ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଏବେ ଶତ୍ରୁକୁ ମୁହଁତୋଡ଼ ଜବାବ ଦେବ ଭାରତ , ପାକିସ୍ତାନର ଆତଙ୍କୀଙ୍କୁ ଗୋଟି ଗୋଟି କରି ମାରିବ ଏହି ଡ୍ରୋନ୍‌

ନୂଆଦିଲ୍ଲୀ – ଭାରତ ବିରୋଧରେ ଆତଙ୍କବାଦକୁ ବଢାଉ ଥିବା ପାକିସ୍ତାନର ଏବେ ହାଲ ବେହାଲ ହେବ। ଭାରତ ପଡ଼ୋଶୀ ଦେଶକୁ ଜବାବ ଦେବାକୁ ପ୍ରସ୍ତୁତି ଆରମ୍ଭ କରି ଦେଇଛି। ଭାରତୀୟ ସେନାକୁ ଖୁବ୍‌ ଶୀଘ୍ର ଏକ ସ୍ୱତନ୍ତ୍ର ଡ୍ରୋନ୍‌ ମିଳିବାକୁ ଯାଉଛି। ଯାହାକୁ ଆଦାନୀ ଡିଫେନ୍ସ ପ୍ରସ୍ତୁତ କରିଛି। ୧୮ ଜୁନରେ ଇଣ୍ଡିଆନ ଆର୍ମିକୁ ଏହାର ହର୍ମିସ-୯୦୦ ଷ୍ଟାରଲାଇନର ଡ୍ରୋନ୍‌ ମିଳିବ, ଯାହାକୁ ପାକିସ୍ତାନ ବର୍ଡରରେ ମୁତୟନ କରାଯିବ। ଦୃଷ୍ଟି-୧୦ ଡ୍ରୋନ୍‌ର ନାମରେ ପରିଚିତ ହର୍ମିସ-୯୦୦ର ସପ୍ଲାଇ ଆଦାନୀ ଡିଫେନ୍ସ ସିଷ୍ଟମସ ଦ୍ୱାରା ଭାରତୀୟ ସେନା ଓ ନୌସେନା ସହ ଭାରତୀୟ ସେନାଙ୍କୁ କରଯାଉଛି। ଏହି ଡ୍ରୋନ୍‌ ମାଧ୍ୟମରେ ସେନା ପାକିସ୍ତାନର ଆତଙ୍କୀଙ୍କୁ ଗଣି ଗଣି ମାରିବ। 

ଏହି ଅବସରରେ ପ୍ରତିରକ୍ଷା ଅଧିକାରୀମାନେ କହିଛନ୍ତି, ଭାରତୀୟ ସେନାକୁ ମିଳିବାକୁ ଥିବା ଦୁଇଟି ଡ୍ରୋନ୍‌ ମଧ୍ୟରୁ ପ୍ରଥମ ଡ୍ରୋନ୍‌ ୧୮ ଜୁନ୍‌ରେ ହାଇଦ୍ରାବାଦ ସେନାକୁ ପ୍ରଦାନ କରାଯିବ। ଏହି ସପ୍ଲାଇ ପ୍ରତିରକ୍ଷା ମନ୍ତ୍ରଣାଳୟ ଦ୍ୱାରା ସେନା ବାହିନୀକୁ ଦିଆ ଯାଇଥିବା ଜରୁରୀକାଳୀନ ଶକ୍ତି ଅନୁସାରେ ଚୁକ୍ତିର ଏକ ପାର୍ଟ। 

ସେ କହିଛନ୍ତି କି ଭାରତୀୟ ସେନା ନିଜର ଭଟିଣ୍ଡା ବେସ୍‌ରେ ଡ୍ରୋନ୍‌ ମୁତୟନ କରିବ , ଯେଉଁଠାରୁ ସେ ପାକିସ୍ତାନ ସହ ପୂରା ପଶ୍ଚିମୀ ସୀମାରେ ନଜର ରଖି ପାରିବ। ପ୍ରଥମ ହର୍ମିସ-୯୦୦ଚଳିତ ବର୍ଷ ଜାନୁୟାରୀରେ ଭାରତୀୟ ନୌସେନାକୁ ପ୍ରଦାନ କରାଯାଇ ଥିଲା। ଦ୍ୱିତୀୟ ଡ୍ରୋନ୍‌ ସେନା ନେଉଛି। ଏହା ବ୍ୟତୀତ ୩ୟ ଏବେ ନୌସେନାକୁ ସପ୍ଲାଇ କରାଯିବ ଏବଂ ୪ର୍ଥ ସେନାକୁ ଦିଆଯିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.