ନୂଆଦିଲ୍ଲୀ ୧୯/୦୯: ଏସିଆର କିମ୍ବଦନ୍ତୀ ମହିଳା ଚିତ୍ରକାର ଅମ୍ରିତା ଶେରଗିଲଙ୍କର ଏକ ତୈଳଚିତ୍ର ୬୧.୮ କୋଟି ଟଙ୍କାରେ ବିକ୍ରି ହୋଇଛି । ସାଫ୍ରୋନ୍ଆର୍ଟ ସେଲ୍ରେ ବିକ୍ରି ହୋଇଥିବା ଏହି ଚିତ୍ରକଳା ବିଶ୍ୱସ୍ତରୀୟ ନିଲାମରେ ଭାରତୀୟ କଳାର ସବୁଠୁ ମହଙ୍ଗା କଳାକୃତି ହୋଇଛି । ବିଶ୍ୱ ରେକର୍ଡ ହାସଲ କରିଥିବା ଅମ୍ରିତାଙ୍କର ଏହି ପେଣ୍ଟିଂର ଶୀର୍ଷକ ‘ଦ ଷ୍ଟୋରୀ ଟେଲର୍’ (୧୯୩୭) । ଗାଈମାନଙ୍କର ଏକ କମ୍ପାନିରେ ଘର ବାହାରେ ଆରାମ କରୁଥିବା କିଛି ମହିଳାମାନଙ୍କର ଚିତ୍ର ଏଥିରେ ପ୍ରଦର୍ଶିତ ହୋଇଛି । ଜଣେ ମହିଳା ପାନ ଖାଉଛନ୍ତି । ଜଣେ ବିଞ୍ଚଣାରେ ବିଞ୍ଚି ହେଉଛନ୍ତି । ଅନ୍ୟମାନେ ବାର୍ତ୍ତାଳାପ କରୁଛନ୍ତି । ଅମ୍ରିତାଙ୍କ ଚିତ୍ରକଳାରେ ମହିଳାଙ୍କୁ କାନ୍ଭାସ୍ର ସୀମା ମଧ୍ୟରେ ଆବଦ୍ଧ କରି ରଖାଯାଏ ନାହିଁ ।
ପନ୍ଡୋଲ ନିଲାମ ଗୃହରେ ଆଧୁନିକ ଚିତ୍ରଶିଳ୍ପୀ ସୟୈଦ ହୈଦନ ରଜାଙ୍କ ‘ଜେଷ୍ଟାସନ୍’ ନାମକ ଚିତ୍ରକଳା ୫୧.୭ କୋଟି ଟଙ୍କାରେ ନିଲାମ ହେବାର ୧୦ ଦିନ ପରେ ଅମ୍ରିତାଙ୍କ ଚିତ୍ରକଳାର ନିଲାମ ଖବର ବିଶ୍ୱସ୍ତରରେ ଖବର ହୋଇଛି । ଅମ୍ରିତାଙ୍କ କଳାକୃତି ସବୁଠୁ ମହଙ୍ଗା ଭାରତୀୟ କଳାକୃତି ଭାବେ ଶୀର୍ଷ ସ୍ଥାନ ହାସଲ କରିଛି । ରଜାଙ୍କ ‘ଜେଷ୍ଟାସନ୍’ ଦ୍ୱିତୀୟ ସବୁଠୁ ମହଙ୍ଗା ଭାରତୀୟ କଳାକୃତିର ମାନ୍ୟତା ପାଇଛି । ସେହିପରି ଆବ୍ଷ୍ଟ୍ରାକ୍ସନିଷ୍ଟ୍ ବାସୁଦେଓ ଏସ୍ ଗାଇତୋଣ୍ଡେଙ୍କ କଳାକୃତି ୩୨ କୋଟି ଟଙ୍କାରେ ନିଲାମ ହୋଇ ୩ୟ ସବୁଠୁ ମହଙ୍ଗା ଭାରତୀୟ କଳାକୃତି ହୋଇଛି ।
ଭାରତର ଏକମାତ୍ର ସଫଳ ଚିତ୍ରକର ଭାବେ ଶୀର୍ଷ ସ୍ଥାନରେ ରହିଥିବା ଅମ୍ରିତାଙ୍କର ‘ଭିଲେଜ୍ ଗ୍ରୁପ୍’ (୧୯୩୮), ମହିଳା ସମୂହମାନଙ୍କର ଏକ ମେଲାନ୍କୋଲି ଚିତ୍ରକଳା ୬.୯ କୋଟି ଟଙ୍କାରେ ନିଲାମ ହୋଇଥିଲା । ତାହା ଥିଲା ସେତେବେଳର ରେକର୍ଡ ନିଲାମ । ୧୯୧୩ ମସିହାରେ ଶିଖ୍ ବାପା ଓ ହଙ୍ଗେରିଆନ୍ ମା’ଙ୍କଠାରୁ ଜନ୍ମିତ ଅମ୍ରିତାଙ୍କ ଜୀବନ ୟୁରୋପ ଓ ଭାରତରେ ବିତିଥିଲା । ଇଲାଇଟ୍ ଇକୋଲ ଡେସ୍ ବ୍ୟୁକ୍ସ ଆର୍ଟସରେ ଅଧ୍ୟୟନ କରି ପେଣ୍ଟିଂ କ୍ଷେତ୍ରରେ ସ୍ୱର୍ଣ୍ଣ ପଦକ ବିଜୟିନୀ ହୋଇଥିବା ପ୍ରଥମ ଏସୀୟ ମହିଳା ଥିଲେ । ୨୫ ବର୍ଷ ବୟସରେ ସେ ଭାରତ ଫେରିଥିଲେ ।