ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଚାପି ହୋଇ ଚାଲିଗଲା ୨ ଜୀବନ, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ମ୍ୟୁନିସିପାଲିଟିର ସପ୍ଲାଇ ପାଣି ଟାଙ୍କିରୁ ବାହାରିଲା ୪୦ ମାଙ୍କଡଙ୍କ ମୃତଦେହ, ବ୍ୟବହାର କରୁଥିଲେ ୨୦୦ ପରିବାର

ହାଇଦ୍ରାବାଦ,୪।୪:  ତେଲେଙ୍ଗାନାର ନଲଗୋଣ୍ଡା ଜିଲ୍ଲାରେ ଅଭାବନୀୟ ଘଟଣା। ପିଇବା ପାଣି ଟାଙ୍କିରୁ ବାହାରିଲା ୪୦ଟି ମାଙ୍କଡଙ୍କ ମୃତଦେହ। ଏଭଳି ଏକ ଆଶ୍ଚର୍ଯ୍ୟକର ଘଟଣା ନଲଗୋଣ୍ଡା ମ୍ୟୁନିସିପାଲିଟି ଅଞ୍ଚଳରେ ଘଟିଛି। ଏହି  ପାଣିକୁ ୨୦୦ ରୁ ଅଧିକ ପରିବାର ବ୍ୟବହାର କରୁଥିଲେ। ଏବେ ସମସ୍ତଙ୍କୁ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି। 

ତେଲେଙ୍ଗାନାର ନାଲଗୋଣ୍ଡା ଜିଲ୍ଲା ନନ୍ଦିକୋଣ୍ଡା ମ୍ୟୁନିସିପାଲିଟି ଅଞ୍ଚଳର ନାଗାର୍ଜୁନ ସାଗର ନିକଟରେ  ଏହି ପାଣି ଟାଙ୍କି ରହିଛି। ପାଣିରୁ ପ୍ରବଳ ଦୁର୍ଗନ୍ଧ ବାହାରୁ ଥିବା ନେଇ ସ୍ଥାନୀୟ ଲୋକେ  ଅଭିଯୋଗ କରିଥିଲେ। ଏହାପରେ ମ୍ୟୁନିସିପାଲିଟି କର୍ମଚାରୀ ସେଠାକୁ ଯାଇଥିଲେ। ହେଲେ ସେମାନେ ଯାହା ଦେଖିଥିଲେ ତାହା ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। ଟାଙ୍କି ଭିତରେ ବହୁ ମାଙ୍କଡଙ୍କ ଶବ ଭାସୁଥିବା ସେମାନେ ଦେଖିବାକୁ ପାଇଥିଲେ। 

ମ୍ୟୁନିସିପାଲିଟି କର୍ମଚାରୀମାନେ ମୃତ ମାଙ୍କଡ଼ଗୁଡ଼ିକର ଗୋଟିଏ ପରେ ଗୋଟିଏ ମୃତଦେହ ବାହାର କରିଥିଲେ। ପ୍ରାଥମିକ ତଦନ୍ତ ପରେ ଜଣାପଡିଛି ଯେ, ମୁନିସିପାଲିଟି କର୍ମଚାରୀଙ୍କ ଅବହେଳା କାରଣରୁ ଏଭଳି ହୋଇଛି। କାରଣ ସେମାନେ ଟାଙ୍କି ଉପରେ ପଡୁଥିବା ଢାଙ୍କୁଣିକୁ ଖୋଲିକି ରଖିଥିଲେ। ଫଳରେ  ଅସହ୍ୟ ଗରମ ହେତୁ ମାଙ୍କଡମାନେ ପାଣି ପିଇବାକୁ ଆସି ଟାଙ୍କି ଭିତରେ ପଡି ଯାଇଥିବେ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.