ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ଅଲାରନାଥ ମନ୍ଦିର ସାମ୍ନାରେ କରାଯାଉଥିବା କାମକୁ ବନ୍ଦ କଲେ ଗ୍ରାମବାସୀ

ବ୍ରହ୍ମଗିରି,୧୨।୨:- ଅଲାରନାଥ ମନ୍ଦିର ସାମନାରେ କରାଯାଉଥିବା କାମକୁ ଅଲାରପୁର ଓ ଗୋପ ଗାଁର ଶତାଧିକ ଲୋକେ ବନ୍ଦ କରିଛନ୍ତି। ଲୋକମାନେ ଅଭିଯୋଗ କରିଛନ୍ତି ଯେ, ମନ୍ଦିର ସାମ୍ନାରେ ଯେଉଁ ଅନୁସାରେ କାମ ଆରମ୍ଭ କରାଯାଉଛି ତାହା ଦ୍ୱାରା ରାସ୍ତା ସଙ୍କୁଚିତ ହେବ । ଏଥିସହ ମହାପ୍ରଭୁ ଙ୍କ ଅନବସର ସମୟରେ ଯେଉଁ ଗହଳି ହୁଏ ତାହା ଆହୁରି ଅସମ୍ଭାଳ ହୋଇଯିବ। ସାରା ରାଜ୍ୟରେ ମନ୍ଦିରର ଚତୁପାର୍ଶ୍ୱକୁ   ସମ୍ପ୍ରସାରଣ କରାଯାଉଥିବା ବେଳେ ଏଠାରେ ସଙ୍କୁଚିତ କରାଯାଉଛି। 

ତେଣୁ ମନ୍ଦିର ଟ୍ରଷ୍ଟି ତଥା ତହସିଲଦାର, ଜିଲାପାଳ ଏବଂ ୫ଟି ଙ୍କୁ ଏ ବାବଦରେ ଚିଠି ମାଧ୍ୟମରେ ଜଣାଇବା ସହ ଆଉଥରେ ବସି କାର୍ଯ୍ୟ ଉପରେ ପୁନର୍ବିଚାର କରିବା ପାଇଁ ଅଭିଯୋଗ କଲେ ମଧ୍ୟ କୌଣସି କଥା ପ୍ରଶାସନ ଶୁଣୁନାହିଁ ଏବଂ କାର୍ଯ୍ୟ କରିଚାଲିଛି। ଏ ପର୍ଯ୍ୟନ୍ତ ହୋଇଗଲା କଣ କାମ ହେବ ତାର ନକ୍ସା ପରିଚାଳନା କମିଟିକୁ ଜଣାଉନାହାନ୍ତି। ପ୍ରଥମେ ମନ୍ଦିର କୁ ପ୍ରବେଶ ଏବଂ ପ୍ରସ୍ଥାନ ୪୦ ପୁଟ ସମ୍ପ୍ରସାରଣ କରିବା ପାଇଁ ଦାବି ହୋଇଆସୁଥିଲେ ମଧ୍ୟ ତାହା ଏ 

ପର୍ଯ୍ୟନ୍ତ ହେଉନାହିଁ ।  ସେହିପରି ପାର୍କିଂ, ତୁଳସୀ ବନ,ଚନ୍ଦନ ପୁଷ୍କରିଣୀ ର ସୌନ୍ଦର୍ଯ୍ୟକରଣ, ମଣ୍ଡପ ଆଦି କାମ ଥିବା ବେଳେ କେବଳ ମନ୍ଦିର ସମ୍ନାରେ କାମ ଆରମ୍ଭ କରାଯାଇଛି। ତେଣୁ  ଆଜି କାମ ବନ୍ଦ କରିବା ସହ ତହସିଲ ଅଫିସ ଯାଇ ତହସିଲଦାରଙ୍କୁ ସାକ୍ଷାତ କରି ଅଲୋଚନା କରିଥିଲେ ଦୁଇ ଗାଁ ର ଲୋକେ। ତହସିଲଦାର  ଓବିସିସିର ଅଧିକାରୀ ଙ୍କ ସଙ୍ଗେ କଥା ହୋଇ ଆସନ୍ତାକାଲି ଆଲୋଚନା  ପାଇଁ ପ୍ରତିଶ୍ରୁତି ଦେଇଛନ୍ତି। ଆସନ୍ତାକାଲି ଯଦି ଆଲୋଚନା କୁ ନ ଆସନ୍ତି କିମ୍ବା ଆସିଲାପରେ ଦାବି ନ ଶୁଣନ୍ତି  ତେବେ ଦୁଇ ଗାଁ ର ମହିଳା ପୁରୁଷ ରାଜରାସ୍ତାକୁ ଓଲ୍ହାଇବେ ବୋଲି ଆଜି ବୈଠକ ରେ ନିଷ୍ପତ୍ତି ନିଆଯାଇଛି। l 

ଆହୁରି ପଢନ୍ତୁ : କଂଗ୍ରେସର ପୂର୍ବତନ ବରଗଡ଼ ଜିଲ୍ଲା ସଭାପତି ଦେଲେ ଇସ୍ତଫା

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.