ନୂଆଦିଲ୍ଲୀ: ବ୍ରିଟେନର ନୂତନ ବୈଦେଶିକ ମନ୍ତ୍ରୀ ଡେଭିଡ କେମେରନ୍ ଆଜି (ଗୁରୁବାର) ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କ ସହ ସାକ୍ଷାତ କରିଛନ୍ତି । ଏହି ବୈଠକରେ କେମେରନ୍ ୟୁକ୍ରେନ ପାଇଁ ବ୍ରିଟେନର ସମର୍ଥନକୁ ଦୋହରାଇଛନ୍ତି । ଏହି ବୈଠକରେ ଉଭୟ ନେତା ଅସ୍ତ୍ରଶସ୍ତ୍ରକୁ ଶକ୍ତିଶାଳୀ କରିବା, ବାୟୁ ପ୍ରତିରକ୍ଷା ତଥା ୟୁକ୍ରେନର ଲୋକଙ୍କୁ ଏହାର ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ସୁରକ୍ଷା ନେଇ ଆଲୋଚନା କରିଛନ୍ତି । ବ୍ରିଟେନର ବୈଦେଶିକ ମନ୍ତ୍ରୀ ଭାବରେ ଡେଭିଡ କେମେରନଙ୍କ ଏହା ପ୍ରଥମ ୟୁକ୍ରେନ ଗସ୍ତ ।
ଜେଲେନସ୍କି କହିଛନ୍ତି ଯେ, ବ୍ରିଟେନର ବୈଦେଶିକ ସଚିବ ଭାବରେ ୟୁକ୍ରେନକୁ ପ୍ରଥମ ଗସ୍ତ ପାଇଁ ଡେଭିଡ କେମେରନଙ୍କୁ ସ୍ବାଗତ କରାଯାଇଛି । ଅସ୍ତ୍ରଶସ୍ତ୍ର, ବାୟୁ ପ୍ରତିରକ୍ଷାକୁ ଦୃଢ କରିବା ତଥା ଆମ ଲୋକଙ୍କୁ ସୁରକ୍ଷା ଦେବା ପାଇଁ ଗୁରୁତ୍ବପୂର୍ଣ୍ଣ ଭିତ୍ତିଭୂମି ଉପରେ ଏହି ବୈଠକରେ ଆଲୋଚନା ହୋଇଛି ।
ବୈଠକରେ କେମେରନ୍ ତାଙ୍କ ମନ୍ତବ୍ୟରେ ୟୁକ୍ରେନ ପାଇଁ ବ୍ରିଟେନର ସମର୍ଥନକୁ ଦୋହରାଇଛନ୍ତି । ବିବାଦ ଯେତେ ଦିନ ଯାଏଁ ଥିବ, ବ୍ରିଟେନ ୟୁକ୍ରେନକୁ ସମର୍ଥନ ଜାରି ରଖିବ ବୋଲି ସେ କହିଛନ୍ତି । ଏଥିସହ କେମେରନ କହିଛନ୍ତି ଯେ, "ମୁଁ ୟୁକ୍ରେନ ଲୋକଙ୍କ ଶକ୍ତି ଏବଂ ନିଷ୍ଠାକୁ ପ୍ରଶଂସା କରୁଛି । ଆମେ ଆପଣଙ୍କୁ ନୈତିକ ସମର୍ଥନ, କୂଟନୈତିକ ସମର୍ଥନ, ଅର୍ଥନୈତିକ ସମର୍ଥନ ଜାରି ରଖିବୁ । ଏଥିସହ ଆପଣ ଆବଶ୍ୟକ କରୁଥିବା ସାମରିକ ସମର୍ଥନ ମଧ୍ୟ ।