ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଅଙ୍ଗନବାଡି କର୍ମୀ ପୂର୍ଣ୍ଣିମା ପୁରସ୍କୃତ

ନବରଙ୍ଗପୁର,୬।୩ (ନି:ପ୍ର) : ଆନ୍ତର୍ଜାତିକ ମହିଳା ଦିବସ  ଅବସରରେ କୋଇଲିମୁଣ୍ଡା ଗ୍ରାମ ପଞ୍ଚାୟତ ଅଧିନସ୍ଥ ଖଡ଼ଖଡି ଅଙ୍ଗନବାଡି କେନ୍ଦ୍ର ର ଅଙ୍ଗନବାଡି କର୍ମୀ ପୂର୍ଣ୍ଣିମା ଦେଇଙ୍କୁ ପୁରସ୍କୃତ କରାଯାଇଛି। 

ଶିଶୁ ବିକାଶ ବିଭାଗର ବିଭିନ୍ନ କାର୍ଯ୍ୟକ୍ରମରେ ଉଲ୍ଲେଖନୀୟ କାର୍ଯ୍ୟ ଓ ସଫଳତା ଅର୍ଜନ କରିଥିବା ହେତୁ ଏହାର ନିଦର୍ଶନ ସ୍ଵରୂପ ଆନ୍ତର୍ଜାତୀୟ ମହିଳା ଦିବସ  ଅବସରରେ ନବରଙ୍ଗପୁର ଜିଲ୍ଲପାଳ ଡଃ କମଳ ଲୋଚନ ମିଶ୍ର ଏକ ମାନପତ୍ର ସହ ନଗଦ ୫ ହଜାର ଟଙ୍କା ପୁରସ୍କାର ପ୍ରଦାନ କରିଅଛନ୍ତି l ଆଜି ଜିଲ୍ଲାର ଦଶ ଗୋଟି ବ୍ଲକ୍ ର ଅଙ୍ଗନବାଡି କର୍ମୀ ଙ୍କୁ କାର୍ଯ୍ୟକ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବାରୁ ସ୍ଵତନ୍ତ୍ର ଭାବେ ସମସ୍ତଙ୍କୁ ପୁରସ୍କୃତ କରାଯାଇଥିଲା l

l ତେବେ ଚନ୍ଦାହାଣ୍ଡି ଶିଶୁ ବିକାଶ ପ୍ରକଳ୍ପ ଅଧୀନସ୍ଥ ଖଡ଼ଖଡି ଅଙ୍ଗନବାଡି କର୍ମୀ କାର୍ଯ୍ୟକ୍ଷେତ୍ରରେ ନିଜ ସେବା ମନୋଭାବ ନେଇ କାମ କରିବା ଅଧିକ କର୍ମ ତତ୍ପର ହୋଇ କାର୍ଯ୍ୟ କରିଥାନ୍ତି।  ସରକାରଙ୍କ ଶିଶୁ ବିକାଶ ବିଭାଗର ଛଅ ଗୋଟି ମୁଖ୍ୟ ସେବା ଓ ତିନି ଗୋଟି ଅତିରିକ୍ତ ସେବା ସମେତ ମିଶନ ଶକ୍ତି ଅଧୀନରେ ଥିବା ସମସ୍ତ କାର୍ଯ୍ୟକ୍ରମ କୁ ଅତି ସୁନ୍ଦର ଭାବରେ ସମ୍ପାଦନ କରି ଆସୁଛନ୍ତି। ସେ ବର୍ତ୍ତମାନ ଅଲ ଓଡ଼ିଶା ଅଙ୍ଗନବାଡି କର୍ମୀ ସଂଘ ଚନ୍ଦାହାଣ୍ଡି ର ବ୍ଲକ୍ ସଭାନେତ୍ରୀ ଭାବେ ଦାୟିତ୍ବ ଗ୍ରହଣ କରି ସଂଗଠନର ସମସ୍ତ ସଦସ୍ୟାଙ୍କ ସାମୁହିକ ବିକାଶ ପାଇଁ ଲଢ଼େଇ କରିଆସୁଛନ୍ତି।  ପୂର୍ଣ୍ଣିମାଙ୍କ ଏଭଳି ସଫଳତା ପାଇଁ କୋଇଲିମୁଣ୍ଡା ସେକ୍ଟର ର ଅଙ୍ଗନବାଡି କର୍ମୀମାନେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି l

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.