ପ୍ରମୂଖ ଖବର
  • ଜନ୍ମବେଦିରୁ ବାହୁଡ଼ିଲେ ଦାରୁବ୍ରହ୍ମ,ବୁଧବାର ସୁନାବେଶ, ଗୁରୁବାର ଅଧରପଣା, ଶୁକ୍ରବାର ନୀଳାଦ୍ରି ବିଜେ
  • ||
  • ଝାରସୁଗୁଡ଼ା: ଧାର ଟଙ୍କା ଫେରସ୍ତକୁ ନେଇ ଗୁଳିକାଣ୍ଡ, ଜଣେ ଆହତ
  • ||
  • ବିଶ୍ୱ ସର୍ପ ଦିବସ: ବର୍ଷା ଦିନେ ସତର୍କତା ଜରୁରି, ୫ ବର୍ଷରେ ଗଲାଣି ୫୨୧୯ ଜୀବନ
  • ||
  • ବାରିପଦା : ସ୍କୁଟିକୁ ଧକ୍କା ଦେଲା ଟ୍ରକ୍, ୨ ମୃତ
  • ||
  • ମୁମ୍ବାଇ ଏକ୍ସପ୍ରେସ ହାଇୱେରେ ବସ୍-ଟ୍ରାକ୍ଟର ମୁହାଁମୁହିଁ ଧକ୍କା, ୫ମୃତ, ୪୨ ଆହାତ
  • ||
  • ସଇଁନ୍ତଳା ରାଇସମିଲ ନିକଟରେ ହାଇୱା ଟ୍ରକକୁ ପିଟିଲା ଯାତ୍ରୀବାହୀ ବସ୍‌, ଏକାଧିକ ଯାତ୍ରୀ ଆହତ
  • ||
  • ରାଜ୍ୟରେ ଲଘୁଚାପ ସକ୍ରିୟ: ୧୭ରୁ ବଢ଼ିବ ବର୍ଷା, ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷିବ
  • ||

ଚନ୍ଦ୍ରର ଅନ୍ଧକାର ଇଲାକାରୁ ସାମ୍ପଲ ନେଇ ପୃଥିବୀରେ ପହଞ୍ଚିଲା ଚୀନ୍‌ର ଚାଙ୍ଗ ଇ’-୬

ବେଜିଂ: ମହାକାଶ ଅଭିଯାନ କ୍ଷେତ୍ରରେ ଚୀନର ଆଉ ଏକ ବଡ଼ ସଫଳତା । ଇତିହାସ ରଚିଲା ଚୀନ୍‌ । ଚୀନ୍‌ର ରୋବୋଟିକ୍‌ ଚାଙ୍ଗ’ ଇ-୬ ମିଶନ୍‌ ସଫଳ ହୋଇଛି । ମଙ୍ଗଳବାର (ଜୁନ୍‌ ୨୫) ଚନ୍ଦ୍ରର ରହସ୍ୟମୟୀ ସୁଦୂର ଇଲାକାରୁ ସାମ୍ପଲ ସଂଗ୍ରହ କରି ପୃଥିବୀ ପୃଷ୍ଠରେ ପହଞ୍ଚିଛି । ଚାଙ୍ଗ ଇ’-୬ର କ୍ୟାପସୁଲ୍‌ ମଙ୍ଗୋଲିଆର ମରୁଭୂମି‌ରେ ଲ୍ୟାଣ୍ଡ କରିଛି । ଚାଙ୍ଗ ଇ’-୬ ୪ଟି ମଡ୍ୟୁଲ ସାମିଲ ଥିଲା । 

ଏଥିରେ ଗୋଟିଏ   ଲ୍ୟାଣ୍ଡର, ରିଟର୍ଣ୍ଣ କ୍ୟାପସୁଲ, ଅର୍ବିଟର ଏବଂ ଗୋଟିଲ ଆସେଣ୍ଡର (ଲ୍ୟାଣ୍ଡର ଦ୍ବାରା ନିଆଯାଇଥିବା ଏକ ଛୋଟ ରକେଟ) ଥିଲା ।  ଚୀନ୍‌ ଏହି ମିଶନକୁ ମେ’ ୩ରେ ଲଞ୍ଚ କରିଥିଲା । ୫ ଦିନ ପରେ ଚନ୍ଦ୍ର କକ୍ଷରେ ପହଞ୍ଚିଥିଲା ଚାଙ୍ଗ ଇ’-୬ । ସେହିଭଳି ଜୁନ୍‌ ୧ରେ ଲ୍ୟାଣ୍ଡର ଆପୋଲୋ କ୍ରେଟର ଭିତରେ ଲ୍ୟାଣ୍ଡ କରିଥିଲା । ଏହି ଆପୋଲୋ କ୍ରେଟର ଚନ୍ଦ୍ର ଦକ୍ଷିଣ ମେରୁ-ଏଟକେନ୍‌ ବେସିନରେ ରହିଛି । ଚନ୍ଦ୍ରର ଦକ୍ଷିଣ ମେରୁରୁ ବହୁ ଦୂରରେ ଥିବା ଏହି ସ୍ଥାନ ୧୬୦୦ ମାଇଲ୍‌ ଅଞ୍ଚଳରେ ପରିବ୍ୟାପ୍ତ । 

ସ୍ପେସ୍‌ ଡଟ୍‌ କମ୍‌ର ରିପୋର୍ଟ ଅନୁସାରେ, ଚୀନ୍‌ ପଠାଇଥିବା ଲ୍ୟାଣ୍ଡର ସ୍କୁପ ଏବଂ ଡ୍ରିଲ୍‌ ସାହାଯ୍ୟରେ ଚନ୍ଦ୍ର ପୃଷ୍ଠରୁ ୪.୪ ପାଉଣ୍ଡ ବା ୨ କିଲୋଗ୍ରାମ ସାମ୍ପଲ ସଂଗ୍ରହ କରିଛି । ଏହି ସାମ୍ପଲକୁ ଆସେଣ୍ଡରରେ ଜୁନ୍‌ ୩ରେ ଲୋଡ୍‌ କରାଯାଇଥିଲା । ଏହି ରକେଟ୍‌ କିଛି ଦିନ ଭିତରେ ଅର୍ବିଟର ସହ ଭେଟ ହୋଇଥିଲା । ଏହା ପରେ ଅର୍ବିଟର ନିଜର ରିଟର୍ଣ୍ଣ କ୍ୟାପୁସୁଲ୍‌ ସହ ସାମ୍ପଲ ନେଇ ଜୁନ୍‌ ୨୧ରେ ପୃଥିବୀ ଆଡ଼କୁ ପ୍ରତ୍ୟାବର୍ତ୍ତନ କରିବା ଆରମ୍ଭ କରିଥିଲା । ଆଉ ଏହି ଦୀର୍ଘ ଯାତ୍ରା ମଙ୍ଗଳବାର ରିଟର୍ଣ୍ଣ କ୍ୟାପୁସୁଲ୍‌ ପୃଥିବୀ ପୃଷ୍ଠରେ ପହଞ୍ଚିବା ସହ ଶେଷ ହୋଇଛି । 

ଚୀନ୍‌ର ଚାଙ୍ଗ ଇ-୬ ପ୍ରଥମ ମିଶନ ନୁହେଁ । ଏହା ପୂର୍ବରୁ ସୋଭିଏତ ସଂଘ, ଆମେରିକା ଏବଂ ଚୀନ୍‌ ଏବଂ ୨୦୨୦ରେ ଚୀନ୍‌ ମିଶନ ଚାଙ୍ଗ ଇ-୫ ମିଶନ ମଧ୍ୟ ଚନ୍ଦ୍ରମାରୁ ସାମ୍ପଲ ନେଇ ପୃଥିବୀକୁ ଫେରିଥିଲା । ପୂର୍ବ ମିଶନରେ ଏହି ସବୁ ଦେଶ ଚନ୍ଦ୍ରର ନିକଟତମ ପୃଷ୍ଠରୁ ସାମ୍ପଲ ଆଣିଥିବା ବେଳେ ଚୀନ୍‌ ଏଥର ବହୁ ଦୂରରୁ ସାମ୍ପଲ କଲେକ୍ଟ କରିବାରେ ସଫଳ ହୋଇଛି । ଏମିତି କରିବାରେ ଚୀନ୍‌ ପ୍ରଥମ ଦେଶ ଭାବେ ରେକର୍ଡ କରିଛି । 

ଚନ୍ଦ୍ରର ଏହି ସ୍ଥାନ ପୃଥିବୀଠୁ ବହୁ ଦୂରରେ ଥିବା ବେଳେ ଏଠାରେ ଅନ୍ତରିକ୍ଷ ଯାନ ସହ ଯୋଗାଯୋଗ କରିବା ଲାଗି ରିଲେ ଉପଗ୍ରହର ସହାୟତା ନେବାକୁ ପଡ଼େ । ସେପଟେ ଚୀନ୍‌ ବୈଜ୍ଞାନିକମାନେ ଏବେ ଚୀନ୍‌ର ଅନ୍ଧାର ଇଲାକାରୁ ଆସିଥିବା ସାମ୍ପଲ ଦେଖିବାକୁ ବେଶ ଉତ୍ସାହିତ ଅଛନ୍ତି ।  ଏହି ସାମ୍ପଲରୁ ସାହାଯ୍ୟରେ ସୌର ମଣ୍ଡଳ ସୃଷ୍ଟି ସଂପର୍କରେ କୌଣସି ତଥ୍ୟ ମିଳିପାରେ ବୋଲି କୁହାଯାଉଛି । ଚନ୍ଦ୍ରମା ଇତିହାସକୁ ଭଲ ଭାବରେ ଜାଣିବାକୁ ଚନ୍ଦ୍ରମାର ଏହି ସାମ୍ପଲ ବେଶ ସହାୟକ ହେବ ବୋଲି ବୈଜ୍ଞାନିକମାନେ ବେଶ ଆଶାବାଦୀ ।

  • Moon
  • China
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.