ପ୍ରମୂଖ ଖବର
  • ବଜେଟ୍ ୨୦୨୪: ସଂସଦରେ ଜାମ୍ମୁ-କାଶ୍ମୀର ବଜେଟ୍ ଉପସ୍ଥାପିତ
  • ||
  • ବଜେଟ ୨୦୨୪: ଓଡ଼ିଶା ପର୍ଯ୍ୟଟନର ବିକାଶ ପାଇଁ ବଡ଼ ଘୋଷଣା, ପର୍ଯ୍ୟଟନର ବିକାଶ ପାଇଁ ମିଳିବ ଆର୍ଥିକ ସହାୟତା
  • ||
  • ବଜେଟ୍ ୨୦୨୪: ସରକାରୀ ସହାୟତାରେ ଛାତ ଉପରେ ଲାଗିବ ସୋଲାର ପ୍ୟାନେଲ, ପ୍ରତି ଘରୁ ମାସିକ ୩ଶହ ୟୁନିଟ ବିଜୁଳି ଉତ୍ପାଦନ ଲକ୍ଷ୍ୟ
  • ||
  • ବଜେଟ ୨୦୨୪:୧ କୋଟି ଘରକୁ ମାଗଣା ବିଜୁଳି ଯୋଗାଣ ହେବ,ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ମୁକ୍ତ ବିଜୁଳି ଯୋଜନାରେ ମିଳିବ ସୁବିଧା
  • ||
  • ବଜେଟ୍୨୦୨୪: ବନ୍ୟା ମୁକାବିଲା ପାଇଁ ବିହାରକୁ ୧୧, ୫୦୦ କୋଟିର ସହାୟତା,ଆସାମ, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ସିକିମ୍‌କୁ ମିଳିବ ସହାୟତା
  • ||
  • ବଜେଟ ୨୦୨୪: ବନ୍ୟା ନିୟନ୍ତ୍ରଣ ପାଇଁ ସହାୟତା ଘୋଷଣା,ବନ୍ୟା କ୍ଷତିଗ୍ରସ୍ତ ୫ଟି ରାଜ୍ୟକୁ ସ୍ୱତନ୍ତ୍ର ସହାୟତାର ଘୋଷଣା
  • ||
  • ବଜେଟ ୨୦୨୪: ଜମିବାଡ଼ି ସୁବ୍ୟବସ୍ଥିତ କରିବାକୁ ଆରମ୍ଭ ହେବ ଭୂ-ଆଧାର, ଭୂ-ଆଧାର ଜରିଆରେ ଜମିବାଡ଼ି ଡିଜିଟାଇଜେସନ ହେବ
  • ||
  • ବଜେଟ୍ ୨୦୨୪: ମୁଦ୍ରା ଲୋନ୍‌ ୨୦ ଲକ୍ଷକୁ ବୃଦ୍ଧି ଘୋଷଣା କଲେ ଅର୍ଥମନ୍ତ୍ରୀ,ଧାର୍ଯ୍ୟ ସମୟରେ ପୈଠ କରିଥିବା ବ୍ୟକ୍ତି ଲୋନ୍‌ ପାଇପାରିବେ
  • ||
  • ବିଜେଟ୍ ୨୦୨୪-୨୫: ଗୟାରେ ହେବ ଇଣ୍ଡଷ୍ଟିଆଲ୍ କରିଡ଼ିର, ୧ ହଜାର ଆଇଟିଆଇକୁ ଅପଗ୍ରେଡ୍ କରାଯିବ
  • ||
  • ବିହାର, ଆନ୍ଧ୍ରପ୍ରଦେଶ ପାଇଁ ବଡ଼ ଘୋଷଣା କଲେ ଅର୍ଥମନ୍ତ୍ରୀ, ପୋଲାଭରମ ପ୍ରକଳ୍ପ ଶୀଘ୍ର ସମାପ୍ତ ହେବ, ବିହାରରେ ଏୟାରପୋର୍ଟ, ମେଡିକାଲ କଲେଜ ବିକାଶ
  • ||
  • ସପ୍ତମ ଥର ପାଇଁ ବଜେଟ ଉପସ୍ଥାପନ କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
  • ||
  • ବିଧାନସଭା ଅଧିବେଶନର ଦ୍ବିତୀୟ ଦିନ, ୪ଟା ଯାଏଁ ଗୃହ ମୁଲତବି
  • ||

ଆସାମରେ ବନ୍ୟା ସ୍ଥିତି ଭୟଙ୍କର: ୫୮ ମୃତ, ୨୩ ଲକ୍ଷ ଲୋକ ପ୍ରଭାବିତ

ନୂଆଦିଲ୍ଲୀ,୭।୭: ଗତ ଏକ ମାସ ହେବ ଆସାମରେ ବନ୍ୟା ଯୋଗୁଁ  ସ୍ଥିତି ଖୁବ୍ ଖରାପ ହୋଇ ପଡିଛି। ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆ ଯାଇଥିଲେ ବି ବନ୍ୟା ପାଣିରେ ୫୮ ଜଣଙ୍କର ଜୀବନ ଯାଇ ସାରିଛି। ଆସାମ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପ୍ରାଧିକରଣ(ଏଏସ୍‌ଡିଏମ୍‌ଏ) କହିଛି ଗତ ମାସ ଆସାମରେ ଗମ୍ଭୀର ବନ୍ୟା ସ୍ଥିତି ଯୋଗୁଁ କୋଟି କୋଟି ଟଙ୍କା ଇନଫ୍ରାଷ୍ଟ୍ରକଚର ନଷ୍ଟ କରିଦେଇଛି। ବନ୍ୟା ପାଣିରେ ଅନେକ କିଛି ପ୍ରଭାବିତ ହୋଇଛି, ରାସ୍ତାଘାଟଠାରୁ ନେଇ ଫସଲ ନଷ୍ଟ ହୋଇସାରିଛି। କେବଳ ସେତିକି ନୁହେଁ ଗୃହପାଳିତ ପଶୁ ମଧ୍ୟ ପ୍ରଭାବିତ ହୋଇଛନ୍ତି। ବନ୍ୟା କାରଣରୁ ହଜାର ହଜାର ଲୋକ ବାସହରା ହୋଇଛନ୍ତି। ରିପୋର୍ଟ ଅନୁସାରେ, ୨୭ ଜିଲ୍ଲାରେ ୫୭୭ ଶିବିର ଓ ବିତରଣ କେନ୍ଦ୍ରରେ ୫,୨୬,୦୦୦ ରୁ ଅଧିକ ଲୋକ ଶରଣ ନେଇଛନ୍ତି।

ଆସମର ବହ୍ମପୁତ୍ର  ସହିତ ୧୦ଟି ନଦୀର ଜଳସ୍ତର ବିପଦ ସଙ୍କେତ ଉପରେ ରହିଛି। ବ୍ରହ୍ମପୁତ୍ର ନଦୀର ଜଳସ୍ତର ନେମାଟିଘାଟ, ତେଜପୁର, ଧୁବରୀ ଓ ଗୋଲାପାରାରେ ବିପଦ ସଙ୍କେତ ଉପରେ ପ୍ରଭାବିତ ହେଉଛି। ଏଏସ୍‌ଡିଏମ୍‌ଏର ବନ୍ୟା ରିପୋର୍ଟ ଅନୁସାରେ, ଶନିବାର ପୁରା ଜିଲ୍ଲାରେ ବନ୍ୟା ସ୍ଥିତିରେ ଅଳ୍ପ ସୁଧାର ହୋଇଥିଲା, କିନ୍ତୁ ୨୯ ଜିଲ୍ଲାର ୨.୩୯ ମିଲିୟନ ଲୋକରୁ ଅଧିକ ଲୋକ ଏବେ ବି ବନ୍ୟାର ଦ୍ବିତୀୟ ଲହରରେ ପ୍ରଭାବିତ ହୋଇଛନ୍ତି।

ବନ୍ୟାରେ କାଜିରଙ୍ଗା ନ୍ୟାସନାଲ ପାର୍କ ମଧ୍ୟ ପ୍ରଭାବିତ ହୋଇଛି। ବନ୍ୟାରେ ୧,୫୪୯,୧୬୧ ପଶୁ ପ୍ରଭାବିତ ହୋଇଛନ୍ତି। ଉଦ୍ୟାନରେ ଏପର୍ଯ୍ୟନ୍ତ ୬ ଗଣ୍ଡା ସହିତ ୧୧୪ ପଶୁଙ୍କର ମୃତ୍ୟୁ ହୋଇସାରିଛି। ପୂର୍ବ ଅପେକ୍ଷା ଯଦିଓ ଜାତୀୟ ଉଦ୍ୟାନର ସ୍ଥିତି ଟିକେ ସୁଧୁରିଛୁ, କିନ୍ତୁ ଏବେ ବି ପାର୍କର ୬୬ ବନ ଶିବିର ପାଣିରେ ବୁଡି ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.