ପ୍ରମୂଖ ଖବର
  • ଆଜି ଶେଷ ରଜ ଉତ୍ସବ: ସବୁଠି ପିଠା, ମିଠା, ପାନର ଆସର
  • ||
  • ଆଜି ପିତୃ ଦିବସ: ବାପାଙ୍କ ପାଇଁ ଦିନଟିଏ, ବାପା ବିଶ୍ବାସର ବରଗଛ, ଭରଷାର ଭବିଷ୍ୟତ
  • ||
  • ଓଡ଼ିଶାରେ ନାକେଦମ୍ କରୁଛି ତାତି, କାଲିଠୁ ମିଳିବ ଆଶ୍ୱସ୍ତି: ୨୪ ସୁଦ୍ଧା ରାଜ୍ୟରେ ମୌସୁମୀ ବର୍ଷା ସମ୍ଭାବନା
  • ||

କେଉଁ ଆସନକୁ ହାତରେ ରଖିବେ ରାହୁଲ ଗାନ୍ଧୀ ? ୱାୟନାଡା ନା ରାଏବରେଲି ? ଏମିତି କହିଲେ ଆମେଥୀର ନବ ନିର୍ବାଚିତ ସାଂସଦ…

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଆମେଥୀ ଲୋକସଭା ନିର୍ବାଚନ ମଣ୍ଡଳୀରୁ ଭାରତୀୟ ଜାତୀୟ କଂଗ୍ରେସର ନବ ନିର୍ବାଚିତ ସାଂସଦ କିଶୋରୀ ଲାଲ ଶର୍ମା କହିଛନ୍ତି ଯେ ଏହି ଆସନ ଗାନ୍ଧୀ ପରିବାରର ବିଶ୍ବାସ । କିଶୋରୀ ଲାଲ ଶର୍ମା ମଧ୍ୟ ଏହି ପ୍ରଶ୍ନର ଉତ୍ତର ସେତେବେଳେ ଦେଇଛନ୍ତି ଯେତେବେଳେ ତାଙ୍କୁ ପଚରାଯାଇଥିଲା ଯେ ରାହୁଲ ଗାନ୍ଧୀ କେଉଁ ଆସନରୁ ସାଂସଦ ରହିବେ ? ୱାୟନାଡା ନା ରାଏବରେଲି ? 

ନବନିର୍ବାଚିତ ସାଂସଦ କିଶୋରୀ ଲାଲ ଶର୍ମା କହିଛନ୍ତି ଯେ, ଆମେଥୀ ଗାନ୍ଧୀ ପରିବାରର 'ବିଶ୍ବାସ'। ଏଠାରେ ଆମେ ନିଶ୍ଚିତ କରିବୁ ଯେ, ବିଶ୍ୱାସରେ କୌଣସି ବିଶ୍ୱାସଘାତକତା ନାହିଁ । କିଶୋରୀ ଲାଲ ଶର୍ମା କହିଛନ୍ତି ଯେ ରାଜନୀତିରେ ପ୍ରତିଶୋଧ ନାହିଁ। ଏହା ଖେଳର ଭାବନା ପରି, ବିଜୟ ଏବଂ ପରାଜୟର ନିଜସ୍ୱ ଗୁରୁତ୍ୱ ରହିଛି । 

ତେବେ କେଉଁ ଆସନରୁ ରାହୁଲ ଗାନ୍ଧୀ ପ୍ରତିନିଧିତ୍ୱ କରିବେ ବୋଲି ପଚରାଯିବାରୁ ନବ ନିର୍ବାଚିତ ଆମେଥୀ ସାଂସଦ କିଶୋରୀ ଲାଲ ଶର୍ମା କହିଛନ୍ତି ଯେ, ଏହି ନିଷ୍ପତ୍ତି ତାଙ୍କ ହାତରେ । ମୁଁ ଚାହେଁ କି ସେ ରାଏବରେଲିକୁ ତାଙ୍କ ପାଖରେ ରଖନ୍ତୁ ।  

ଶର୍ମା କହିଛନ୍ତି, "ମୁଁ ରାହୁଲ ଗାନ୍ଧୀଙ୍କୁ ପରାମର୍ଶ ଦେଇ ନାହିଁ। ମୋର ଏହା କରିବାର ସ୍ଥିତି ନାହିଁ। ମୁଁ ବ୍ୟକ୍ତିଗତ ଭାବେ ଚାହୁଁଛି ଯେ ସେ ରାଏବରେଲିରେ କାର୍ଯ୍ୟ ଜାରି ରଖନ୍ତୁ। ଦଳ ଯାହା ନିଷ୍ପତ୍ତି ନିଅନ୍ତି, ମୁଁ ମଧ୍ୟ ସମାନ ଭାବରେ କାର୍ଯ୍ୟ କରିବି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.