ପ୍ରମୁଖ ଖବର
  • ରାଜକୋଟ: ଶେଷ ଦିନିକିଆରେ ଅଷ୍ଟ୍ରେଲିଆ ବିଜୟୀ, ୨-୧ରେ ସିରିଜ୍‌ ଜିତିଲା ଭାରତ
  • ||
  • ନାରାୟଣପାଟଣା : କେସେଲା ଘାଟିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୩ମୃତ
  • ||
  • ନୂଆଦିଲ୍ଲୀ: ଅରବିନ୍ଦ କେଜ୍ରିୱାଲଙ୍କ ବାସଭବନ ନବୀକରଣ ମାମଲାର ସିବିଆଇ ତଦନ୍ତ ପାଇଁ ଗୃହ ମନ୍ତ୍ରଣାଳୟର ନିର୍ଦ୍ଦେଶ
  • ||
  • ରାଜକୋଟ: ରନ୍‌ ବର୍ଷା କଲା ଅଷ୍ଟ୍ରେଲିଆ ଟିମ୍‌, ଭାରତ ଆଗରେ ୩୫୩ ରନ୍‌ର ବିଜୟ ଲକ୍ଷ୍ୟ
  • ||
  • ଇମ୍ଫାଲ୍: ମଣିପୁର ପୁଣି ଅଶାନ୍ତ, ରାଜ୍ୟର ୧୯ ଥାନାକୁ ଛାଡ଼ି ସବୁ ଅଶାନ୍ତ ଅଞ୍ଚଳ ଘୋଷଣା, ଇଣ୍ଟରନେଟ୍ ବନ୍ଦ
  • ||
  • ଇରାକ: ବିବାହ ଉତ୍ସବରେ ଭୟାବହ ଅଗ୍ନିକାଣ୍ଡ, ବର-କନ୍ୟାଙ୍କ ସମେତ ଜଳିଗଲେ ୧୦୦ ଲୋକ
  • ||
  • ଚନ୍ଦାହାଣ୍ଡି : ଘାଟିରେ ଓଲଟିଲା ସ୍କୁଲ୍ ବସ୍, ପିଇଟି ଶିକ୍ଷକ ମୃତ, ୨୦ରୁ ଉର୍ଦ୍ଧ୍ଵ ଛାତ୍ରଛାତ୍ରୀ ଆହତ
  • ||
  • ମାଲକାନଗିରି : ଅକ୍ଟୋବର ୨ରେ ମାଲକାନଗିରି ଯିବେ ମୁଖ୍ୟମନ୍ତ୍ରୀ, ଲକ୍ଷ୍ମୀ ବସ୍ ଯୋଜନାର କରିବେ ଶୁଭାରମ୍ଭ
  • ||

ଚାଇନାରେ ସରକାରୀ ଅଧିକାରୀ ବ୍ୟବହାର କରିପାରିବେନି ଆଇଫୋନ୍, ଜାରି ହେଲା ନୂଆ ନିୟମ

ନୂଆଦିଲ୍ଲୀ ୬/୯: ଚୀନ୍ ସରକାରୀ ଅଧିକାରୀଙ୍କୁ କାମ ପାଇଁ ଆପଲ ଆଇଫୋନ୍ ଏବଂ ଅନ୍ୟ ବିଦେଶୀ ବ୍ରାଣ୍ଡର ଡିଭାଇସ ବ୍ୟବହାର ନକରିବା ସହିତ ଅଫିସକୁ ନଆଣିବା ପାଇଁ ଆଦେଶ ଦିଆଯାଇଛି । ୱାଲ୍ ଷ୍ଟ୍ରିଟ୍ ଜର୍ଣ୍ଣାଲ ଏନେଇ ସୂଚନା ଦେଇଛି । ଚୀନର ସୀମା ବାହାରେ ସମ୍ବେଦନଶୀଳ ସୂଚନା ପ୍ରବାହକୁ ସୀମିତ କରିବା ପାଇଁ ଶି ଜିନପିଙ୍ଗଙ୍କ ଏହା ନୂଆ ପଦକ୍ଷେପ । କହିରଖୁଛୁ ଚୀନ୍ ଆପଲର ସବୁଠାରୁ ବଡ ବଜାର ମଧ୍ୟରୁ ଗୋଟିଏ ଏବଂ କମ୍ପାନୀର ସମୁଦାୟ ରାଜସ୍ୱରେ ଏହାର ସେୟାର ୧୯ ପ୍ରତିଶତ । ରୟଟର୍ସ ଅନୁସାରେ ୱାଲ୍ ଷ୍ଟ୍ରିଟ୍ ଜର୍ଣ୍ଣାଲ ରିପୋର୍ଟରେ ଆପଲ ବ୍ୟତୀତ ଅନ୍ୟ ଫୋନ ନିର୍ମାତାଙ୍କ ନାଁ ନିଆଯାଇନି । 

 

ଏହି ପ୍ରତିବନ୍ଧକ ଆଗାମୀ ସପ୍ତାହରେ ହେବାକୁ ଥିବା Apple କାର୍ଯ୍ୟକ୍ରମ ପୂର୍ବରୁ ଲଗାଯାଇଛି । କହିରଖୁଛୁ ଆପଲର ଆଗାମୀ କାର୍ଯ୍ୟକ୍ରମରେ ଆପଲର ନୂଆ ସିରିଜ୍ ଲଞ୍ଚ୍ କରିବା ନେଇ ଘୋଷଣା କରାଯାଇପାରେ । ଏହି ଘୋଷଣା ଯୋଗୁଁ ଚୀନ୍-ଆମେରିକା ତିକ୍ତତା ବଢିବା ବଢିବା ଯୋଗୁଁ ଚୀନରେ କାମ କରୁଥିବା ବିଦେଶୀ କମ୍ପାନୀମାନଙ୍କ ମଧ୍ୟରେ ଚିନ୍ତା ବଢିପାରେ । ଚୀନ ଗତ କିଛି ବର୍ଷ ହେବ ଡାଟା ସୁରକ୍ଷାକୁ ନେଇ ଅଧିକ ଚିନ୍ତିତ ହୋଇଯାଇଛି ଏବଂ ସେ କମ୍ପାନୀମାନଙ୍କ ପାଇଁ ନୂଆ ଆଇନ ଏବଂ ଅନୁପାଳନ ଆବଶ୍ୟକତା ଲାଗୁ କରିଛି । 

 

କହିରଖୁଛୁ ଏବେ ଚୀନ୍ ଆମେରିକା ତିକ୍ତତା ବହୁତ ଅଧିକ କାରଣ ୱାଶିଂଟନ ନିଜ ଚିପ୍ ଇଣ୍ଡଷ୍ଟ୍ରୀକୁ ବଜାୟ ରଖିବା ପାଇଁ ଜରୁରି ଗୁରୁତ୍ୱପୂର୍ଣ୍ଣ ଉପକରଣ ଚୀନ ପହଞ୍ଚିବାକୁ ରୋକିବାକୁ ଚେଷ୍ଟା କରୁଛି । ଅନ୍ୟପଟେ ବେଜିଂ ବିମାନ ନିର୍ମାତା ବୋଇଁ ଏବଂ ଚିପ୍ କମ୍ପାନୀ ମାଇକ୍ରୋନ୍ ଟେକ୍ନୋଲୋଜି ସହିତ ପ୍ରମୁଖ ଆମେରିକୀୟ କମ୍ପାନୀମାନଙ୍କ ସିପମେଣ୍ଟକୁ ପ୍ରତିବନ୍ଧିତ କରୁଛି ।

Copyright © 2022 - Summa Real Media Private Limited. All Rights Reserved.