ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଫ୍ରାଇଡେ ରିଲିଜ୍‌ରେ ୩୦ ହଲ୍‌ରେ ମୁକ୍ତିଲାଭ କରିବ "ଶାନ୍ତି ଆପାର୍ଟମେଣ୍ଟ’, ରାଜ୍ୟପାଳ ଦେଖିବେ ପ୍ରିମିୟର !

ଭୁବନେଶ୍ୱର ୦୨/୦୨:  ଫ୍ରାଇଡେ ରିଲିଜ୍‌ରେ ମୁକ୍ତିଲାଭ କରୁଛି ବହୁ ପ୍ରତୀକ୍ଷିତ ଓଡ଼ିଆ ସିନେମା "ଶାନ୍ତି ଆପାର୍ଟମେଣ୍ଟ' । ରାଜ୍ୟର ୩୦ଟି ହଲ୍‌ରେ ଏହି ସିନେମା ମୁକ୍ତିଲାଭ  କରୁଥିବାବେଳେ ଏସ୍‌ କମ୍ପେ୍ଲକ୍ସ ସ୍ୱାତୀ ହଲ୍‌ରେ ସନ୍ଧ୍ୟା ୫ଟା ୧୫ରେ ପ୍ରିମିୟର ଶୋ’ ଅନୁଷ୍ଠିତ  ହେବ । ଏଥିରେ ରାଜ୍ୟପାଳ ରଘୁବର ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସିନେମା ଦେଖିପାରନ୍ତି । କାରଣ ଦୁଇଦିନ ତଳେ ସିନେମାର  ନାୟିକା ରାଗିଣୀ ଓ ନିର୍ଦ୍ଦେଶକ ଅଶ୍ୱିନୀ ତ୍ରିପାଠୀ  ରାଜଭବନ ଯାଇ ରାଜ୍ୟପାଳଙ୍କୁ ନିମନ୍ତ୍ରଣ  କରିଥିଲେ । ଯଦି ରାଜ୍ୟପାଳ ଯୋଡ଼ି ହୁଅନ୍ତି,  ତେବେ ଏହା ଓଡ଼ିଆ ସିନେମା ଇତିହାସରେ ଏକ  ନୂଆ ଫର୍ଦ୍ଦ ଯୋଡ଼ିବ ବୋଲି ସିନେମାର ନିର୍ଦ୍ଦେଶକ  ଶ୍ରୀ ତ୍ରିପାଠୀ କହିଛନ୍ତି ।

"ଶାନ୍ତି ଆପାର୍ଟମେଣ୍ଟ'ରେ  ରହସ୍ୟ, ରୋମାଞ୍ଚ ଭରି ରହିଛି । ବିକ୍ରମ ଶଙ୍କର  ଏହି ସିନେମାର ପ୍ରଯୋଜକ ଥିବାବେଳେ  କାର୍ଯ୍ୟକାରୀ ପ୍ରଯୋଜକ ଅଛନ୍ତି ଅଭିଜିତ୍‌ । କାହାଣୀ  ଏବଂ ଚିତ୍ରନାଟ୍ୟ ସହିତ ନିର୍ଦ୍ଦେଶନାର ଦାୟିତ୍ୱ  ତୁଲାଇଛନ୍ତି ଶ୍ରୀ ତ୍ରିପାଠୀ । ସଂଳାପ ଦାୟିତ୍ୱରେ ଅଛନ୍ତି ଆଗଧାଡ଼ିର ସଂଳାପକାର ତଥା ନାଟ୍ୟକାର  ଡ. ଦୀପକ ଜେନା । ସନ୍ଦୀପ ପଣ୍ଡାଙ୍କ ସଙ୍ଗୀତ  ନିର୍ଦ୍ଦେଶନାରେ କଣ୍ଠଦାନ କରିଛନ୍ତି ହ୍ୟୁମାନ୍‌  ସାଗର, ଅନନ୍ୟା ଶ୍ରୀତମ ନନ୍ଦ, ଅର୍ପିତା ଚୌଧୁରୀ  ଓ ସ୍ୱୟମ୍‌ ପାଢ଼ୀ । "ଶାନ୍ତି ଆପାର୍ଟମେଣ୍ଟ'ର ବିଭିନ୍ନ  ଭୂମିକାରେ ଅଛନ୍ତି ଦ୍ୱୀପନ୍ୱିତ ଦାଶମହାପାତ୍ର,  ଶୁଭାଶିଷ, ରାଗିଣୀ, ଆଲିଆ, ବରଦା, ସନ୍ତୁ  ପ୍ରସନ୍ନଜିତ, ଶକ୍ତି, ରାକ୍ଷୀ, ଅନୁଷ୍କା ପ୍ରମୁଖ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.