କଟକ ୩୦/୦୮ : କଟକ ଜିଲ୍ଲାରେ ଆସନ୍ତାକାଲି (ଶନିବାର) ଠାରୁ ସୁଭଦ୍ରା ଯୋଜନାରେ ଆବେଦନ ପାଇଁ ମିଳିଵ ଫର୍ମ । ପ୍ରତି ଅଙ୍ଗନଵାଡି କେନ୍ଦ୍ରରେ ଦିନ ୯ ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଏହି ଫର୍ମ ମାଗଣାରେ ଯୋଗାଇ ଦିଆଯିଵ ବୋଲି ସୂଚନା ଦେଇଛନ୍ତି କଟକ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେଵ ସିନ୍ଧେ । ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ସବୁ ଅଙ୍ଗନଵାଡି କେନ୍ଦ୍ରରେ ଏହି ଫର୍ମ ଦିଆଯିଵ । ପରେ ପ୍ରତି ଦିନ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଏହି ଫର୍ମ ଅଙ୍ଗନଵାଡି କେନ୍ଦ୍ର ଗୁଡ଼ିକରେ ମିଳିଵ । ଏହା ପରେ ପ୍ରତି ଗାଁ ରେ କ୍ୟାମ୍ପ କରି ଆବେଦନପତ୍ର ଗୁଡିକର ଡିଜିଟାଇଜେସନ କରାଯିଵ । ଡିଜିଟାଇଜେସନ ବେଳେ ଆବେଦନକାରୀ ନିଜ ଅରିଜିନାଲ ଆଧାର କାର୍ଡ ସହ ଉପସ୍ଥିତ ରହିବା ନିହାତି ଜରୁରୀ । ତେବେ କ୍ୟାମ୍ପରେ ଯେଉଁ ମାନେ ପହଞ୍ଚି ନପାରିଵେ ଆଗକୁ ମଧ୍ୟ ସେମାନେ କରିପାରିବେ। କାରଣ ଏହି ପ୍ରକ୍ରିୟା ନିରନ୍ତର ଭାବେ ଚାଲିଵ ଵୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି । କେବେ ନିଜ ନିଜ ଅଞ୍ଚଳରେ କ୍ୟାମ୍ପ ହେଵ, ସେ ନେଇ ନିକଟସ୍ଥ ଅଙ୍ଗନଵାଡି କେନ୍ଦ୍ରରୁ ସୂଚନା ମିଳିଵ । ଏହା ସହ ଯେଉଁ ମାନଙ୍କର ଆଧାରରେ କିଛି ସମସ୍ୟା ଥିଵ, ସେମାନେ ନିକଟସ୍ଥ ବ୍ଲକରେ ହେବାକୁ ଥିବା ସ୍ଵତନ୍ତ୍ର କ୍ୟାମ୍ପରେ ଠିକ୍ କରିପାରିବେ । ଏ ବାବଦରେ ସହାୟତା ପାଇଁ ଵ୍ଲକ କାର୍ଯ୍ୟାଳୟରେ ଜଣେ ନୋଡାଲ ଅଫିସର ରହିବେ । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦିଆଯାଇଛି ।