ବେତନଟୀ, ୦୮/୧୧ : ନିଖୋଜ ବ୍ୟକ୍ତିଙ୍କ ଗଳିତ ମୃତଦେହ ଉଦ୍ଧାର। ବାରିପଦା ସହର ଉପକଣ୍ଠ ବାରୁଣୀରୋଡ଼ ଅଞ୍ଚଳର ଜନୈକ ବ୍ୟକ୍ତିଙ୍କ ଗଳିତ ମୃତଦେହକୁ ପାଣ୍ଡେସ୍କୁଲ ନିକଟ ଜରାଳିନଦୀରୁ ବୁଧବାର ଉଦ୍ଧାର କରାଯାଇଛି l ମୃତକ ଜଣକ ହେଉଛନ୍ତି ବାରୁଣୀରୋଡ଼ ଅଞ୍ଚଳର ସନ୍ତୋଷ କୁମାର ପୃଷ୍ଟି l
ପରିବାରବର୍ଗଙ୍କ ସୂଚନା ମୁତାବକ ସନ୍ତୋଷ ଗତ ୫ ତାରିଖ ସକାଳେ ହଠାତ୍ ଘରୁ କୁଆଡେ ଚାଲିଯାଇଥିଲେ l ଦୀର୍ଘସମୟ ଧରି ଘରକୁ ନ ଫେରିବାରୁ ସନ୍ତୋଷଙ୍କୁ ପରିବାରବର୍ଗ ବିଭିନ୍ନ ସ୍ଥାନରେ ଖୋଜାଖୋଜି ଆରମ୍ଭ କରିଥିଲେ। ହେଲେ ତାଙ୍କର କୌଣସି ଖୋଜଖବର ମିଳିନଥିଲା l ଶେଷରେ ବୁଧବାର ସହର ଉପକଣ୍ଠ ପାଣ୍ଡେସ୍କୁଲ ନିକଟ ଜରାଳିନଦୀରେ ଏକ ଗଳିତ ମୃତଦେହ ଭାସୁଥିବାର ଦେଖି ସ୍ଥାନୀୟଲୋକେ ପୁଲିସକୁ ଖବର ଦେଇଥିଲେ l
ତେବେ ନଦୀରେ ଗଳିତ ମୃତଦେହ ଭାସୁଥିବାର ଖବର ପ୍ରଚାର ହେବାପରେ ସନ୍ତୋଷଙ୍କ ପରିବାରବର୍ଗ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ସନ୍ତୋଷଙ୍କୁ ଚି଼ହ୍ନଟ କରିଛନ୍ତି l ପୁଲିସ ମଧ୍ୟ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଏକ ଅପମୃତ୍ୟୁ ମାମଲା ରୁଜୁକରି ତଦନ୍ତ ଜାରି ରଖିଛି l