ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଚାପି ହୋଇ ଚାଲିଗଲା ୨ ଜୀବନ, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଆରସିବି ବିପକ୍ଷରେ ଦିଲ୍ଲୀ ଟିମ୍‌ର ନେତୃତ୍ବ ନେବେ ଅକ୍ଷର ପଟେଲ

Image Courtesy: cnbctv18

ନୂଆଦିଲ୍ଲୀ: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) ବିପକ୍ଷ ମ୍ୟାଚ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସର ନେତୃତ୍ବ ନେବେ ଅକ୍ଷର ପଟେଲ । ତୃତୀୟ ଥର ସ୍ଲୋ ଓଭର ରେଟ୍‌ ଲାଗି ରିଷଭ ପନ୍ତଙ୍କୁ ଗୋଟିଏ ମ୍ୟାଚ୍‌ରୁ ଆଉଟ ହେବାକୁ ପଡ଼ିଥିବା ବେଳେ ଅକ୍ଷର ପଟେଲ ଅଧିନାୟକ ଦାୟିତ୍ବ ତୁଲାଇବେ । ଗୁରୁତ୍ବପୂର୍ଣ୍ଣ ମ୍ୟାଚ୍‌ରେ ଦିଲ୍ଲୀର ମଙ୍ଗ ସମ୍ଭାଳିବେ ଅକ୍ଷର ପଟେଲ । ଏନେଇ ଦିଲ୍ଲୀ କ୍ୟାପିଟାଲ୍ସର ମୁଖ୍ୟ କୋଚ୍‌ ରିକି ପଣ୍ଟିଂ ସୂଚନା ଦେଇଛନ୍ତି ।  

ମେ ୧୨ (ରବିବାର) ରେ ଦିଲ୍ଲୀ କ୍ୟାପିଟାଲ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ମ୍ୟାଚ ହେବ। ଏଥିରେ ଅକ୍ଷର କ୍ୟାପ୍ଟେନ୍ ରହିବେ । ଏନେଇ ଶନିବାର ବେଙ୍ଗାଲୁରୁରେ ଏକ ସାମ୍ବାଦିକ ସମ୍ମିଳନୀକୁ ସୂଚନା ଦେଇ ରିକି ପଣ୍ଟିଂ କହିଛନ୍ତି ‘ଅକ୍ଷର ଆସନ୍ତାକାଲି ପାଇଁ ଆମର କ୍ୟାପ୍ଟେନ୍ ହେବେ । ଗତ କିଛି ସଂସ୍କରଣରେ ସେ ଦଳର ଉପଅଧିନାୟକ ରହିଆସିଥିଲେ। ସେ ଜଣେ ଦକ୍ଷ ଖେଳାଳି। ସେ ଖେଳକୁ ଭଲ ଭାବରେ ବୁଝନ୍ତି । ସତ କହିବାକୁ ଗଲେ ସେ ଦାୟିତ୍ବ ନେବାକୁ ଖୁବ୍ ଆଗ୍ରହୀ ।’ 

ସେ ଆହୁରି ମଧ୍ୟ କହିଛନ୍ତି ଯେ,  ପନ୍ତଙ୍କୁ ବ୍ୟାନ କରାଯାଇପାରେ ବୋଲି ଆମେ ଆଶଙ୍କା କରିଥିଲୁ । ଅକ୍ଷରଙ୍କୁ ଅଧିନାୟକ ଦାୟିତ୍ବ ଦେବା ଉପରେ ପନ୍ତ ମଧ୍ୟ ସହମତି ପ୍ରକାଶ କରିଛନ୍ତି । ସେପଟେ ଟିମ୍‌ ନିଜର ବୋଲରଙ୍କୁ ନେଇ ଏକ ବୈଠକ କରିଥିବା ବେଳେ  ସବୁ ଯୋଜନା ମୁତାବକ ହେବ ବୋଲି ପଣ୍ଟିଂ କହିଛନ୍ତି । ତେବେ ଆସନ୍ତାକାଲିର ମ୍ୟାଚ୍‌ ଦଳ ପାଇଁ ଗୁରୁତ୍ବପୂର୍ଣ୍ଣ। ପନ୍ତ ନଥିଲେ ବି ଟିମ୍‌କୁ କଠିନ ପରିଶ୍ରମ କରିବାକୁ ପଡ଼ିବ। ଆସନ୍ତାକାଲିର ମ୍ୟାଚ୍‌ ଜିତିବାକୁ ଉଭୟ ଦିଲ୍ଲୀ ଏବଂ ବେଙ୍ଗାଲୁରୁ ଚେଷ୍ଟା କରିବେ । ଦିଲ୍ଲୀ ଜିତିଲେ ପଏଣ୍ଟ ଟେବୁଲରେ ଦଳକୁ ଫାଇଦା ହେବା ସହ ଟପ୍‌-୪କୁ ଯାଇପାରେ । ହେଲେ ପନ୍ତଙ୍କ ବିନା ଅକ୍ଷର ପଟେଲଙ୍କ ନେତୃତ୍ବରେ ଦିଲ୍ଲୀ ଲଢ଼େଇ କରିବ ।

  • BCCI
  • IPL 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.