କୋଲକାତା,୦୫/୧୧: କୋଲକାତାର ଇଡେନ୍ ଗାର୍ଡେନ୍ସରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ବିଶ୍ୱକପ୍ ୨୦୨୩ର ୩୭ତମ ମ୍ୟାଚ୍ ଖେଳାଯିବ। ଏଥିରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି ଟିମ୍ ଇଣ୍ଡିଆ। ଉଭୟ ଦଳ ଯଦିଓ ସେମିଫାଇନାଲରେ ପ୍ରବେଶ କରିସାରିଛନ୍ତି କିନ୍ତୁ ତଥାପି ଉଭୟ ଦଳ ଅଗରେ ବିଜୟ ଲକ୍ଷ୍ୟ ରହିବ। ଏହି ଟୁର୍ଣ୍ଣାମେଣ୍ଟରେ ଦକ୍ଷିଣ ଆଫ୍ରିକା ଭଲ ପ୍ରଦର୍ଶନ କରିଛି। କିନ୍ତୁ ଭାରତ ବିପକ୍ଷରେ ଜିତିବା ତାଙ୍କ ପାଇଁ ସହଜ ହେବ ନାହିଁ। ଦଳ ଅନେକ ମ୍ୟାଚ୍ରେ ୩୦୦ରନ୍ରୁ ଅଧିକ ସ୍କୋର କରିଥିଲା। କିନ୍ତୁ ଭାରତୀୟ ବୋଲରଙ୍କ ପାଇଁ ଏହା ବାଭୁମା ବାହିନୀଙ୍କ ପାଇଁ ଟିକେ କଷ୍ଟସାଧ୍ୟ ହେବ। ଭାରତ ଏପର୍ଯ୍ୟନ୍ତ ସମସ୍ତ ମ୍ୟାଚ୍ ଜିତିଛି ଏବଂ ଏହାର ଖେଳାଳିମାନେ ମଧ୍ୟ ଫର୍ମରେ ଅଛନ୍ତି। ଟିମ୍ ଇଣ୍ଡିଆ ମଧ୍ୟ କଡ଼ା ପ୍ରତିଯୋଗିତାର ସମ୍ମୁଖୀନ ହେବ। ଆଫ୍ରିକୀୟ ଦଳ ୭ ଟି ମ୍ୟାଚ ମଧ୍ୟରୁ ୬ ଟି ଜିତିଛି।
ଭାରତର ଚୁଡ଼ାନ୍ତ ଏକାଦଶ:
ରୋହିତ ଶର୍ମା (ଅଧିନାୟକ), ଶୁଭମାନ ଗିଲ, ବିରାଟ କୋହଲି, ଶ୍ରେୟସ ଆୟର, କେ.ଏଲ୍ ରାହୁଲ (ୱିକେଟ୍ କିପର), ସୂର୍ଯ୍ୟକୁମାର ଯାଦବ, ରବିନ୍ଦ୍ର ଜାଡେଜା, ମହମ୍ମଦ ଶାମି, ଜସପ୍ରୀତ ବୁମ୍ରା, କୁଲଦୀପ ଯାଦବ, ମହମ୍ମଦ ସିରାଜ
ଦକ୍ଷିଣ ଆଫ୍ରିକାର ଚୁଡ଼ାନ୍ତ ଏକାଦଶ:
କ୍ୱିଣ୍ଟନ୍ ଡି କକ୍ (ଓ୍ବିକେଟ କିପର), ତେମ୍ବା ବାଭୁମା (ଅଧିନାୟକ), ରସି ଭାନ୍ ଦେର୍ ଦୁସେନ୍, ଆଡେନ ମାର୍କ୍ରମ, ହେନ୍ରିଚ୍ କ୍ଲାସେନ୍, ଡେଭିଡ ମିଲର, ମାର୍କୋ ଜନସେନ୍, କେଶବ ମହାରାଜ, ତବରେଜ ଶାମସି, କାଗିସୋ ରାବାଡା, ଲୁଙ୍ଗି ନିଗିଡି।