଇଦର ଗର୍ଭବତୀ ଅଛନ୍ତି। ଏଥିରେ ଲୋକ ବିଭିନ୍ନ ପ୍ରକାରର ଅନୁମାନ କରୁଛନ୍ତି। ଏହି ଭିଡ଼ିଓ ସୀମା ନିଜର ନିକଟରେ କରିଥିବା ନୂଆ ରୁମ୍‌ ଓ ଏହାର ସାଜସଜ୍ଜା ବିଷୟରେ କହୁଛନ୍ତି। ଉକ୍ତ ଭିଡ଼ିଓରେ ସୀମା କହୁଛନ୍ତି , ମୋ ଘରକୁ ନୂଆ ଅତିଥି ଆସିବାକୁ ଯାଉଛନ୍ତି ..., ଆଜି ଠାରୁ ନୂଆ ଅତିଥିଙ୍କ ଅପେକ୍ଷା ...। ଏହି କ୍ରମରେ ସୀମା ହାଇଦରଙ୍କ ନୂଆ ଅତିଥି ଆସିବା ଭିଡ଼ିଓକୁ ନେଇ ଲୋକଙ୍କୁ ଲାଗୁଛି କି, ସୀମା ହାଇଦର ପୁଣି ଥରେ ମାଆ ହେବାକୁ ଯାଉଛନ୍ତି।

ଉକ୍ତ ପୂରା ଭିଡ଼ିଓରେ ସୀମା ହାଇଦର କେବଳ ନୂଆ ରୁମ୍‌ ଓ ଘରର ସାଜସଜ୍ଜା , ଏହାର ପରଦା , ବର୍ତନ ଆଦି ଜିନିଷ ଉପରେ କହୁଛନ୍ତି। ହେଲେ ସୀମା ହାଇଦର କିଛି ଦିନ ପୂର୍ବେ ଏକ ଭିଡ଼ିଓ ଚ୍ୟାନେଲକୁ ଦେଇଥିବା ସାକ୍ଷାତକାରରେ ସ୍ପଷ୍ଟ କହିଥିଲେ କି, ସେ ଏବେ ଗର୍ଭବତୀ ନାହାନ୍ତି। ସୀମା ହାଇଦର କହିଛନ୍ତି କି, ଦିନେ ନା ଦିନେ ପିଲା ତ ଜନ୍ମ ନେବ ଏବଂ ଯେବେ ଏମିତି ହେବ , ଏ କଥା କାହାକୁ ଲୁଚା ଯିବନାହିଁ । ଯେବେ କିଛି ବି ହେବ , ମୁଁ ଆପଣଙ୍କୁ ନିଶ୍ଚୟ କହିବି। 

ଉଲ୍ଲେଖନୀୟ ଯେ,  ପବଜୀ ଗେମ୍‌ ଖେଳି ସୀମାଙ୍କୁ ସଚିନଙ୍କ ସହ ପ୍ରେମ ହୋଇ ଯାଇଥିଲା । ସୀମା ସରହଦ ପାରି ହୋଇ ନେପାଳ ରାସ୍ତାରେ ଭାରତରେ ପ୍ରବେଶ କରିଥିଲେ। 

Copyright © 2022 - Summa Real Media Private Limited. All Rights Reserved.