ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ନିଜ ମୃତ୍ୟୁର ନାଟକ ରଚିଥିଲେ ପୁନମ ପାଣ୍ଡେ, ମିଥ୍ୟା ଖବର ପ୍ରଚାର ପାଇଁ ଜେଲ୍‌ ଯିବେ କି ଅଭିନେତ୍ରୀ ?

ନୂଆଦିଲ୍ଲୀ:  ମଡେଲ୍‌ ଏବଂ ଅଭିନେତ୍ରୀ ପୁନମ ପାଣ୍ଡେଙ୍କ ମୃତ୍ୟୁ ଖବର ଅନେକଙ୍କୁ ବିଚଳିତ କରିଥିଲା । ସର୍ଭାଇକାଲ୍‌ କ୍ୟାନ୍ସରରେ ପୀଡ଼ିତ ହୋଇ ତାଙ୍କର ମୃତ୍ୟୁ ହୋଇଥିବା ନେଇ ଖବର ଚର୍ଚ୍ଚାର ପ୍ରସଙ୍ଗ ପାଲଟିଥିଲା । ଶୁକ୍ରବାର ପୁନମଙ୍କ ମୃତ୍ୟୁ ଖବର ଆସିଥିଲା । ହେଲେ ଆଜି ସେ ଜୀବିତ ଥିବା ନେଇ ଜଣାପଡ଼ିଛି । କ୍ୟାନ୍ସରକୁ ନେଇ ସଚେତନତା କରୁଥିବା ନେଇ କହି ଦୁନିଆ ଆଗକୁ ଆସିଛନ୍ତି ପୁନମ ପାଣ୍ଡେ । ନିଜ ମୃତ୍ୟୁ ଖବର ନିଜେ ଇନଷ୍ଟାଗ୍ରାମରେ ଶେୟାର କରିବା ସହ ଲୋକପ୍ରିୟତା ପାଇବାକୁ ଚେଷ୍ଟା କରିଥିଲେ ପୁନମ । ପୁଣି ଆଜି ଆଉ ଥରେ ଇନଷ୍ଟାଗ୍ରମାରେ ଭିଡିଓ ସେୟାର କରି ସେ ଜୀବିତ ଥିବା ନେଇ କହିଛନ୍ତି ପୁନମ ପାଣ୍ଡେ । 

 ଏହା ପରେ ଅଭିନେତ୍ରୀଙ୍କ ମୃତ୍ୟୁ ଖବର ପରେ ମ୍ରିୟମାଣ ହୋଇପଡ଼ିଥିବା ଫ୍ୟାନ୍ସ ଏବେ ତାଙ୍କ ଉପରେ ଖପ୍ପା ହୋଇଛନ୍ତି । ଏଭଳି ସ୍ଥିତିରେ ମିଥ୍ୟା ଖବର ପ୍ରଚାର ଅଭିଯୋଗରେ ପୁନମଙ୍କୁ ଆଇନ୍‌ର ସାମ୍ନା କରିବାକୁ ପଡ଼ିପାରେ ବୋଲି ଚର୍ଚ୍ଚା ହେବା ସ୍ବଭାବିକ । ପ୍ରକୃତରେ ମିଥ୍ୟା ଖବର ପ୍ରଚାର ମାମଲାରେ ଅଭିନେତ୍ରୀଙ୍କୁ ଜେଲ ହୋଇପାରେ । ଏହା ସହ ତାଙ୍କୁ ଜରିମାନା ଦେବାକୁ ପଡ଼ିପାରେ । ଆଇଟି ଆକ୍ଟ ୨୦୦୦ର ଧାରା ୬୭ ଆଧାରରେ ଯଦି କୌଣସି ବ୍ୟକ୍ତି ପ୍ରଥମ ଥର ପାଇଁ ସୋସିଆଲ ମିଡିଆରେ ମିଥ୍ୟା ପ୍ରଚାର କରନ୍ତି ତେବେ ତାଙ୍କୁ ୩ ବର୍ଷ ଜେଲ ସାଙ୍ଗକୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେବାକୁ ପଡ଼ିପାରେ । ଯଦି ସେ ଏହି ଅପରାଧ ପୁଣି ଥରେ କରନ୍ତି ତେବେ ତାଙ୍କୁ ୫ ବର୍ଷ ଜେଲଦଣ୍ଡ ସାଙ୍ଗକୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା ଲାଗିବ । 

 ପୁନମ ପାଣ୍ଡେ ଇନଷ୍ଟାଗ୍ରାମରେ ଭିଡିଓ ସେୟାର କରି କହିଛନ୍ତି ,‘ହ୍ୟାଲୋ ମୁଁ ପୁନମ । ମୁଁ କ୍ଷମା ଚାହୁଁଛି । କାରଣ ମୁଁ ଚାହୁଁଥିଲି ସର୍ଭାଇକାଲ କ୍ୟାନ୍ସର ଉପରେ ଚର୍ଚ୍ଚା ହେଉ । ଯାହା ଉପରେ ଆମେ ଅଧିକ ଆଲୋଚନା କରନ୍ତି ନାହିଁ । ହଁ  ମୋ ମୃତ୍ୟୁକୁ ନେଇ ମିଥ୍ୟା ଖବର ପ୍ରଚାର କରିଥିଲି ।’  ପୁନମ ପାଣ୍ଡେଙ୍କ ମୃତ୍ୟୁ ଖବର ମିଳିବା ପରେ ଦେଶରେ ଚର୍ଚ୍ଚା ଆରମ୍ଭ ହୋଇଥିଲା । ବଲିଉଡର ବହୁ ଆଗଧାଡ଼ିର ଅଭିନେତା-ଅଭିନେତ୍ରୀ ପୁନମଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରିଥିଲେ । କଙ୍ଗନା ରଣାଓ୍ବତ, ମୁନାଓ୍ବାର ଫାରୁକି, ଡେଜି ଶାହ ଏବଂ ପୂଜା ଭଟ୍ଟ ପ୍ରମୁଖ ପୁନମଙ୍କ ମୃତ୍ୟୁ ଖବର ପାଇବା ପରେ ଶୋକ ବ୍ୟକ୍ତ କରିଥିଲେ ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.