ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଅଯୋଧ୍ୟାରେ ସମାଜବାଦୀ ପାର୍ଟି ଜିତିବା ମାତ୍ରେ ଅଖିଳେଶଙ୍କ ହାତରେ ରାମଲାଲା, ବାଳଯୋଗୀ ସନ୍ତ ରାମଦାସ ଦେଲେ ଉପହାର

ଲକ୍ଷ୍ନୌ,୮।୬: ଉତ୍ତର ପ୍ରଦେଶର ସମାଜବାଦୀ ପାର୍ଟିର ଐତିହାସିକ ସଫଳତା ପରେ ଅଖିଳେଶ ଯାଦବ ଲଗାତାର ଚର୍ଚ୍ଚାରେ ଆସିଛନ୍ତି। ଅଖିଳେଶ ଯାଦବ ଲୋକସଭା ନିର୍ବାଚନରେ ଜିତିବା ପରେ ପାର୍ଟି କାର୍ଯ୍ୟାଳୟରେ ତାଙ୍କୁ ଜୋରଦାର ସ୍ବାଗତ କରାଯାଇଛି। ଜିତିବା ପରେ ପାର୍ଟି କାର୍ଯ୍ୟାଳୟରେ ପହଁଞ୍ଚିଥିବା ସମାଜବାଦୀ ପାର୍ଟି ଅଧ୍ୟକ୍ଷଙ୍କୁ ଭେଟିବାକୁ ଅଯୋଧ୍ୟାରୁ ବାଲଯୋଗୀ ସନ୍ତ ରାମଦାସ ମଧ୍ୟ ପହଁଞ୍ଚିଥିଲେ। ସେ ଅଖିଳେଶ ଯାଦବଙ୍କୁ ରାମନବମୀ ଦୁପଟା ପକାଇବାକୁ ଦେଇଥିଲେ। ଏହାପରେ ରାମଲାଲାଙ୍କ ଫଟୋ ଫ୍ରେମ୍‌ ଉପହାରରେ ଦେଇଥିଲେ। ଅଖିଳେଶ ଯାଦବ ରାମ ଜନ୍ମଭୂମି ମନ୍ଦିର ନିର୍ମାଣ ପରେ ଏପର୍ଯ୍ୟନ୍ତ ରାମଲାଲାଙ୍କ ଦର୍ଶନ କରିବାକୁ ଯାଇନଥିଲେ। ତାଙ୍କୁ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠାରେ ମଧ୍ୟ ଆମନ୍ତ୍ରଣ କରାଯାଇଥିଲା, କିନ୍ତୁ ସେ ବିଜେପି କର୍ମୀ ବୋଲି କହି ନିମନ୍ତ୍ରଣ ଗ୍ରହଣ କରିନଥିଲେ।

ତେବେ ଲୋକସଭା ନିର୍ବାଚନ ୨୦୨୪ରେ ଫୈଜାବାଦ-ଅଯୋଧ୍ୟା ଲୋକସଭା ଆସନରେ ସମାଜବାଦୀ ପାର୍ଟିକୁ ସଫଳତା ମିଳିଛି। ସମାଜବାଦୀ ପ୍ରାର୍ଥୀ ଏହି ଆସନରେ ଜିତିକି ସମସ୍ତଙ୍କୁ ଚକିତ କରିଦେଇଛି। ସୋସିଆଲ ମିଡିଆରେ ଲଗାତାର ଅଯୋଧ୍ୟାରେ ସମାଜବାଦୀ ପାର୍ଟି ଜିତିବା ଉପରେ ଚର୍ଚ୍ଚା ହେଉଛି। ଏହା ଭିତରେ ସନ୍ତ ରାମଦାସଙ୍କ ଲକ୍ଷ୍ନୌ ଆସିବା ଓ ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବଙ୍କୁ ଫଟୋ ଉପହାରରେ ଦେବା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.