ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଡାକ୍ତରଖାନାରେ ଭର୍ତ୍ତି ଅର୍ଜୁନ କପୁର! ଆଇଭି ଡ୍ରିପ ଲାଗିଥିବା ସେୟାର କଲେ ଫଟୋ

ମୁମ୍ବାଇ,୭/୬: ରୋହିତ ସେଟ୍ଟୀଙ୍କ ନିର୍ଦ୍ଦେଶିତ ଆଗାମୀ ଫିଲ୍ମ 'ସିଙ୍ଗହମ୍ ଏଗେନ୍'। ଏଥିରେ ନଜର ଆସିବାକୁ ନେଇ ଚର୍ଚ୍ଚାରେ ଅଛନ୍ତି ଅର୍ଜୁନ କପୁର । ସେ ଫିଲ୍ମରେ ପ୍ରଥମଥର ପାଇଁ ଖଳନାୟକ ଭୂମିକାରେ ନଜର ଆସିବେ । ତେବେ ଫିଲ୍ମ ରିଲିଜ ପୂର୍ବରୁ ନିକଟରେ ଅର୍ଜୁନ ଅଷ୍ଟ୍ରିଆର ଏକ ମେଡିକାଲ ହେଲଥ ରିସର୍ଟରେ କିଛି ଦିନ ବିତାଇଥିଲେ। ଯାହାର ଫଟୋ ଅଭିନେତା ବର୍ତ୍ତମାନ ତାଙ୍କ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି। ଫଟୋରେ ସେ ଡାକ୍ତରଖାନା ବେଡରେ ବସିଥିବା ଦେଖିବାକୁ ମିଳିଛି ।ଯାହା ପ୍ରଶଂସକଙ୍କ ପାଇଁ ଚିନ୍ତା ବଢ଼ାଇଦେଇଛି ।

ଅର୍ଜୁନ କପୁରଙ୍କ ଦ୍ୱାରା ସେୟାର କରାଯାଇଥିବା ଫଟୋଗୁଡ଼ିକ ମଧ୍ୟରୁ ଗୋଟେ ଫଟୋରେ ଅଭିନେତାଙ୍କ ହାତରେ ଆଇଭି ଡ୍ରିପ ଲାଗିଥିବା ଦେଖିବାକୁ ମିଳିଛି । ତେବେ ତାଙ୍କର ଏହି ଫଟୋ ପ୍ରଶଂସକଙ୍କ ଚିନ୍ତା ବଢ଼ାଇଥିବା ବେଳେ ଏବେ ଏହା ପଛର କାରଣ ସାମ୍ନାକୁ ଆସିଛି । ଜାତୀୟ ଗଣାମଧ୍ୟମ ଇଣ୍ଡିଆ ଟୁଡେ ରିପୋର୍ଟ ଅନୁଯାୟୀ ଅର୍ଜୁନ ଅସୁସ୍ଥ ନ  ଥିଲେ ବରଂ ଭିଟାମିନ ଥେରାପି ନେଉଥିବା ଜଣାପଡିଛି ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.