ପ୍ରମୁଖ ଖବର
  • ବୌଦ୍ଧ : ବାଇକ୍କୁ ଧକ୍କା ଦେଲା ରେଲୱେ ବିଭାଗର ବୋଲେରୋ, ବାଇକ୍ ଆରୋହୀ ମୃତ
  • ||
  • ଖରସ୍ରୋତାରେ ୨ ଭାଇ ନିଖୋଜ ଘଟଣା, ବଡ଼ଭାଇର ମୃତଦେହ ଉଦ୍ଧାର
  • ||
  • ବରଗଡ଼: ଡ଼ଭା ଛକରେ ପୋଲିସର ଚେକିଂ ବେଳେ ୬ ଲକ୍ଷ ୫୨ ହଜାର ୮୦୦ଟଙ୍କା ଜବତ, ୨ ଜଣ ଅଟକ
  • ||
  • ନନ୍ଦନକାନନରେ ଆଖିବୁଜିଲା ଧଳା ବାଘୁଣୀ ସ୍ନେହା, ଗୁରୁତର ଅବସ୍ଥାରେ ଚାଲିଥିଲା ଚିକିତ୍ସା
  • ||
  • ନିର୍ଘାତ ତାତି: ସାଢ଼େ ୮ଟା ସୁଦ୍ଧା ୩୫ ଡିଗ୍ରୀ ଉପରେ ତାଳଚେର ତାପମାତ୍ରା, ୩୦ ଡିଗ୍ରୀ ଉପରେ ୧୪ ସହର ପାରଦ
  • ||
  • ସୁନା ଦରରେ ଲାଗିଲା ବ୍ରେକ୍‌, ୨୪ କ୍ୟାରେଟ୍‌ ସୁନା ଦର ୩୩୦ ଟଙ୍କା ହ୍ରାସ
  • ||
  • ବିଦ୍ରୋହୀ ବିଗାଡ଼ିବେ ଅଙ୍କ, ଚିନ୍ତାରେ ବିଜେପି: ପ୍ରଥମ ଦଫା ଭୋଟ ପାଇଁ ନାମାଙ୍କନ ଆରମ୍ଭ,ଜୟପୁର ପାଇଁ ପ୍ରାର୍ଥୀ ପାଉନି ଦଳ
  • ||
  • ନିୟମଗିରିରେ ମ୍ୟାଲେରିଆ ଆତଙ୍କ: ବହୁସଂଖ୍ୟାରେ ଡଙ୍ଗରିଆ ପୀଡ଼ିତ, ପହଞ୍ଚିଲା ଡାକ୍ତରୀ ଟିମ୍
  • ||
  • ବିଜେଡି ଛାଡ଼ି ବିଜେପି ଯିବେ ପ୍ରସନ୍ନ ପାଟ୍ଟଶାଣୀ ! ଆଜି ହୋଇପାରେ କିଛି ବଡ଼ ଘୋଷଣା
  • ||
  • IPL 2024 : ସୁପର ଜାଏଣ୍ଟସ୍‌କୁ ଭେଟିବ ସୁପରକିଙ୍ଗସ୍, ଏକାନ୍ନା ଷ୍ଟାଡ଼ିୟମ୍‌ର ଦେଖିବାକୁ ମିଳିବ ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌
  • ||
  • ଗଣତନ୍ତ୍ରର ମହାପର୍ବ: ପ୍ରଥମ ପର୍ଯ୍ୟାୟରେ ୧୭ ରାଜ୍ୟ ଓ ୪ କେନ୍ଦ୍ରଶାସିତ ଅଞ୍ଚଳର ୧୦୨ ଆସନରେ ମତଦାନ
  • ||
  • ବିପଜ୍ଜନକ ଖରା: ଆଜି ଅତି ଭୀଷଣ ଗ୍ରୀଷ୍ମ ପ୍ରବାହ ସମ୍ଭାବନା, ଆହୁରି ୩ ଦିନ ଜଳାଇବ, ୨୨ରୁ ହାଲୁକା ଆଶ୍ୱସ୍ତ
  • ||

ମରାମତି ଅଭାବରୁ ଅନକାବେଡା ଡ୍ରେନରୁ ନିଷ୍କାସନ ହୋଇପାରୁନି ଆବର୍ଜନା ପାଣି

ଚନ୍ଦାହାଣ୍ଡି , ୨୪।୨ :  ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଅନକାବେଡା ପଞ୍ଚାୟତ ସଦର  ବେଦୀ ଛକର ଡ୍ରେନ  ମରାମତି ଅଭାବରୁ ବର୍ଷା ପାଣି, ଏବଂ ଅଳିଆ   ଆବର୍ଜନା  ଜମି ରହିଛି  l  ଫଳରେ  ମଶା ମାଛି ହେବା ସହ ଦୁର୍ଗନ୍ଧରେ  ନାକ ଫାଟି ପଡୁଛି। କିନ୍ତୁ ବ୍ଲକ କିମ୍ବା ପଞ୍ଚାୟତ ପ୍ରଶାସନ ର ଏହାରି ଉପରେ ନିଘା ନାହିଁ l ଏହାକୁ ନେଇ ପଞ୍ଚାୟତବାସୀ ଙ୍କ ମଧ୍ୟ ରେ ତୀବ୍ର ଅସନ୍ତୋଷ ଦେଖା ଦେଇଛି l ଏ ଦିଗରେ ବ୍ଲକ ପ୍ରଶାସନ ତୁରନ୍ତ ଦୃଷ୍ଟି ଦେଇ ପଦକ୍ଷେପ ନେବା କୁ ଗ୍ରାମବାସୀ ମାନେ ଦାବୀ କରିଛନ୍ତି l

 ଅନକାବେଡା  ପଞ୍ଚାୟତ ସଦର  ବେଦୀ ଛକ  ଠାରେ   ଦୀର୍ଘ ଦିନ ତଳେ   ପାଣି ନିଷ୍କାସନ ହେବା ପାଇଁ  ପ୍ରଶାସନ ଦ୍ୱାରା   ଡ୍ରେନ ନିର୍ମାଣ କରାଯାଇ ଥିଲା l  ଏହା ଦ୍ୱାରା  ବେଦୀ ଛକ ରେ ଦିଆ ଯାଇ ଥିବା ନଲକୂପ ର ଦୂଷିତ ପାଣି  ସହିତ ବର୍ଷା ପାଣି ନିଷ୍କାସନ ହୋଇ ପାରୁ ଥିଲା l ଵର୍ତ୍ତମାନ ଏହା ପୁରୁଣା ହୋଇ ଯାଇ ଥିବା ସହ  ରାସ୍ତା ର ଅଳିଆ ଆବର୍ଜନା ଜମି କି  ଡ୍ରେନ ପୋତି ହୋଇଯାଇଛି।  ଏ ବାବଦ ରେ ସାହିବାସୀ ମାନେ ବାରମ୍ବାର ପଲ୍ଲୀ ସଭା ଗ୍ରାମ ସଭା ରେ  ଅଭିଯୋଗ କଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଉ ନାହିଁ।ଏ ସମ୍ପର୍କରେ  ଚନ୍ଦାହାଣ୍ଡି ବିଡିଓ ରାମକୃଷ୍ଣ ନାୟକ ଙ୍କୁ ପଚାରି ବାରୁ ଡ୍ରେନ ନିର୍ମାଣ ଦିଗରେ ତୁରନ୍ତ ଦୃଷ୍ଟି  ଦେଇ ପଦକ୍ଷେପ ନେବେ ବୋଲି କହଛନ୍ତି l ଏ ଦିଗରେ ଜିଲ୍ଲା ପ୍ରଶାସନ ତୁରନ୍ତ ଦୃଷ୍ଟି ଦେଇ ପଦକ୍ଷେପ ନେବା କୁ ଗ୍ରାମବାସୀ ଦାବୀ କରିଛନ୍ତି l

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.