ପ୍ରମୁଖ ଖବର
  • ରାଜକୋଟ: ଶେଷ ଦିନିକିଆରେ ଅଷ୍ଟ୍ରେଲିଆ ବିଜୟୀ, ୨-୧ରେ ସିରିଜ୍‌ ଜିତିଲା ଭାରତ
  • ||
  • ନାରାୟଣପାଟଣା : କେସେଲା ଘାଟିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୩ମୃତ
  • ||
  • ନୂଆଦିଲ୍ଲୀ: ଅରବିନ୍ଦ କେଜ୍ରିୱାଲଙ୍କ ବାସଭବନ ନବୀକରଣ ମାମଲାର ସିବିଆଇ ତଦନ୍ତ ପାଇଁ ଗୃହ ମନ୍ତ୍ରଣାଳୟର ନିର୍ଦ୍ଦେଶ
  • ||
  • ରାଜକୋଟ: ରନ୍‌ ବର୍ଷା କଲା ଅଷ୍ଟ୍ରେଲିଆ ଟିମ୍‌, ଭାରତ ଆଗରେ ୩୫୩ ରନ୍‌ର ବିଜୟ ଲକ୍ଷ୍ୟ
  • ||
  • ଇମ୍ଫାଲ୍: ମଣିପୁର ପୁଣି ଅଶାନ୍ତ, ରାଜ୍ୟର ୧୯ ଥାନାକୁ ଛାଡ଼ି ସବୁ ଅଶାନ୍ତ ଅଞ୍ଚଳ ଘୋଷଣା, ଇଣ୍ଟରନେଟ୍ ବନ୍ଦ
  • ||
  • ଇରାକ: ବିବାହ ଉତ୍ସବରେ ଭୟାବହ ଅଗ୍ନିକାଣ୍ଡ, ବର-କନ୍ୟାଙ୍କ ସମେତ ଜଳିଗଲେ ୧୦୦ ଲୋକ
  • ||
  • ଚନ୍ଦାହାଣ୍ଡି : ଘାଟିରେ ଓଲଟିଲା ସ୍କୁଲ୍ ବସ୍, ପିଇଟି ଶିକ୍ଷକ ମୃତ, ୨୦ରୁ ଉର୍ଦ୍ଧ୍ଵ ଛାତ୍ରଛାତ୍ରୀ ଆହତ
  • ||
  • ମାଲକାନଗିରି : ଅକ୍ଟୋବର ୨ରେ ମାଲକାନଗିରି ଯିବେ ମୁଖ୍ୟମନ୍ତ୍ରୀ, ଲକ୍ଷ୍ମୀ ବସ୍ ଯୋଜନାର କରିବେ ଶୁଭାରମ୍ଭ
  • ||

ଶିକ୍ଷକ ପଦବୀ ପୂରଣ ଦାବି : ଉଡୁପା ଆଶ୍ରମ ବିଦ୍ୟାଳୟରେ ତାଲା ପକାଇଲେ ଗ୍ରାମବାସୀ

ମାଲକାନଗିରି,୭।୯(ଆପ୍ର): ପ୍ରଧାନ ଶିକ୍ଷକ ଓ ସହକାରୀ ଶିକ୍ଷକ ପଦବୀ ପୂରଣ ଦାବି ନେଇ ଉଡୁପା ଆଶ୍ରମ ବିଦ୍ୟାଳୟ ରେ ତାଲା ପକାଇ ଛନ୍ତି ଗ୍ରାମବାସୀ ଓ ଲୋକପ୍ରତିନିଧି।ଶିକ୍ଷକ ଅଭାବ କାରଣରୁ ଆଜି ବିଦ୍ୟାଳୟ ଫାଟକରେ ତାଲା ପକାଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଗ୍ରାମବାସୀ ।   

ମାଲକାନଗିରି ସଦର ବ୍ଲକ ଅନ୍ତର୍ଗତ ଉଡୁପା ଗ୍ରାମ ପଞ୍ଚାୟତ ରେ ଥିବା  ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଆଶ୍ରମ ବିଦ୍ୟାଳୟରେ ପ୍ରଥମ ରୁ ୮ ଶ୍ରେଣୀ ରେ  ୩୮୦  ଛାତ୍ର ଛାତ୍ରୀ ଅଧ୍ୟୟନ କରୁଥିବା ବେଳେ ମାତ୍ର ଚାରି ଜଣ ଶିକ୍ଷକ ଶିକ୍ଷାଦାନ  କରୁଛନ୍ତି।  ଫଳରେ ଶିକ୍ଷାଦାନ ସଠିକ ରୂପରେ ପ୍ରଦାନ କରି ନ ପରିବାରୁ ଏହାର ସିଧା ପ୍ରଭାବ ଆଦିବାସୀ ଛାତ୍ରଛାତ୍ରୀଙ୍କ ଉପରେ ପଡୁଛି। ଯାହାକୁ ଗୁରୁତ୍ୱର ଭାବରେ ନେଇ ଅଭିଭାବକଙ୍କ ସହ ଉଡୁପା ଗ୍ରାମବାସୀ ବିଦ୍ୟାଳୟରେ ଶିକ୍ଷକଙ୍କ ଅଭାବ ଥିବା କଥା ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ ଠାରୁ ଆରମ୍ଭ କରି ସ୍ଥାନୀୟ ବି.ଡି.ଓ ଏବଂ  ଜିଲ୍ଲାପାଳଙ୍କୁ ମଧ୍ୟ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ କରିବାର ଦିର୍ଘ ଦିନ ବିତିଗଲେ ମଧ୍ୟ ପ୍ରଶାସନ କୌଣସି ପଦକ୍ଷେପ ନ ନେବାରୁ ଆଜି  ବିଦ୍ୟାଳୟ କମିଟି ସଭାପତି ଦେବେନ୍ଦ୍ର ନାୟକ ଓ ସମିତି ସଭ୍ୟା ସୁକାନ୍ତି ବୁରୁଦା ଙ୍କ ନେତୃତ୍ୱ ରେ ଗ୍ରାମବାସୀ ମାନେ   ଏକତ୍ରିତ ହୋଇ ବିଦ୍ୟାଳୟ ଫାଟକରେ ଦୀର୍ଘ ସମୟ ଧରି ତାଲା ପକାଇ ଗେଟ ସମ୍ମୁଖରେ ଧାରଣାରେ ବସିରହିଥିଲେ । 

ପରେ ଏହାର ଖବର ପାଇ ଜିଲ୍ଲା ମଙ୍ଗଳ ଅଧିକାରୀ ପ୍ରଫୁଲ କୁମାର ଭୁଜବଳ ଘଟଣା ସ୍ଥଳକୁ ପହଞ୍ଚି ଅଭିଭାବକ ଓ ଉଡୁପା ଗ୍ରାମବାସୀଙ୍କୁ ବୁଝାସୁଝା କରିଥିଲେ।  ଆଜି ଜଣେ ଶିକ୍ଷକଙ୍କୁ ତୁରନ୍ତ ନିଯୁକ୍ତି ପ୍ରଦାନ କରିବା ସହ ଯୁଦ୍ଧ କାଳୀନ ଭିତ୍ତିରେ ଅନ୍ୟ ଦୁଇ ଜଣ ଶିକ୍ଷକଙ୍କୁ ଉଡୁପା ଆବାସିକ ବିଦ୍ୟାଳୟରେ ନିଯୁକ୍ତି କରିବେ ବୋଲି ପ୍ରତିଶ୍ରୁତି ଦେବା ପରେ ସ୍କୁଲ ଫାଟକ ଗ୍ରାମବାସୀ ଖୋଲିଥିଲେ।

ଆହୁରି ପଢନ୍ତୁ : ଟ୍ରେନ ଆଗକୁ ଡେଇଁ ଯୁବକ-ଯୁବତୀଙ୍କ ଆତ୍ମହତ୍ୟା

Copyright © 2022 - Summa Real Media Private Limited. All Rights Reserved.