ନୂଆଦିଲ୍ଲୀ – କେନ୍ଦ୍ର ସରକାରଙ୍କ ପକ୍ଷରୁ ଲୋକସଭାରେ ଉପସ୍ଥାପିତ ମହିଳା ସଂରକ୍ଷଣ ବିଲ୍କୁ ନେଇ ଆମ୍ ଆଦମୀ ପାର୍ଟି (ଆପ୍) ଦେଇଛି ପ୍ରତିକ୍ରିୟା। ମହିଳାଙ୍କୁ ବୋକା ବନେଇବାକୁ ଚେଷ୍ଟା କରାଯାଉ ଥିବା କହିଛି ଆପ୍ । ଦିଲ୍ଲୀ ସରକାରଙ୍କର ମନ୍ତ୍ରୀ ଆତିଶୀ ମଙ୍ଗଳବାର କହିଛନ୍ତି ମହିଳାଙ୍କୁ ୨୦୨୮ ପୂର୍ବରୁ ସଂରକ୍ଷଣ ମିଳିପାରିବ ନାହିଁ। ଲୋକସଭା ନିର୍ବାଚନରେ ଭୋଟ ମାଗିବାକୁ ମହିଳାଙ୍କୁ ବୋକା ବନେଇବାର ପ୍ରୟାସ କରାଯାଉଛି। ସେ ଦାବି କରିଛି କି, ଏହି ବିଲ୍ରେ ସଂଶୋଧନ କରି ଏହାକୁ ୨୦୨୪ରୁ ହିଁ ଲାଗୁ କରାଯାଉ। ହେଲେ ସେ ପୁଣି ଥରେ କହିଛନ୍ତି ସିଦ୍ଧାନ୍ତମୂଳକ ଭାବେ ତାଙ୍କର ଦଳ ଏହାର ସମର୍ଥନରେ ରହିଛି।
ମହିଳା ସଂରକ୍ଷଣ ବିଲ୍କୁ ନେଇ ମାୟାବତୀଙ୍କ ପ୍ରତିକ୍ରିୟା, କହିଲେ- ୩୩% ନୁହେଁ ୫୦% ହେଉ ...
ଆତିଶୀ ସମ୍ୱିଧାନ ସଂଶୋଧନ ବିଲ୍ ହାତରେ ନେଇ ପ୍ରେସ୍ କନଫରେନ୍ସରେ କହିଛନ୍ତି , କାଲି ରାତିରେ ମିଡ଼ିଆ ମାଧ୍ୟମରେ ଖବର ଆସିଥିଲା କି , ମହିଳା ସଂରକ୍ଷଣ ବିଲ୍କୁ କ୍ୟାବିନେଟ ମଞ୍ଜୁରୀ ଦେଇଛି ଏବଂ ଏହାକୁ ସଂସଦରେ ଉପସ୍ଥାପିତ କରାଯିବ। ଆମ୍ ଆଦମୀ ପାର୍ଟି ଏହି ବଲ୍କୁ ସ୍ୱାଗତ କରିଛି। ଆମେ କହିଛୁ କି, ସଂସଦ ଓ ବିଧାନସଭା ଗୁଡ଼ିକରେ ମହିଳାଙ୍କ ସଂରକ୍ଷଣକୁ ସମର୍ଥନ କରୁଛନ୍ତି। କିନ୍ତୁ ବିଲ୍ ଯେପର୍ଯ୍ୟନ୍ତ ଆମ ହାତକୁ ନଆସିଛି ଏବଂ ଆମେ ଏହାର ପ୍ରାବଧାନକୁ ନଦେଖିଛେ, ସେପର୍ଯ୍ୟନ୍ତ ଆମେ ଏହା ଉପରେ ଟିପ୍ପଣୀ କରି ପାରିବା ନାହିଁ। କିଛି ସମୟ ପୂର୍ବରୁ ଏହା ସମ୍ୱିଧାନ ସଂଶୋଧନ ବିଲ୍ ସାର୍ବଜନିକ ହୋଇଛି ଏବଂ ଏହାକୁ ଆମେ ପଢ଼ିବାରୁ ବୁଝାପଡ଼ିଲା କି ଏହା ମହିଳା ସଂରକ୍ଷଣ ବିଲ୍ ନୁହେଁ ,୨୦୨୪ ନିର୍ବାଚନ ପୂର୍ବରୁ ମହିଳା ବୋକା ବନାଇବା ବିଲ୍।
ଆତିଶୀ ନିଜର କଥାକୁ ଆଗକୁ ବଢାଇ କହିଛନ୍ତି କି , ୨୦୨୪ ର ନିର୍ବାଚନରେ ମହିଳାଙ୍କୁ ସଂରକ୍ଷଣ ମିଳି ପାରିବ ନାହିଁ। ଏହି ବିଲ୍ ଯେବେ ପାରିତ ହେବ ଏହା ପରେ ଯେଉଁ ପ୍ରଥମ ଜନଗଣନା ହେବ ଏହାର ଆଧାରରେ ନିର୍ଦ୍ଧାରଣ ହେବ। ଏହି ଆଧାରରେ ମହିଳାଙ୍କୁ ସଂରକ୍ଷଣ ଦିଆ ଯିବ।