ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

OAS ପରେ ଏବେ IASରେ ସଫଳତା: ବିଶ୍ୱଜିତ ପଣ୍ଡା

ଖଇରା, ୧୭।୪: ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ସାରୁଗାଁ ପଞ୍ଚାୟତ ନୂଆଗାଁବଡ଼ ଗ୍ରାମ ରାଉତରାପୁର ଶାସନର ବିଶ୍ୱଜିତ ପଣ୍ଡା ଭାରତୀୟ ପ୍ରାଶାସନିକ ସେବା ପରୀକ୍ଷା (ୟୁପିଏସ୍‌ସି)ରେ ସର୍ବଭାରତୀୟ ସ୍ତରରେ ୩୪୩ ରାଙ୍କ ରଖି କୃତକାର୍ଯ୍ୟ ହୋଇଛନ୍ତି । ଏହା ପୂର୍ବରୁ ସେ ୨୦୨୦ ମସିହାରେ ଓଡ଼ିଶା ପ୍ରାଶାସନିକ ସେବା (ଓପିଏସ୍‌ସି)ପରୀକ୍ଷାରେ କୃତକାର୍ଯ୍ୟ ହୋଇ ଏବେ ବାରିପଦାରେ ଡେପୁଟି କଲେକ୍ଟର ଭାବେ କାର୍ଯ୍ୟରତ ଅଛନ୍ତି । 

ଏହି ସଫଳତାର ଶ୍ରେୟ ସେ ମା’ ରେବତୀ ପଣ୍ଡା, ବାପା ବୈକୁଣ୍ଠ ପଣ୍ଡା ଓ ପରିବାରବର୍ଗଙ୍କୁ ଦେଇଛନ୍ତି । ୨୦୧୦ ମସିହାରେ ମୟୂରଭଞ୍ଜ ଜିଲ୍ଲା ଶରତ ସରକାରୀ ହାଇସ୍କୁଲରୁ ୧୦ମ ଶ୍ରେଣୀ ଓ କଟକ ସ୍ଥିତ ରେଭେନ୍‌ସା କଲେଜରେ ଯୁକ୍ତ ୨ ପାସ୍ ପରେ ରାଉରକେଲାସ୍ଥିତ ଏକ ଘରୋଇ କମ୍ପାନିରେ ଚାକିରି ଆରମ୍ଭ କରିବା ସହ ପ୍ରାଶାସନିକ ସେବା ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିଲେ । ଫଳ ପ୍ରକାଶ ପାଇବା ପରେ ବିଭିନ୍ନ ସଙ୍ଗଠନ ଓ ବ୍ୟକ୍ତିବିଶେଷ ବିଶ୍ୱଜିତ୍‌ଙ୍କୁ ଶୁଭେଚ୍ଛା ବାର୍ତ୍ତା ପ୍ରଦାନ କରିଛନ୍ତି । ଏହି ଖବର ପ୍ରଚାର ପରେ ଖଇରା ସମେତ ବାଲେଶ୍ୱର ଜିଲ୍ଲାରେ ଆନନ୍ଦ ଖେଳିଯାଇଛି ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.