ପ୍ରମୁଖ ଖବର

'ଚନ୍ଦୁ ଚାମ୍ପିଅନ'ର ନୂଆ ପୋଷ୍ଟର ରିଲିଜ,ବକ୍ସର ଭାବେ ନଜର ଆସିଲେ ଅଭିନେତା

ମୁମ୍ବାଇ,୧୬/୫:ଲୋକପ୍ରିୟ ଅଭିନେତା କାର୍ତ୍ତିକ ଆର୍ଯ୍ୟନଙ୍କ ଆଗାମୀ ଫିଲ୍ମ 'ଚନ୍ଦୁ ଚାମ୍ପିଅନ' ଖୁବ ଶୀଘ୍ର ରିଲିଜ ହେବାକୁ ଯାଉଛି । ଏନେଇ ଗତକାଲି ଫିଲ୍ମରୁ କାର୍ତ୍ତିକଙ୍କ ପ୍ରଥମ ଲୁକ ସାମ୍ନାକୁ ଆସିଥିଲା ଯାହା ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି।  ଏହାରି ମଧ୍ୟରେ ନିର୍ମାତା ସାଜିଦ ନାଡିୟାଡବାଲା ଓ କବୀର ଖାନ ଅଭିନେତାଙ୍କ ଦ୍ବିତୀୟ  ଲୁକକୁ ମଧ୍ୟ ସାମ୍ନାକୁ ଆଣିଛନ୍ତି।  ଦ୍ବିତୀୟ ପୋଷ୍ଟରରେ ଅଭିନେତା ବକ୍ସର ଭାବରେ ନଜର ଆସିଛନ୍ତି । 

ପୋଷ୍ଟରରେ ଅଭିନେତାଙ୍କ ଜବଦସ୍ତ ଲୁକର ଝଲକ ଦେଖିବାକୁ ମିଳିଛି। ସେ ବକ୍ସିଂ ଗ୍ଲୋବ ପିନ୍ଧିଛନ୍ତି । ତାଙ୍କ ମୁହଁରେ ମାଉଥ ଗାର୍ଡ ଲାଗିଥିବା ବେଳେ ମୁଣ୍ଡରୁ ରକ୍ତ ବୋହୁଥିବାର ପୋଷ୍ଟରରେ ଦେଖିବାକୁ ମିଳିଛି । ତେବେ କାର୍ତ୍ତିକଙ୍କୁ ଫିଲ୍ମ ଚନ୍ଦୁ ଚାମ୍ପିଅନ ପାଇଁ ତାଙ୍କୁ ଅଲମ୍ପିକ ସ୍ବିମିଂ ଚମ୍ପିଆନ ବିରଧବଲ ଖାଡେ ଟ୍ରେନ କରିଛନ୍ତି । ଅଭିନେତା ଫିଲ୍ମ ପାଇଁ ୮ ରୁ ୧୦ ମାସ ପର୍ଯ୍ୟନ୍ତ ବେଶ କଷ୍ଟ କରିଛନ୍ତି। ଏହା ବ୍ୟତୀତ ସେ ୧୪ ମାସ ପର୍ଯ୍ୟନ୍ତ ମିଠା ବି ଖାଇ ନ ଥିଲେ । ଫିଲ୍ମ ସୁଟିଂ ଶେଷ ହେବା ପରେ ନିର୍ଦ୍ଦେଶକ କବୀର ଖାନ ଅଭିନେତାଙ୍କୁ ମିଠା ଖୁଆଇଥିଲେ। ଏହି ଫିଲ୍ମଟି ଆସନ୍ତା ଜୁନ ୧୪ ରିଲିଜ ହେବାକୁ ଯାଉଛି। 


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.