ପ୍ରମୁଖ ଖବର
  • ଗଗନ ଯାନ ମିଶନ ପାଇଁ ୪ ମହାକଶଚାରୀଙ୍କ ନାଁ ଘୋଷଣା କଲା ଇସ୍ରୋ, ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ ନାଁ ଘୋଷଣା ହୋଇଛି
  • ||
  • ମିଶନ ଶକ୍ତି ବଜାର ଶୁଭାରମ୍ଭ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ
  • ||
  • ଆଜି ଓୟୁଟିଆର୍‌ରେ ପ୍ରଥମ ସମାବର୍ତ୍ତନ ଉତ୍ସବ, ସଭାପତିତ୍ୱ କରିବେ ରାଜ୍ୟପାଳ
  • ||
  • ମଙ୍ଗଳବାର ୟୁପି ରାଜ୍ୟସଭା ନିର୍ବାଚନ, ବିଜେପିକୁ ସମର୍ଥନ କରିବେ ରାଜା ଭୈୟା
  • ||
  • ବିନିକାରୁ ଅପହୃତ ବ୍ୟବସାୟୀ ବୁର୍ଲାରୁ ଉଦ୍ଧାର, ପୁଲିସର ବ୍ଲକିଂ ଦେଖି ଗୋଲଗୁଣ୍ଡା ପାଖରେ ଛାଡ଼ି ଅପହର୍ତ୍ତା ଫେରାର
  • ||
  • ୨୯ରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ, ଉପସ୍ଥାପିତ ହେବ ରତ୍ନଭଣ୍ଡାର ଲେଜର ସ୍କାନିଂ ରିପୋର୍ଟ
  • ||
  • WPL-2024: ଦିଲ୍ଲୀ କ୍ୟାପିଟାଲ୍ସ ୯ ଓ୍ବିକେଟ୍ ବିଜୟୀ, ୟୁପି ୱାରିୟର୍ସର ଦ୍ୱିତୀୟ ପରାଜୟ
  • ||
  • ବୁଧବାରଠୁ ୪ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି, ଆଜି କାର୍‌କେଡ୍‌ ରିହର୍ସାଲ କରିବ ଓଡ଼ିଶା ପୁଲିସ୍‌
  • ||
  • ଶନିବାର ବାରବାଟୀ ଷ୍ଟାଡିୟମ୍‌ ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ, ୪୧ଟି କ୍ରିକେଟ୍‌ ଏକାଡେମୀ ହେବ ଲୋକାର୍ପଣ
  • ||
  • ଆସନ୍ତା ୩ ତାରିଖ ଯାଏ ବର୍ଷା ସମ୍ଭାବନା, ବିଭିନ୍ନ ଜିଲ୍ଲାକୁ ଆଲର୍ଟ ଜାରି
  • ||

ଢ଼େଙ୍କାନାଳରେ ହେବ ପ୍ରତିରକ୍ଷା, ମହାକାଶ ଯନ୍ତ୍ରାଂଶ ୟୁନିଟ୍: କଲ୍ୟାଣୀ ଗ୍ରୁପ ନିବେଶ କରିବ ୨୬ ହଜାର କୋଟି

ଭୁବନେଶ୍ୱର,୧୩/୦୨: ଢ଼େଙ୍କାନାଳର  ଗଜମରାରେ ସ୍ଥାପନ ହେବାକୁ ଯାଉଛି ଟିଟାନିୟମ  ଧାତୁ ଓ ମହାକାଶ ଯନ୍ତ୍ରାଂଶ ବିନିର୍ମାଣ ୟୁନିଟ । ଏହାବାଦ ଏଠାରେ ଅତ୍ୟାଧୁନିକ ସ୍ପେଶାଲ ଇସ୍ପାତ  ଓ ଯାନର ଯନ୍ତ୍ରାଂଶ ଉତ୍ପାଦନ ଲାଗି ଏକ ସମନ୍ୱିତ  ଫାସିଲିଟି ମଧ୍ୟ ଆସିବ । କଲ୍ୟାଣୀ ଗ୍ରୁପ ଏଠାରେ  ୨୬ ହଜାର କୋଟି ଟଙ୍କା ନିବେଶ ନେଇ ପ୍ରସ୍ତାବ  ରଖିଛି । ରାଜ୍ୟ ସରକାର ପ୍ରତିରକ୍ଷା ଓ ମହାକାଶ  ଯନ୍ତ୍ରାଂଶ ବିନିର୍ମାଣ କ୍ଷେତ୍ରକୁ ପ୍ରୋତ୍ସାହନ ଦିଗରେ ଏହି  ନୂତନ ଶିଳ୍ପକୁ ସହାୟତା ଦେବାକୁ ଆଗେଇ ଆସିଛନ୍ତି ।  ସୋମବାର ରାଜ୍ୟ କ୍ୟାବିନେଟ ଏହି କମ୍ପାନିକୁ ସ୍ୱତନ୍ତ୍ର  ପ୍ରୋତ୍ସାହନ ପ୍ୟାକେଜ ପ୍ରଦାନ ସମ୍ପର୍କିତ ନିଷ୍ପତ୍ତିରେ  ମୋହର ମାରିଛନ୍ତି ।  

କଲ୍ୟାଣୀ ଗ୍ରୁପର ଏହି ୟୁନିଟ କାର୍ଯ୍ୟକ୍ଷମ  ହେଲେ ୧୨ ହଜାର ଲୋକଙ୍କୁ ମିଳିବ ନିଯୁକ୍ତି । ରାଜ୍ୟ  ସରକାରଙ୍କ ଶିଳ୍ପ ଉପଯୋଗୀ ବାତାବରଣ ପ୍ରଦାନ ଏବଂ  ଉଦ୍ଭାବନ ପ୍ରତି ରହିଥିବା ପ୍ରତିବଦ୍ଧତାକୁ ଏହା ପ୍ରମାଣିତ  କରୁଛି । କେବଳ ନିଯୁକ୍ତି ନୁହେଁ ଆଗାମୀ ଦିନରେ  ଏହାଦ୍ୱାରା ଭେଣ୍ଡର ମଧ୍ୟ ଉପକୃତ ହୋଇପାରିବେ ।  ରାଜ୍ୟର କୁଶଳୀ ଯୁବବର୍ଗଙ୍କ ପାଇଁ ଏହା ଦ୍ୱାରା ନୂଆ  ସୁଯୋଗ ସୃଷ୍ଟି ହେବ । ସ୍ଥାନିୟ ଆଇଟିଆଇ ଏବଂ  ପଲିଟେକ୍‌ନିକ ଗୁଡିକର ସହଭାଗିତା ଦ୍ୱାରା ଦକ୍ଷ  ମାନବ ସମ୍ବଳ ମଧ୍ୟ ସୃଷ୍ଟି କରାଯିବା ଲକ୍ଷ୍ୟ ରଖିଛନ୍ତି  ରାଜ୍ୟ ସରକାର । ଅଟୋ ଯନ୍ତ୍ରାଂଶ, ସ୍ୱତନ୍ତ୍ର ଇସ୍ପାତ  ଏବଂ ଧାତବ ବିନିର୍ମାଣ କ୍ଷେତ୍ରକୁ ଏହା ଆହୁରି  ଉତ୍ସାହିତ କରିବ । ନୂଆ ଯୁଗର ଟେକ୍ନୋଲୋଜି  ତାଲିମ କ୍ଷେତ୍ରରେ ଓଡ଼ିଶାକୁ ରାଜଧାନୀ ଭାବେ ଏହା  ଗଢ଼ି ତୋଳିବ । ନୂଆ ପ୍ରକଳ୍ପ ଦ୍ୱାରା ଏମ୍‌ଏସ୍‌ଏମ୍‌ଇ  ଏବଂ ଷ୍ଟାର୍ଟଅପ୍‌ ଗୁଡିକୁ ମଧ୍ୟ ବଳ ମିଳିବ । ଢ଼େଙ୍କାନାଳ  ଜିଲାରେ ଅତିରିକ୍ତ ନିଯୁକ୍ତି ଓ ଔଦ୍ୟୋଗିକତାକୁ ଏହା  ଉତ୍ସାହିତ କରିବ । ଓଡ଼ିଶା ଅଟୋମୋବାଇଲ ଯନ୍ତ୍ରାଂଶ,  ମହାକାଶ ଓ ପ୍ରତିରକ୍ଷା ଉତ୍ପାଦ ସହ ଟିଟାନିୟମ  କ୍ଷେତ୍ରରେ ବିଶ୍ୱ ବଜାରକୁ ପ୍ରବେଶ କରିବ ।  

ମହାକାଶ ଏବଂ ପ୍ରତିରକ୍ଷା ଯନ୍ତ୍ରାଂଶ କ୍ଷେତ୍ରରେ  କଲ୍ୟାଣୀ ଷ୍ଟିଲ ଏକ ପ୍ରମୁଖ କମ୍ପାନି । ଏହା ସହ  ଓଡ଼ିଶା ଅଟୋମୋବାଇଲ କମ୍ପାନିଗୁଡିକ ପାଇଁ ପାର୍ଟସ  ବିନିର୍ମାଣ ଏବଂ ପ୍ରକୃତ ଯନ୍ତ୍ରାଂଶ ନିର୍ମାତା (ଓଇଏମ୍‌) ଗୁଡିକୁ ଆକୃଷ୍ଟ । ଏହି ପ୍ରକଳ୍ପକୁ କାର୍ଯ୍ୟକାରୀ  କରାଇବା ଦିଗରେ ସବୁ ପ୍ରକାର ସହଯୋଗ ରାଜ୍ୟ  ସରକାର ଯୋଗାଇ ଦେବେ । ବିନିର୍ମାଣ ଉତ୍କର୍ଷତା  କ୍ଷେତ୍ରରେ ରାଜ୍ୟ ଆଉ ପାଦେ ଆଗକୁ ଯିବ ବୋଲି  ସରକାର ଆଶା ରଖିଛନ୍ତି । ଉଲ୍ଲେଖଯୋଗ୍ୟ, ରାଜ୍ୟ  ସରକାର ଏବେ ନୂଆ ଟେକ୍ନୋଲୋଜି ଶିଳ୍ପଗୁଡ଼ିକୁ  ଓଡ଼ିଶା ଆସିବାକୁ ପ୍ରୋତ୍ସାହିତ କରୁଛନ୍ତି । ଏ ଦିଗରେ  କମ୍ପାନିଗୁଡ଼ିକ ଆର୍ଥିକ ପ୍ରୋତ୍ସାହନ ପ୍ରଦାନ କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.