ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ED ନୋଟିସରେ ହାଜର ହେବେନି କେଜ୍ରିୱାଲ୍, ଆପ୍ କହିଲା ‘କୋର୍ଟରୁ ଜାମିନ୍ ପରେ ବାରମ୍ବାର ସମନ କାହିଁକି ?’

ନୂଆଦିଲ୍ଲୀ, ୧୮/୦୩: ଦିଲ୍ଲୀ ଜଳ ବୋର୍ଡ ଦୁର୍ନୀତି ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED)ରେ ହାଜର ହେବେ ନାହିଁ । ଆମ୍ ଆଦମୀ ପାର୍ଟି ପକ୍ଷରୁ କୁହାଯାଇଛି, ଯେତେବେଳେ କୋର୍ଟ ଜାମିନ୍ ଦେଇଛନ୍ତି ତ ଇଡି କାହିଁକି ବାରମ୍ବାନ ସମନ ପଠାଉଛି । ଇଡିର ସମନ ବେଆଇନ୍ । ଇଡି ପଛରେ ଲୁଚି ବିଜେପି ନିର୍ବାଚନ ଲଢ଼ିବାକୁ କାହିଁକି ଚାହୁଁଛି ବୋଲି ଆପ୍ ପ୍ରଶ୍ନ କରିଛି ।

କେଜ୍ରିୱାଲ୍ ଇଡିରେ ହାଜର ହୋଇଥିଲେ ବହୁ ସଂଖ୍ୟାରେ ଆପ୍ କାର୍ଯ୍ୟକର୍ତ୍ତା ବିଜେପି କାର୍ଯ୍ୟାଳୟ ବାହାରେ ବିକ୍ଷୋଭ ପ୍ରଦର୍ଶନ କରିବା ଆଶଙ୍କା ଥିଲା । ଯାହାକୁ ନେଇ ପୂରା ଆକ୍ଟିଭ୍ ମୋଡରେ ରହିଛି ଦିଲ୍ଲୀ ପୋଲିସ । ସେଣ୍ଟ୍ରାଲ୍ ଡିସିପି, ସର୍କୁଲାର୍ ଜାରି କରି ପୋଲିସ ଫୋର୍ସକୁ ସଜାଗ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି । 

ଦିଲ୍ଲୀ ମଦ ନୀତି ମାମଲାରେ ଇଡି, ଅରବିନ୍ଦ କେଜ୍ରିୱାଲଙ୍କୁ ୯ ଥର ସମନ କରିଛି । ନବମ ସମନ ଜାରି କରି ମାର୍ଚ୍ଚ ୨୧ରେ ଇଡିରେ ହାଜର ହେବାକୁ କୁହାଯାଇଛି । ଏହି ମାମଲାରେ କେଜ୍ରିୱାଲଙ୍କୁ ଇଡି ୨୦୨୩ ନଭେମ୍ବର ୨୧, ଜାନୁଆରୀ ୩, ଜାନୁଆରୀ ୧୮, ଫେବ୍ରୁଆରୀ ୨, ଫେବ୍ରୁଆରୀ ୧୯, ଫେବ୍ରୁଆରୀ ୨୬ ଏବଂ ମାର୍ଚ୍ଚ ୪ରେ ସମନ ଜାରି କରିଥିଲା ।

ବାରମ୍ବାର ସମନ ସତ୍ତ୍ୱେ କେଜ୍ରିୱାଲ୍ ହାଜର ହେଉ ନଥିବା ବେଳେ ଦିଲ୍ଲୀର ରାଉଜ୍ ଆଭେନ୍ୟୁ କୋର୍ଟର ଦ୍ୱାରସ୍ଥ ହୋଇଥିଲା ଇଡି । ମାମଲାରେ କେଜ୍ରିୱାଲ୍ କୋର୍ଟରେ ଭିଡିଓ କନଫରେନ୍ସିଂ ଜରିଆରେ ପ୍ରଥମେ ହାଜର ହୋଇଥିଲେ । ପରବର୍ତ୍ତୀ ଶୁଣାଣିରେ କେଜ୍ରିୱାଲ୍ ବ୍ୟକ୍ତିଗତ ଭାବେ ହାଜର ହୋଇଥିବା ବେଳେ କୋର୍ଟ ୨ଟି ଭିନ୍ନ ବଣ୍ଡରେ କେଜ୍ରିୱାଲଙ୍କୁ ଜାମିନ୍ ପ୍ରଦାନ କରିଥିଲେ ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.