ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଅଡୁଆରେ ଅଭିନେତା ଅଲୁ ଅର୍ଜୁନ, ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ କରିଥିବା ନେଇ ହୋଇଛି ଅଭିଯୋଗ...

ନୂଆଦିଲ୍ଲୀଆନ୍ଧ୍ରପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ଅଭିନେତା ଅଲୁ ଅର୍ଜୁନ ଏବଂ YSR କଂଗ୍ରେସ ପାର୍ଟି (YSRCP) ବିଧାୟକ ରବି ଚନ୍ଦ୍ର କିଶୋର ରେଡ୍ଡୀଙ୍କ ଉପରେ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ କରିଥିବା ଅଭିଯୋଗ ହୋଇଛି । ଉଭୟଙ୍କ ଉପରେ ଅଭିଯୋଗ ହୋଇଛି ଯେ, ଏମାନେ ବିନା ଅନୁମତିରେ ବିଧାୟକଙ୍କ ବାସଭବନରେ ଏକ ବିରାଟ ସାଧାରଣ ସଭା ଆୟୋଜନ କରିଛନ୍ତି । 

ସୂଚନା ଅନୁଯାୟୀ, ବିଧାୟକ ରେଡ୍ଡୀ ଅଲୁ ଅର୍ଜୁନଙ୍କୁ ନନ୍ଦୟାଲା ନିର୍ବାଚନମଣ୍ଡଳୀକୁ କୌଣସି ପୂର୍ବ ଅନୁମତି ବିନା ଡାକିଥିବା ଅଭିଯୋଗ ହୋଇଛି। ଏଭଳି ପରିସ୍ଥିତିରେ ଏହା ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ବୋଲି ବିବେଚନା କରାଯାଇଛି ଏବଂ ଏଥିପାଇଁ ବିଧାୟକ ରେଡ୍ଡୀ ଏବଂ ଅଲୁ ଅର୍ଜୁନଙ୍କ ବିରୋଧରେ ଆଚରଣ ସଂହିତା ଉଲ୍ଲଘନ ନେଇ ମାମଲା ରୁଜୁ ହୋଇଛି । 

ରିପୋର୍ଟ ଅନୁଯାୟୀ, ଅଲୁ ଅର୍ଜୁନ ଏବଂ ବିଧାୟକ ରେଡ୍ଡୀଙ୍କ ବିରୋଧରେ ଏହି ମାମଲା ଆନ୍ଧ୍ରପ୍ରଦେଶର ନନ୍ଦିୟାଲା ନିର୍ବାଚନମଣ୍ଡଳୀରେ ନିର୍ବାଚନ ଉପରେ ନଜର ରଖିବା ପାଇଁ ନିଯୁକ୍ତ ନନ୍ଦୟାଲା ଗ୍ରାମ୍ୟର ଉପ-ତହସିଲଦାର ପି ରାମଚନ୍ଦ୍ର ରାଓଙ୍କ ଦ୍ୱାରା ପଞ୍ଜିକୃତ ହୋଇଛି।

 ଏହାପୂର୍ବରୁ ଶନିବାର ଦିନ ବିରାଟ ପ୍ରଶଂସକଙ୍କ ମଧ୍ୟରେ ବିଧାୟକ ରବି ଚନ୍ଦ୍ର କିଶୋର ରେଡ୍ଡୀଙ୍କୁ ତାଙ୍କ ବାସଭବନରେ ଭେଟିବା ପରେ ଅଲୁ ଅର୍ଜୁନ ସ୍ପଷ୍ଟ କରିଛନ୍ତି ଯେ ସେ ତାଙ୍କ ବନ୍ଧୁଙ୍କୁ ସାହାଯ୍ୟ କରିବାକୁ ନନ୍ଦିଆଲାକୁ ଆସିଛନ୍ତି । ସେ କୌଣସି ରାଜନୈତିକ ଦଳକୁ ସମର୍ଥନ କରନ୍ତି ନାହିଁ। ତାଙ୍କର ଏହି ଯାତ୍ରା ଜଣେ ବନ୍ଧୁଙ୍କ ପାଇଁ ଥିଲା । ଅଭିନେତା ଅଲୁ ଅର୍ଜୁନ ଏହି ପ୍ରସଙ୍ଗରେ ଏକ ବିବୃତ୍ତି ଜାରି କରି କହିଛନ୍ତି, "ମୁଁ ମୋର ନିଜ ଇଚ୍ଛାରେ ଏଠାକୁ ଆସିଛି । ଯଦି ମୋର କୌଣସି ବନ୍ଧୁ, କେଉଁ କ୍ଷେତ୍ରରେ ଅଛନ୍ତି, ମୋର ସାହାଯ୍ୟ ଆବଶ୍ୟକ କରନ୍ତି, ମୁଁ ଆଗକୁ ଆସି ସେମାନଙ୍କୁ ସାହାଯ୍ୟ କରିବି। ଏହାର ଅର୍ଥ ନୁହେଁ ଯେ ମୁଁ କୌଣସି ରାଜନୈତିକ ଦଳକୁ ସମର୍ଥନ କରୁଛି।

ସୂଚନାଥାଉକି,ଯେ ଲୋକସଭା ନିର୍ବାଚନ ସହିତ ଆନ୍ଧ୍ରପ୍ରଦେଶରେ ବିଧାନସଭା ନିର୍ବାଚନ ମଧ୍ୟ ଅନୁଷ୍ଠିତ ହେବ । ଏଠାରେ ୨୫ ଟି ଲୋକସଭା ଆସନ ଅଛି । ଏହି ସମସ୍ତ ୨୫ଟି ଆସନରେ ମେ ୧୩ରେ ଭୋଟ୍ ହେବ । ଏହା ବ୍ୟତୀତ ଏଠାରେ ୧୭୫ ବିଧାନସଭା ଆସନ ଉପରେ ମଧ୍ୟ ଏହି ତାରିଖରେ ଭୋଟ୍ ହେବ । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.