ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ରାଜ୍ୟ କ୍ରୀଡ଼ାରେ ଯୋଡ଼ି ହେବ ନୂଆ ଫର୍ଦ୍ଦ, ଖୁବଶୀଘ୍ର ଶ୍ରୀଜଗନ୍ନାଥ ଷ୍ଟାଡିୟମ୍‌କୁ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୦୯/୦୨: ପୁରୀରେ ନବନିର୍ମିତ ଶ୍ରୀଜଗନ୍ନାଥ କ୍ରିକେଟ୍‌ ଷ୍ଟାଡିୟମ ଖୁବ୍‌ ଶୀଘ୍ର ଉଦ୍‌ଘାଟନ ହେବାକୁ ଯାଉଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦ୍‌ଘାଟନ କରିବେ । ଷ୍ଟାଡିୟମରେ ସମସ୍ତ କାର୍ଯ୍ୟ ଶେଷ ହୋଇଥିବାବେଳେ ଏହା ଜିଲ୍ଲାର କ୍ରିକେଟରମାନଙ୍କ ପାଇଁ ଆଶୀର୍ବାଦ ପାଲଟିଛି । କେବଳ ସେତିକି  ନୁହେଁ, ଷ୍ଟାଡିୟମ ପରିସରରେ ରହିଛି  ଅତ୍ୟାଧୁନିକ କ୍ରୀଡ଼ା ଛାତ୍ରାବାସ, ସନ୍ତରଣ  ଏବଂ ଜିମ୍ନାଷ୍ଟିକ୍‌ କେନ୍ଦ୍ର । ଶ୍ରୀଜଗନ୍ନାଥ  କ୍ରିକେଟ୍‌ ଷ୍ଟାଡିୟମ ରାଜ୍ୟ କ୍ରୀଡ଼ାରେ ଏକ  ନୂଆ ଫର୍ଦ୍ଦ ବୋଲି କହିଛନ୍ତି ପୁରୀ ଜିଲ୍ଲା  କ୍ରୀଡ଼ା ଅଧିକାରୀ ଚନ୍ଦନ କୁମାର ସାହୁ । 

ରାଜ୍ୟ ସରକାର ପୁରୀରେ କ୍ରୀଡ଼ା  ଭିତ୍ତିଭୂମିର ନିର୍ମାଣ ଏବଂ ଜିଲ୍ଲାରେ କ୍ରୀଡ଼ାର  ବିକାଶ ନେଇ ବିଶେଷ ଧ୍ୟାନ ଦେଇଛନ୍ତି ।  ଏ ପର୍ଯ୍ୟନ୍ତ ୧୦୦ କୋଟିରୁ ଊଦ୍ଧ୍ୱର୍ ଟଙ୍କାରେ  ଜିଲ୍ଲାରେ ବିଭିନ୍ନ କ୍ରୀଡ଼ା ଭିତ୍ତିଭୂମି ଗଢ଼ି  ଉଠିଛି । କ୍ରୀଡ଼ା ଅଧିକାରୀ ଶ୍ରୀ ସାହୁ କହିଛନ୍ତି,  ‘ଶ୍ରୀଜଗନ୍ନାଥ ଷ୍ଟାଡିୟମ ନିର୍ମାଣରେ ୫୫ରୁ  ୬୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ସେମିତି  ଜିଲ୍ଲାରେ ଶହେରୁ ଊଦ୍ଧ୍ୱର୍ କୋଟି ଟଙ୍କାରେ  କ୍ରୀଡ଼ା ଭିତ୍ତିଭୂମି ନିର୍ମାଣ କରାଯାଇଛି । 

 କ୍ରିକେଟ୍‌ ସମେତ ଶ୍ରୀଜଗନ୍ନାଥ ଷ୍ଟାଡିୟମ ପରିସରରେ ସନ୍ତରଣ ଓ ଜିମ୍ନାଷ୍ଟିକ୍‌ର ସୁବିଧା  ରହିଛି । ଜିମ୍ନାଷ୍ଟିକ୍‌ କେନ୍ଦ୍ରରେ ୧୫୦ ଜଣ  ଏବଂ ସନ୍ତରଣ କେନ୍ଦ୍ରରେ ୪୦୦ ଜଣ ପିଲା  ଅଭ୍ୟାସ କରୁଛନ୍ତି । ଷ୍ଟାଡିୟମ ପରିସରରେ  ଯେଉଁ କ୍ରୀଡ଼ା ଛାତ୍ରାବାସ ରହିଛି, ସେଠାରେ  ପିଲାମାନଙ୍କୁ ସମସ୍ତ ପ୍ରକାର ଆଧୁନିକ  ସୁବିଧା ସୁଯୋଗ ଯୋଗାଇ ଦିଆଯାଉଛି । ଆଗକୁ ପୁରୀରେ ଏକ ଆଥଲେଟିକ୍ସ ଷ୍ଟାଡିୟମ ନିର୍ମାଣର ଯୋଜନା ରହିଛି ।’ 

କ୍ରିକେଟ୍‌ ଷ୍ଟାଡିୟମକୁ ଭବିଷ୍ୟତରେ  ବିସ୍ତାର କରାଯିବାର ଯୋଜନା ରହିଛି । ଫ୍ଲଡ୍‌  ଲାଇଟ୍‌ ବ୍ୟବସ୍ଥା ସହ ଗ୍ୟାଲେରୀ ନିର୍ମାଣ  କରାଯିବ । ବର୍ତ୍ତମାନ ଷ୍ଟାଡିୟମରେ ୮ଟି  କଳାମାଟିରେ ନିର୍ମିତ ପିଚ୍‌ ରହିଛି ।ଏବେ  ‘ନୂଆ-ଓ’ କ୍ରୀଡ଼ା ପ୍ରତିଯୋଗିତାରେ ପୁରୀରେ  କ୍ରିକେଟ୍‌ ଓ ଖୋ ଖୋରେ ରାଜ୍ୟସ୍ତରୀୟ  ପ୍ରତିଯୋଗିତା ଚାଲିଛି । ଜିଲ୍ଲା ସ୍କୁଲରେ ଖୋ  ଖୋ ଓ ମହିଳା କ୍ରିକେଟ୍‌ ଏବଂ ଶ୍ରୀଜଗନ୍ନାଥ  ଷ୍ଟାଡିୟମରେ ପୁରୁଷ କ୍ରିକେଟ୍‌ ଖେଳାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.