ପ୍ରମୂଖ ଖବର
  • ବୃକ୍ଷରୋପଣରେ ମହାଦୁର୍ନୀତି କରି ଲରମ୍ଭା ସେକ୍ସନ ଫରେଷ୍ଟର ପ୍ରିୟବ୍ରତ ନାଏକ ନିଲମ୍ବିତ
  • ||
  • ଫୁଲବାଣୀ : ବିବାହିତା ମହିଳାଙ୍କ ଝୁଲନ୍ତା ଶବ ଉଦ୍ଧାର, ହତ୍ୟା ଅଭିଯୋଗ
  • ||
  • ଫୁଲବାଣୀ : ବେକରେ ଗାମୁଛା ଦେଇ ୮୩ ବର୍ଷୀୟ ବୃଦ୍ଧଙ୍କ ଆତ୍ମହତ୍ୟା
  • ||
  • ସମ୍ବଲପୁର ରେଜିଷ୍ଟ୍ରି ଅଫିସ୍‌ରେ ଅଚାନକ ପହଞ୍ଚିଲେ ରାଜସ୍ବ ମନ୍ତ୍ରୀ, ଅଧିକାରୀଙ୍କୁ କଲେ ତାଗିଦ୍
  • ||
  • ଭଦ୍ରକ : ଓଲଗରେ ପାଞ୍ଚଶହ ବର୍ଷର ପୁରାତନ ପରମ୍ପରା ଲାଖବିନ୍ଧା ଅନୁଷ୍ଠିତ, ଶହଶହ ଲୋକଙ୍କ ଭିଡ଼
  • ||
  • ଭୋଗରାଇ : ୬ ଦଫା ଦାବି ନେଇ ଲକ୍ଷ୍ମୀ ବସ୍ ଡ୍ରାଇଭରଙ୍କ ଆନ୍ଦୋଳନ, ବସ୍ ଚଳାଚଳ ଠପ
  • ||
  • ଉଦଳା : ସିସିଟିଭିରେ ଶାଢ଼ୀ ଢାଙ୍କି ଲୁଟ୍‌, ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଲୁଟିନେଲେ ଦୁର୍ବୃତ୍ତ
  • ||
  • ବିଣିକା : ବାଇକ୍‌କୁ ପଛପଟୁ ଧକ୍କା ଦେଲା ବାଇକ୍‌, ୨ ମୃତ
  • ||
  • ଭୁବନେଶ୍ୱରରେ ଭସାଣି ପାଇଁ ଟ୍ରାଫିକ କଟକଣା, ବାଣୀବିହାରରୁ ରାଜମହଲ ପର୍ଯ୍ୟନ୍ତ ରାସ୍ତା ସିଲ୍‌
  • ||
  • ଚୌଦ୍ୱାର : ସିରିଜ୍ ଚୋରି ଘଟଣାର ପର୍ଦ୍ଦାଫାସ, ୩ ଗିରଫ
  • ||
  • ସାଲେପୁର : କେନାଲରେ ବୁଡି ବୃଦ୍ଧ ମୃତ, ପୋଲିସର ତଦନ୍ତ ଜାରି
  • ||
  • ସରିଲା ଦୁର୍ଗାପୂଜା; ଆଜି ମା' ନେବେ ମାଲାଣି, ଭସାଣି ପାଇଁ ପ୍ରଶାସନର ବ୍ୟାପକ ପ୍ରସ୍ତୁତି
  • ||
  • କଟକରେ ଭସାଣି ଉପଲକ୍ଷେ ଟ୍ରାଫିକ କଟକଣା ଲାଗୁ, ପ୍ରେସ୍ ରିଲିଜ ଜରିଆରେ ସୂଚନା
  • ||
  • କାମାକ୍ଷାନଗର : ଡିଭାଇଡରରେ ପିଟିହୋଇ ଓଲଟିଲା ଗାଡି; ଜଣେ ଗୁରୁତର, ୩ଆହତ
  • ||

ଦେଶର ସବୁଠାରୁ କମ୍ ବୟସ୍କା ମହିଳା ମୁଖ୍ୟମନ୍ତ୍ରୀଙ୍କ ଲିଷ୍ଟରେ ଆତିଶି ସାମିଲ, ଏହି ନେତ୍ରୀଙ୍କ ନାଁରେ ରହିଛି ରେକର୍ଡ

ନୂଆଦିଲ୍ଲୀ,୧୭।୯: ଜେଲରୁ ଆସିବା ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଅରବିନ୍ଦ କେଜ୍ରିଓ୍ବାଲ।  ତାଙ୍କର ଇସ୍ତଫା ପରେ ସରକାର ଗଠନ କରିବା ନେଇ ଉପରାଜ୍ୟପାଳଙ୍କ ଆଗରେ ଦାବି ରଖିଛନ୍ତି ଆତିଶି। ଏହା ସହ ଖୁବ୍ ଶୀଘ୍ର ଶପଥ ନେବା ତାରିଖ ଦେବାକୁ କହିଛନ୍ତି। ଏଭଳି ସ୍ଥିତିରେ ଆତିଶିଙ୍କୁ ମୁଖ୍ୟମନ୍ତ୍ରୀ ଭାବରେ ଘୋଷଣା କରିବା କେବଳ ଆମ୍ ଆଦମୀ ପାର୍ଟି ପାଇଁ ଏକ ମାଇଲଖୁଣ୍ଟ ନୁହେଁ, ବରଂ ସେ ଭାରତୀୟ ରାଜନୀତି ଇତିହାସରେ ମହିଳା ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର କ୍ଲବରେ ସ୍ଥାନ ପାଇଛନ୍ତି।। ଆତିଶି ହେଉଛନ୍ତି ଦିଲ୍ଲୀର ତୃତୀୟ ମହିଳା ମୁଖ୍ୟମନ୍ତ୍ରୀ। ୧୯୯୮ରେ କଂଗ୍ରେସର ଶିଲା ଦୀକ୍ଷିତ୍ ଦିଲ୍ଲୀର ସିଏମ୍ ହୋଇଥିଲେ। ସେ ଏହି ପଦବୀରେ ୧୫ ବର୍ଷ ୨୫ ଦିନ ରହିଥିଲେ।  ତାଙ୍କ ପରେ  ବିଜେପିର ଫାୟାରବ୍ରାଣ୍ଡ ନେତ୍ରୀ ସୁଷମା ସ୍ୱରାଜ ୧୯୯୮ ରେ ମାତ୍ର ୫୨ ଦିନ ପାଇଁ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ହୋଇଥିଲେ।ଶିଲା ଦୀକ୍ଷିତଙ୍କର ପ୍ରାୟ ଏକ ଦଶକ ପରେ ଦିଲ୍ଲୀରେ ଜଣେ ମହିଳା ମୁଖ୍ୟମନ୍ତ୍ରୀ ଫେରିଛନ୍ତି। ଏହା ସହ ଆତିଶି ଭାରତର ସବୁଠାରୁ କମ୍ ବୟସ୍କ ମହିଳା ମୁଖ୍ୟମନ୍ତ୍ରୀଙ୍କ ଲିଷ୍ଟରେ ୧୭ ତମ ସ୍ଥାନରେ ରହିବେ। ସେଭଳି  ଦିଲ୍ଲୀର ସବୁଠାରୁ କମ୍ ବୟସ୍କା ମହିଳା ମୁଖ୍ୟମନ୍ତ୍ରୀ ମଧ୍ୟ ହେବେ।

ଏପର୍ଯ୍ୟନ୍ତର ସବୁଠାରୁ କମ୍ ବୟସ୍କା ମହିଳା ମୁଖ୍ୟମନ୍ତ୍ରୀ ରେକର୍ଡ ଶଶିକଳା କାକୋଡରଙ୍କ ନାଁରେ ରହିଛି, ସେ ୩୮ ବର୍ଷ ବୟସରେ ଗୋଆର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ହୋଇଥିଲେ। ନନ୍ଦିନୀ ଶତପଥୀ ୪୧ ବର୍ଷ ବୟସରେ ଓଡିଶାର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ହୋଇଥିଲେ। ବିଏସ୍‌ପି ନେତ୍ରୀ କୁମାରୀ ମାୟାବତୀ ୩୯ ବର୍ଷରେ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ହୋଇଥିଲେ। ମାୟାବତୀଙ୍କ ବ୍ୟତୀତ ସିଏମ୍ ପଦ ସମ୍ଭାଳିଥିବା ଆଉ ଜଣେ ଯୁବ ମହିଳା ମୁଖ୍ୟମନ୍ତ୍ରୀ ହେଉଛନ୍ତି ଆରଜେଡି ନେତା ଲାଲୁ ପ୍ରସାଦ ଯାଦବଙ୍କ ପତ୍ନୀ ରାବ୍ରି ଦେବୀ। ଚାରା ଘୋଟାଲା ଦୁର୍ନୀତିରେ ଲାଲୁ ଦୋଷୀ ସାବ୍ୟସ୍ତ ହେବାପରେ ରାବ୍ରି ଦେବୀ ୧୯୯୭ ରେ ୪୨ ବଷ ବୟସରେ ବିହାରର ମୁଖ୍ୟମନ୍ତ୍ରୀ ହୋଇଥିଲେ। ୨୦୦୫ ପର୍ଯ୍ୟନ୍ତ ଏହି ପଦବୀରେ ଥିଲେ।

ସେଭଳି ୧୯୯୧ ରେ ୪୩ ବର୍ଷରେ ତାମିଲନାଡୁର ସବୁଠାରୁ ଯୁବ ଓ ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ହୋଇଥିଲେ ଜେ.ଜୟଲଳିତା। ମୁଖ୍ୟମନ୍ତ୍ରୀ ଭାବରେ ତାଙ୍କର କାର୍ଯ୍ୟକାଳ ଖୁବ୍ ବିବାଦୀୟ ଥିଲା। ୨୯ ସେପ୍ଟେମ୍ବର ୨୦୧୪ ରେ ଆୟଠାରୁ ଅଧିକ ସମ୍ପତ୍ତି ମାମଲାରେ ବେଙ୍ଗାଲୁରର ସ୍ବତନ୍ତ୍ର କୋର୍ଟ ଦୋଷୀ ସାବ୍ୟସ୍ତ କରିଥିଲେ।ପଦବୀରେ ଥାଇ ଜୟଲଳିତା ଗିରଫ ହୋଇଥିବା ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ଥିଲେ। ସେଭଳି ବିଜେପିର ଉମା ଭାରତୀ ୪୪ ବର୍ଷ ବୟସରେ ମଧ୍ୟ ପ୍ରଦେଶର ମୁଖ୍ୟମନ୍ତ୍ରୀ ହୋଇଥିଲେ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.