ପ୍ରମୁଖ ଖବର
  • ଭୁବନେଶ୍ଵର : ଲୁମ୍ବିନୀ ବିହାର ମା' ମଙ୍ଗଳା ବସ୍ତିରେ ବିଲ୍ ଗେଟ୍‌ସ, ଲୋକମାନଙ୍କୁ ଭେଟି ବିଭିନ୍ନ ମୌଳିକ ସୁବିଧା ସମ୍ପର୍କରେ ପଚାରି ବୁଝିଲେ
  • ||
  • ଭୁବନେଶ୍ଵର : ଓଡ଼ିଶା ଆସୁଛନ୍ତି ମହାମହିମ, ମା' କିଚକେଶ୍ଵରୀଙ୍କ ଦର୍ଶନ ସହ ବିଭିନ୍ନ କାର୍ଯ୍ୟକ୍ରମରେ ଦେବେ ଯୋଗ
  • ||

ଟ୍ରେଲର ଧକ୍କାରେ ଯୁବକ ମୃତ, ଘଟଣାସ୍ଥଳରେ ଉତ୍ତେଜନା

ଭଦ୍ରକ, ୦୨/୦୨ : ଟ୍ରେଲର ଧକ୍କାରେ ଯୁବକ ମୃତ। ଭଦ୍ରକ ସହର ଦେଇ ଯାଇଥିବା ୧୬ ନଂ ଜାତୀୟ ରାଜପଥ ନଳାଙ୍ଗ ବିଷ୍ଣୁପୁର ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି। ମୃତ ଯୁବକ ଜଣଙ୍କ ହେଲେ ଭଣ୍ଡାରିପୋଖରୀ ବ୍ଲକ ପାଳଦା ପଞ୍ଚାୟତ ଉତ୍ତରବାଡ଼ ଗ୍ରାମର ରାଜକିଶୋର ସାହୁ (୩୨ବର୍ଷ)। 

ସୂଚନାନୁଯାୟୀ, ରାଜକିଶୋର ସାହୁ ଟାଟା ପାୱାର ବିଦ୍ୟୁତ ଆବଣ୍ଟନକାରୀ ସଂସ୍ଥାରେ କାର୍ଯ୍ୟ କରନ୍ତି l ଶୁକ୍ରବାର ସକାଳେ ସେ କମ୍ପାନୀ କାମରେ ନିଜ ବାଇକ୍ ନେଇ ଘରୁ ବାହାରି ଆସିଥିଲେ l ବିଷ୍ଣୁପୁର ଠାରେ ରାସ୍ତା କାମ ଚାଲିଥିବା ଯୋଗୁ ଏକ ସଂକୀର୍ଣ୍ଣ ଡାଇଭର୍ସନ ରାସ୍ତା ଦେଇ ଯାଉଥିଲେ l ଏତିକି ବେଳେ ପଛରୁ ଆସୁଥିବା ଏକ ଟ୍ରେଲର ଭାରସାମ୍ୟ ହରାଇ ପ୍ରଥମେ ଆଗରେ ଯାଉଥିବା ଏକ ଟ୍ୟାଙ୍କର ଏବଂ ଏକ କାର୍‌କୁ ଧକ୍କା ଦେଇଥିଲା। ଏହାପରେ ବାଇକ୍ ଉପରେ ଚଢି ଯାଇଥିଲା l ଫଳରେ ଘଟଣାସ୍ଥଳରେ ରାଜକିଶୋରଙ୍କ ମୃତ୍ୟୁ ଘଟିଥିବା ବେଳେ କାରରେ ଯାଉଥିବା ୩ ଜଣ ଆହତ ହୋଇଛନ୍ତି। ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି l ଉତ୍ୟକ୍ତ ଲୋକେ ରାସ୍ତା ଅବରୋଧ କରି କ୍ଷତିପୂରଣ ଦାବି କରିଛନ୍ତି l ଭଦ୍ରକ ଗ୍ରାମାଞ୍ଚଳ ପୋଲିସ ଘଟଣାସ୍ଥଲରେ ପହଁଚି ମୃତଦେହ ଉଦ୍ଧାର ଅନ୍ୟ ଆହତ ମାନଙ୍କୁ ଭଦ୍ରକ ଡାକ୍ତର ଖାନା ପଠାଇଛି।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.