ଭୁବନେଶ୍ୱର,୨୩/୦୯: ମେଜର ଏବଂ ତାଙ୍କ ବାନ୍ଧବୀଙ୍କ ହଙ୍ଗାମା ପରେ ଆକ୍ସନ ମୋଡକୁ ଆସିଲା ଓଡିଶା ପୋଲିସ । ଭରତପୁର ଥାନାରେ ଲାଗିବ ୨୫ ଟି ସିସିଟିଭି । ଏହା ସହ ଭୁବନେଶ୍ବରର ସମସ୍ତ ଥାନାର ବାହାର ଏବଂ ଭିତରେ ଲାଗିବ ସିସିଟିଭି ।
ସୂଚନା ମୁତାବକ, ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ପୋଲିସ ମାଡ଼ ମାରିବା ଘଟଣା ପରେ ଚେତିଲା ଓଡିଶା ପୋଲିସ । ଥାନାର ଭିତରେ ଏବଂ ବାହାରେ ସର୍ବମୋଟ ୨୫ ଟି ସିସିଟିଭି ଲଗାଇବା ପାଇଁ ନିଷ୍ପତ୍ତି ନିଆଯାଇଛି । ସିସିଟିଭି ଲଗାଇବା ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଛି । ତେବେ କେବଳ ଭରତପୁର ଥାନା ନୁହେଁ, ଭୁବନେଶ୍ୱରର ସମସ୍ତ ଥାନାରେ ସିସିଟିଭି ଲଗାଯିବ ବୋଲି ସୂଚନା ମିଳିଛି ।