ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଦ୍ବିତୀୟ ପିଲାକୁ ସ୍ବାଗତ କଲେ ବିରାଟ ଓ ଅନୁଷ୍କା, ଦୁନିଆକୁ ଆସିଲେ ଭାମିକାଙ୍କ ଭାଇ

ନୂଆଦିଲ୍ଲୀ: ଦ୍ବିତୀୟ ପିଲା ନେଇ ଖବର ଦେଇଛନ୍ତି ବିରାଟ କୋହଲି ଏବଂ ଅନୁଷ୍କା ଶର୍ମା । ଅଭିନେତ୍ରୀ ଅନୁଷ୍କା ଶର୍ମା ଶିଶୁପୁତ୍ରକୁ ଜନ୍ମ ଦେଇଥିବା ଜଣାପଡ଼ିଛି । ଆଜି (ଫେବୃଆରୀ ୨୦) ବିରାଟ କୋହଲି ଏବଂ ଅନୁଷ୍କା ଶର୍ମା କୁନି ଅତିଥିଙ୍କୁ ସ୍ବାଗତ କରିଥିବା ନେଇ ସୂଚନା ଦେଇଛନ୍ତି । ବିରାଟ ଏବଂ ଅନୁଷ୍କା ତାଙ୍କ ପୁଅର ନାଁ ‘ଅକାୟ’ ରଖିଛନ୍ତି । ଫେବୃଆରୀ ୧୫ରେ ସାନପୁଅ ଜନ୍ମ ନେଇଥିବା ନେଇ ବିରୁଷ୍କା ସୂଚନା ଦେଇଥିବା ବେଳେ ଭାମିକା ନିଜ ଭାଇକୁ ପାଇଛନ୍ତି ବୋଲି ସେମାନେ ଜଣାଇଛନ୍ତି ।


 

କ୍ରିକେଟ ଷ୍ଟାର ବିରାଟ କୋହଲି ଏବଂ ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ୨୦୧୭ରେ ବିବାହ କରିଥିଲେ । ସେଲିବ୍ରିଟି ଦମ୍ପତି ନିଜର ବଡ଼ ଝିଅ ଭାମିକାଙ୍କ ତୃତୀୟ ଜନ୍ମଦିନ ୧୧ ଜାନଆରୁୀ ୨୦୨୧ରେ ମନାଇଥିଲେ । ବିରାଟ କୋହଲି ନିଜ ପରିବାରକୁ ସର୍ବଦା ଗୁରୁତ୍ବ ଦେଇଆସିଛନ୍ତି । ୨୦୨୧ରେ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ପରେ ଘରକୁ ଫେରିଆସିଥିଲେ ବିରାଟ । ସେତେବେଳ ଭାମିକା ଜନ୍ମ ନେଇଥିଲେ । 

ଅନୁଷ୍କା ଶର୍ମା ପୁଣି ଥରେ ଗର୍ଭବତୀ ଥିବା ନେଇ ଚର୍ଚ୍ଚା ମଧ୍ୟରେ ବିରାଟ କୋହଲି ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍‌ର ପ୍ରଥମ ଦୁଇଟି ମ୍ୟାଚ୍‌ରୁ ନାମ ପ୍ରତ୍ୟାହାର କରିଥିଲେ । ଘରୋଇ କାରଣ ଦର୍ଶାଇ ସେ ମ୍ୟାଚ୍‌ରୁ ଓହରି ଯାଇଥିଲେ । ପରବର୍ତ୍ତୀ ସମୟରେ କୌଣସି ମ୍ୟାଚ୍‌ରେ ସେ ସାମିଲ ହୋଇପାରିବେ ନାହିଁ ବୋଲି ଜଣାପଡ଼ିଥିଲା । ଠିକ ଏହି ସମୟରେ ତାଙ୍କର ବନ୍ଧୁ ତଥା ଦକ୍ଷିଣ ଆଫ୍ରିକାର ପୂର୍ବତନ ଅଧିନାୟକ ଏବି ଡିଭିଲିୟର୍ସ ସୂଚନା ଦେଇଥିଲେ ଯେ, ବିରାଟ ବାପା ହେବାକୁ ଯାଉଛନ୍ତିହେଲେ ପରେ ସେ ଏଥିପାଇଁ କ୍ଷମା ମଧ୍ୟ ମାଗିଥିଲେ । କିନ୍ତୁ ଡିଭିଲିୟର୍ସଙ୍କ କଥା ସତ ହୋଇଛି । ବିରୁଷ୍କା ଆଉ ଜଣେ କୁନି ଅତିଥି ‘ଅକାୟ’ଙ୍କୁ ସ୍ବାଗତ କରିଛନ୍ତି । 


  • prameyanews
  • PrameyaOdia
  • prameya
  • virat kohli
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.