ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଲା ବିସିସିଆଇ

ମୁମ୍ବାଇ: ମୁମ୍ବାଇ ଇଣ୍ଡିଆନ୍ସ ବନାମ ଲକ୍ଷ୍ନୌ ସୁପର ଜ୍ୟାଣ୍ଟସ୍‌ ମ୍ୟାଚ୍‌ରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଟିମ୍‌ ମୁମ୍ବାଇ ୯ ରନ୍‌ରେ ବିଜୟୀ ହୋଇଛି । ହେଲେ ମ୍ୟାଚ୍‌ ପରେ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଜୋରଦାର ଝଟକା ଲାଗିଛି । ଚଳିତ ଆଇପିଏଲ୍‌ ସିଜନ୍‌ରେ ପ୍ରଥମ ଥର ପାଣ୍ଡ୍ୟାଙ୍କ ନେତୃତ୍ବାଧୀନ ମୁମ୍ବାଇ ଧିମା ବୋଲିଂ କରିଛି । ସ୍ଲୋ ଓଭର ରେଟ୍‌ ଲାଗି ପାଣ୍ଡ୍ୟାଙ୍କ ଉପରେ ୧୨ ଲକ୍ଷ ଟଙ୍କା ଜରିମାନା ଲଗାଇଛି ବିସିସିଆଇ । ଆଇପିଏଲ୍‌ର କୋଡ୍‌ ଅଫ କଣ୍ଡକ୍ଟ ଉଲ୍ଲଂଘନ ଯୋଗୁଁ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ପାଣ୍ଡ୍ୟାଙ୍କ ଉପରେ ୧୨ ଲକ୍ଷ ଟଙ୍କା ଜରିମାନା ଲାଗିଛି ବୋଲି ବିସିସିଆଇ ପକ୍ଷରୁ ପ୍ରେସ୍‌ ବିଜ୍ଞପ୍ତିରେ ସୂଚନା ଦିଆଯାଇଛି । 

ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପୂର୍ବରୁ ସ୍ଲୋ ଓଭର ରେଟ୍‌ ଲାଗି କୋଲକାତା ନାଇଟ୍‌ ରାଇଡର୍ସ (କେକେଆର) ଅଧିନାୟକ ଶ୍ରେୟସ ଆୟରଙ୍କ ଉପରେ ଜରିମାନା ଲାଗିଥିଲା । ଏପ୍ରିଲ ୧୬ରେ ରାଜସ୍ଥାନ ରୟାଲ୍ସ (ଆରଆର) ବିପକ୍ଷରେ କେକେଆର ଧିମା ବୋଲିଂ କରିଥିଲା । ଫଳରେ ଟିମ୍‌ର ଅଧିନାୟକ ଆୟରଙ୍କ ଉପରେ ୧୨ ଲକ୍ଷ ଟଙ୍କା ଜରିମାନା ଲଗାଇଥିଲା ବିସିସିଆଇ । ଚଳିତ ସିଜନ୍‌ରେ ସବୁଠୁ ଅଧିକ ୨୪ ଲକ୍ଷ ଟଙ୍କା ଜରିମାନା ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ ରିଷଭ ପନ୍ତଙ୍କ ଉପରେ ଲାଗିଛି । ଏପରିକି ଟିମ୍‌ର ବାକି ଖେଳାଳିଙ୍କ ଉପରେ ୬ ଲକ୍ଷ ଟଙ୍କା ଲେଖାଏ କିମ୍ବା ମ୍ୟାଚ ଫିର ୨୫ ପ୍ରତିଶତ ଅର୍ଥ କାଟିଛି ବିସିସିଆଇ ।

ଏପ୍ରିଲ ୩ରେ ଦିଲ୍ଲୀ କ୍ୟାପିଟାଲ୍ସ, କେକେଆର ବିପକ୍ଷରେ ଧିମା ବୋଲିଂ କରି ଫସିଥିଲା । ସେହି ମ୍ୟାଚ୍‌ କେକେଆର ପାଖରୁ ୧୦୬ ରନରେ ପରାସ୍ତ ହୋଇଥିଲା । ଆଇପିଏଲରେ ଲଗାତାର ଦୁଇ ଥର ସ୍ଲୋ ଓଭର ରେଟ୍‌ ଲାଗି ଉଭୟ ଅଧିନାୟକ ଏବଂ ଟିମ୍‌ ଉପରେ ଆକ୍ସନ ନେଇଥିଲା ବିସିସିଆଇ । ଏହା ପୂର୍ବରୁ ଚେନ୍ନାଇ ବିପକ୍ଷରେ ଧିମା ବୋଲିଂ ପାଇଁ ପନ୍ତଙ୍କ ଉପରେ ୧୨ ଲକ୍ଷ ଟଙ୍କା ଜରିମାନା ଲାଗିଥିଲା । ସେହିଭଳି ସଞ୍ଜୁ ସାମସନ ଏବଂ ଶୁଭମନ ଗିଲଙ୍କ ଉପରେ ୧୨ ଲକ୍ଷ ଟଙ୍କା ଲେଖାଏ ଜରିମାନା ଲଗାଇସାରିଛି ବିସିସିଆଇ । 

 

  • prameyanews
  • PrameyaOdia
  • prameya
  • IPL 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.