ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଲୁକ୍ସ- ଏକ୍ସପ୍ରେଶନର କାରଣରୁ ଟ୍ରୋଲ୍ ହୋଇଥିଲେ ହିଟ୍ ଷ୍ଟାରଙ୍କ ପୁଅ, ଦେଇ ସାରିଛନ୍ତି ୪୫୦କୋଟିର ଫିଲ୍ମ

ନୂଆଦିଲ୍ଲୀ, ୧୦/୪ :  ବଲିଉଡ଼ ଅଭିନେତା ଟାଇଗର ଶ୍ରଫ ନିଜ ଆକ୍ସନ ସିକ୍ବେନ୍ସ ଏବଂ ଡ୍ୟାନ୍ସ କାରଣରୁ ବହୁ ଫେମଶ ଅଟନ୍ତି । ଏବେ ଅଭିନେତା ତାଙ୍କ ଲାଟେଷ୍ଟ ନୂଆ ଫିଲ୍ମ ‘ବଡ଼େ ମିୟାଁ ଛୋଟେ ମିୟାଁ’କୁ ନେଇ ଟ୍ରେଣ୍ଡରେ ଛାଇ ଯାଇଛନ୍ତି । ଏହି ଫିଲ୍ମରେ ଟାଇଗର ଶ୍ରଫଙ୍କ ସହ ଅକ୍ଷୟ କୁମାର ବି ଲିଡ ରୋଲରେ ନଜର ଆସୁଛନ୍ତି । 

ଅଭିନେତାଙ୍କ ଫିଲ୍ମ ପ୍ରଥମେ ୧୦ଏପ୍ରିଲରେ ବଡ଼ ପରଦାରେ ରିଲିଜ ହେବାରେ ଥିଲା। ରିଲିଜର ଗୋଟିଏ ଦିନ ପୂର୍ବରୁ ମେକର୍ସ ଏହାର ରିଲିଜ ଡେଟ ପରିବର୍ତ୍ତନର ଘୋଷଣା କରିଛନ୍ତି । ଏବେ ଏହି ଫିଲ୍ମ ୧୧ଏପ୍ରିଲରେ ବଡ଼ ପରଦାରେ ରିଲିଜ ହେବ । ନିଜ ଦମଦାର ଆକ୍ଟିଂ କାରଣରୁ ଇଣ୍ଡଷ୍ଟ୍ରିରେ ଟାଇଗରଙ୍କ ଭଲ ନାଁ ରହିଛି । କିନ୍ତୁ ଗୋଟେ ସମୟ ଏଭଳି ଥିଲା କି ଯେତେବେଳେ ଅଭିନେତାଙ୍କୁ ତାଙ୍କ ଲୁକ୍ସ ଲାଗି ଟ୍ରୋଲର ଶିକାର ହେବାକୁ ପଡ଼ିଥିଲା ।

ଗତ ବର୍ଷ ଟାଇଗର ଶ୍ରଫ ଅରବାଜ ଖାନଙ୍କ ଚାଟ ଶୋ ପିଞ୍ଚରେ ନିଜ ପର୍ସନାଲ ଏବଂ ପ୍ରୋଫେଶନାଲ ଲାଇଫ ସହ ଯୋଡ଼ି ହୋଇଥିବା କେତେକ କଥା କହିଥିଲେ । ଅଭିନେତା କହିଛନ୍ତି କି ତାଙ୍କ ପ୍ରଥମ ଫିଲ୍ମ ହିରୋପନ୍ତୀର ରିଲିଜ ପୂର୍ବରୁ ଭ୍ୟୁୟର୍ସ ତାଙ୍କ ଲୁକ୍‌କୁ ନେଇ ତାଙ୍କୁ ଟ୍ରୋଲ କରିବାକୁ ଲାଗିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.