ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ନିର୍ବାଚନ ସମୟରେ ଖାଉଟିଙ୍କ ଉପରେ ମହଙ୍ଗା ମାଡ଼: ମାସକରେ ଡାଲି ଦର ୧୨ ଟଙ୍କା ବଢ଼ିଲା

ଭୁବନେଶ୍ୱର,୧୪/୦୫:  ଅତ୍ୟାବଶ୍ୟକ ସାମଗ୍ରୀ ଦର ବୃଦ୍ଧି ଖାଉଟିଙ୍କ ପାଇଁ ଚିନ୍ତାଜନକ । ଦୈନଦିନ ଖାଦ୍ୟାଭ୍ୟାସରେ  ଡାଲି ଏକ ପ୍ରମୁଖ ସ୍ଥାନ ନେଇଥାଏ । ତେବେ ଡାଲି ଦର ଲଗାତର ଉଦ୍ଧ୍ୱର୍ଗାମୀ ହୋଇଛି ।  ଗତ ଗୋଟିଏ ମାସରେ ଡାଲି ଦର କିଲୋ ପିଛା ପ୍ରାୟ ୧୨ ଟଙ୍କା ବଢ଼ି ଗଲାଣି । ଖୁଚୁରା ବର୍ଗରେ ହରଡ ଡାଲି କିଲୋ ପିଛା ୧୬୫  ଟଙ୍କାରେ ବିକ୍ରି ହେଉଛି । ଗୋଟିଏ ସପ୍ତାହ  ମଧ୍ୟରେ ଏହାର ଦର ୫ ଟଙ୍କା ବଢ଼ିଛି । 

ନିର୍ବାଚନ ସମୟରେ ଡାଲି ଦର ବୃଦ୍ଧି ଲୋକଙ୍କୁ ଅସ୍ତବ୍ୟସ୍ତ କରିଛି । କରୋନା ପରଠୁ ପ୍ରାୟ ସାମଗ୍ରୀ ଦର ଉଚ୍ଚରେ ରହିଥିବା ବେଳେ ଡାଲି ଦରରେ ଲଗାତାର ବୃଦ୍ଧିକୁ ନେଇ ଲୋକ ଚିନ୍ତାରେ । ଆଗାମୀ ଦିନରେ ମଧ୍ୟ ଦରରେ ନିୟନ୍ତ୍ରଣ ନ ଆସିପାରେ ବୋଲି ବଜାର ବିଶେଷଜ୍ଞ କହିଛନ୍ତି ।  ଓଡ଼ିଶାରେ ଡାଲି ଚାହିଦା ୯.୩୦ ଲକ୍ଷ ଟନ୍‌ ।  ତେବେ ରାଜ୍ୟ ମାତ୍ର ୭୦ରୁ ୮୦ ହଜାର  ଟନ୍‌ ଡାଲି ରାଜ୍ୟରେ ଉତ୍ପାଦନ ହେଉଛି । 

ଡାଲି କ୍ଷେତ୍ରରେ ଓଡ଼ିଶା ଏକ ନିୟଣ୍ଟିଆ  ରାଜ୍ୟ ହୋଇଥିବାରୁ ସବୁ ବେଳେ ବାହାର  ରାଜ୍ୟ ଗୁଡିକ ଉପରେ ନିର୍ଭର କରିବାକୁ  ପଡୁଛି । ସ୍ଥିତି ସାମାନ୍ୟ ବିଗିଡିଲେ ମଧ୍ୟ  ରାଜ୍ୟର ଖାଉଟି ଏହା ଦ୍ୱାରା ନାହିଁ ନ  ଥିବା ସମସ୍ୟା ସାମ୍ନା କରୁଛନ୍ତି । ପୂର୍ବରୁ  ରାଜ୍ୟରେ ବିଭିନ୍ନ ପ୍ରାନ୍ତରେ ଡାଲି ଚାଷ  ହେଉଥିଲେ । ଲୋକେ କେବଳ ବଜାର  ଡାଲି ଉପରେ ନିର୍ଭର ନ କରି କିଛି  ପରିମାଣର ଡାଲି ନିଜ କ୍ଷେତରୁ ପାଉଥିଲେ । 

ତେବେ ଡାଲି ଫସଲ ରାଜ୍ୟରେ  ଲଗାତାର ହ୍ରାସ ହେଉଥିବାରୁ ଲୋକେ  କେବଳ ବାହାର ବଜାର ଡାଲି ଉପରେ  ଏବେ ନିର୍ଭରଶୀଳ ହେଉଛନ୍ତି । ଫଳରେ ସ୍ଥିତି  ବିଗିଡିଲେ ଖାଉଟିଙ୍କୁ ତ୍ୱରିତ ଭିତ୍ତିରେ କ୍ଷତି  ସହିବାକୁ ପଡୁଛି ବୋଲି କହିଛନ୍ତି ବଜାର  ବିଶେଷଜ୍ଞ । ଡାଲି ପାଇଁ ବାହାର ରାଜ୍ୟ ସହ  ବିଦେଶୀ ବଜାର ଉପରେ ନିର୍ଭର କରିବାକୁ  ପଡୁଛି । ଫଳରେ ବାହାରେ ସ୍ଥିତି ସ୍ୱାଭାବିକ ନ  ହେବା ରାଜ୍ୟରେ ଦରବୃଦ୍ଧି ଚାପରୁ ଲୋକେ  ଆଶ୍ୱସ୍ତି ପାଇବା ଏତେଟା ସହଜ ନୁହେଁ । 

ଏହି ପରିପ୍ରେକ୍ଷୀରେ ରାଜ୍ୟ  ବ୍ୟବସାୟୀ ମହାସଂଘ ସାଧାରଣ ସମ୍ପାଦକ  ସୁଧାକର ପଣ୍ଡା କହିଛନ୍ତି, ନିର୍ବାଚନ ବେଳେ  ମଧ୍ୟ ଖାଉଟି ଦରବୃଦ୍ଧି ଚାପରେ ରହିଛନ୍ତି ।  ଏବେ ଦର ଉପର ମୁହାଁ ହୋଇ ରହିଛି ।  ଏହାର ନିୟନ୍ତ୍ରଣ ବ୍ୟବସାୟୀ କରିପାରିବେ  ନାହିଁ । ବଡ କର୍ପୋରେଟ ଗୁଡିକ ନିଜ ମନ  ମୁତାବକ ଖାଦ୍ୟ ଶସ୍ୟ ମହଜୁଦ କରିବା  ସହ ଦର ବୃଦ୍ଧିକୁ ନିୟନ୍ତ୍ରଣ କରୁଛନ୍ତି ।  ଏଭଳି ସ୍ଥିତିରେ ଦରଦାମ ନିୟନ୍ତ୍ରଣ ପାଇଁ  ସରକାର ପଦକ୍ଷେପ ନେବା ସହ ଖାଉଟିଙ୍କ  କଷ୍ଟ ଲାଘବ କରିବା ଆବଶ୍ୟକତା ରହିଛି । 

ଦର ବୃଦ୍ଧି ସ୍ଥିତି କେବଳ ରାଜ୍ୟରେ  ନୁହେଁ । ଘରୋଇ ବଜାର ମଧ୍ୟ ପ୍ରଚୁର  ପରିମାଣର ଡାଲି ଆମଦାନି କରୁଛି ।  ୨୦୨୩-୨୪ ଆର୍ôଥକ ବର୍ଷରେ ଡାଲି  ଆମଦାନି ୨ ଗୁଣ ହୋଇ ୩.୭୪ ବିଲିୟନ  ଡଲାର ରହିଛି । ଦେଶ ୪୫ ଲକ୍ଷ ଟନ୍‌  ଡାଲି ଆମଦାନି କରିଥିଲା । ଯାହା ପୂର୍ବ  ଅବଧିରେ ୨୪.୫ ଲକ୍ଷ ଟନ୍‌ ରହିଥିବା ଏକ  ବେସରକାରୀ ଆକଳନରୁ ଜଣାପଡିଛି ।  

ଘରୋଇ ବଜାରରେ ଦର ସ୍ଥିର  ରଖିବା ଲାଗି ସରକାର ଏବେ ଚେଷ୍ଟା  ଜାରି ରଖିଛନ୍ତି । ବ୍ରାଜିଲ ଏବଂ ଆର୍ଜେଣ୍ଟିନା  ଭଳି ଦେଶ ଗୁଡିକରୁ ୨୦ ହଜାର ମେଟ୍ରିକ  ଟନ୍‌ ଡାଲି ଆମଦାନି ଯୋଜନା ରହିଛି ।  ୨୦୨୫ ମାର୍ଚ୍ଚ ୩୧ ଯାଏ ମଟର ଏବଂ  ଡାଲି ଆମଦାନି ଉପରେ ଟିକସ ମୁକ୍ତ  କରାଯାଇଛି । ନିର୍ବାଚନ ବେଳେ ଡାଲି ଦର  ବଢ଼ିବା ମଧ୍ୟ ସରକାରଙ୍କ ପାଇଁ ଚିନ୍ତାର  କାରଣ । ଏପ୍ରିଲ ୧୫ରେ ସରକାର ଡାଲିର  ଷ୍ଟକ ସୀମା ଧାର୍ଯ୍ୟ କରିଛନ୍ତି । ସେହିଭଳି  କଳାବଜାରୀ ଉପରେ ନିୟନ୍ତ୍ରଣ ଜାରି  କରିବା ପାଇଁ କଡା ନିର୍ଦ୍ଦେଶ ରହିଛି । 

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.