ପ୍ରମୂଖ ଖବର
  • ଫାଷ୍ଟ ପାସେଞ୍ଜର ଟ୍ରେନ୍‌ରେ ନିଆଁ
  • ||
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଜାଲ୍ ସାର୍ଟିଫିକେଟ୍ ମାମଲା, କୋଲକାତା ହାଇକୋର୍ଟର ସମସ୍ତ କାର୍ଯ୍ୟବାହୀ ଉପରେ ରୋକ୍ ଲଗାଇଲେ ସୁ୍ପ୍ରିମକୋର୍ଟ

ନୂଆଦିଲ୍ଲୀ, ୨୭/୦୧: କୋଲକାତା ହାଇକୋର୍ଟର ଜଣିକିଆ ଖଣ୍ଡପୀଠଙ୍କ ସିବିଆଇ ତଦନ୍ତ ନିର୍ଦ୍ଦେଶ ଉପରେ ପ୍ରତିବନ୍ଧକ ଲଗାଇଲେ ସୁପ୍ରିମକୋର୍ଟ । ଜାଲ୍ ଜାତିଗତ ପ୍ରମାଣପତ୍ର ମାମଲାରେ ସୁପ୍ରିମକୋର୍ଟ ପଦକ୍ଷେପ ଗ୍ରହଣ କରି କୋଲକାତା ହାଇକୋର୍ଟଙ୍କ ସମସ୍ତ କାର୍ଯ୍ୟବାହୀ ଉପରେ କଟକଣା ଜାରି କରିଛନ୍ତି । ମାମଲାରେ ପଶ୍ଚିମବଙ୍ଗ ସରକାର ଏବଂ ଆବେଦନକାରୀଙ୍କୁ ନୋଟିସ୍ ଜାରି କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ ।

ରିପୋର୍ଟ ଅନୁସାରେ, ପଶ୍ଚିମବଙ୍ଗରେ ମେଡିକାଲ୍ ନାମଲେଖା ସିବିଆଇ ତଦନ୍ତ ପାଇଁ କହିଥିଲେ କୋଲକାତା ହାଇକୋର୍ଟର ବିଚାରପତି ଅଭିଜିତ୍ ଗଙ୍ଗୋପାଧ୍ୟାୟ । ଶନିବାର ସୁପ୍ରିମକୋର୍ଟ, କୋଲକାତା ହାଇକୋର୍ଟଙ୍କ ଜଣିକିଆ ଖଣ୍ଡପୀଠର ରାୟ ଉପରେ ରୋକ୍ ଲଗାଇଛନ୍ତି ।

ପଶ୍ଚିମବଙ୍ଗ ସରକାରୀ ମେଡିକାଲରେ ନାମଲେଖା ସହ ଜଡ଼ିତ ଜାଲ୍ ଜାତିଗତ ପ୍ରମାଣପତ୍ର ମାମଲା । ମେଡିକାଲ୍ ନାମଲେଖାରେ ସଂରକ୍ଷିତ ବର୍ଗ ନାମଲେଖାରେ ଜାଲ୍ ଜାତିଗତ ପ୍ରମାଣପତ୍ର ବ୍ୟବହାର ହୋଇଥିବା ଅଭିଯୋଗ ହୋଇଛି ।

ମାମଲାର ପ୍ରଥମେ ଶୁଣାଣି କରିଥିଲେ କୋଲକାତା ହାଇକୋର୍ଟର ବିଚାରପତି ଅଭିଜିତ୍ ଗଙ୍ଗୋପାଧ୍ୟାୟ । ସେ ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେବା ପରେ ମାମଲା ଜଷ୍ଟିସ୍ ସୌମେନଙ୍କ ନେତୃତ୍ୱାଧୀନ ଖଣ୍ଡପୀଠକୁ ଯାଇଥିଲା । ଆଉ ଜଷ୍ଟିସ୍ ସୌମେନ୍ ଜଷ୍ଟିସ୍ ଗଙ୍ଗୋପାଧ୍ୟାୟଙ୍କ ନିର୍ଦ୍ଦେଶନାମା ଉପରେ ରୋକ୍ ଲଗାଇ ଦେଇଥିଲେ । ଯେଉଁଥିରେ ଅସନ୍ତୋ ପ୍ରକାଶ କରିଥିଲେ ଜଷ୍ଟିସ୍ ଗଙ୍ଗୋପାଧ୍ୟାୟ । ଅଭିଯୋଗ ଆଣି କହିଥିଲେ, ଜଷ୍ଟିସ୍ ସୌମେନ୍ ବୋଧ ହୁଏ କୌଣସି ରାଜନୈତିକ ଦଳ ଲାଗି କାମ କରୁଛନ୍ତି ।

କୋଲକାତା ହାଇକୋର୍ଟର ୨ ବିଚାରପତି ମୁହାଁମୁହଁ ହେବା ପରେ ନିଜ ଆଡ଼ୁ ମାମଲାରେ ହସ୍ତକ୍ଷେପ କରିଥିଲେ ସୁପ୍ରିମକୋର୍ଟ । ଶନିବାର ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼, ଜଷ୍ଟିସ୍ ସଞ୍ଜୀବ ଖନ୍ନା, ବିଆର୍ ଗବଇ, ସୂର୍ଯ୍ୟକାନ୍ତ ଓ ଅନିଋଦ୍ଧ ବୋସଙ୍କ ୫ ଜଣିଆ ଖଣ୍ଡପୀଠ ମାମଲାର ଶୁଣାଣି କରିଛନ୍ତି ।

ପଶ୍ଚିମବଙ୍ଗ ସରକାର ଓ ଆବେଦନକାରୀଙ୍କୁ ସୁପ୍ରିମକୋର୍ଟ ନୋଟିସ୍ ଜାରି କରିଛନ୍ତି । ଜଣିକିଆ ଓ ଡିଭିଜନ୍ ବେଞ୍ଚ୍ ଦେଇଥିବା ନିର୍ଦ୍ଦେଶନାମା ଉପରେ ରୋକ୍ ଲଗାଇଛନ୍ତି । ଏବେ ମାମଲାର ଶୁଣାଣି ସୋମବାର ସୁପ୍ରିମକୋର୍ଟରେ ହେବ ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.