ପ୍ରମୂଖ ଖବର
  • ରାଜ୍ୟ ବଜେଟ୍ ଉପସ୍ଥାପିତ, ଧାନ କ୍ବିଣ୍ଟାଲ ୩୧ ଶହ ଟଙ୍କା
  • ||
  • ୨୬ରେ ଅଲିମ୍ପିକ୍ସ ଉଦ୍‌ଘାଟନୀ ଉତ୍ସବ: ଅଷ୍ଟ୍ରେର୍ଲିଜ ପୋଲରୁ ଆରମ୍ଭ, ଆଇଫିଲ୍‌ ଟାୱାରରେ ଶେଷ
  • ||
  • ମୋହନ ସରକାରଙ୍କ ପ୍ରଥମ ବଜେଟ୍, ୨୦୨୪-୨୫ ପାଇଁ ଆସିବ ପୂର୍ଣ୍ଣାଙ୍ଗ ବଜେଟ୍ ଅପରାହ୍ନ ୫ଟା ଉପସ୍ଥାପନ
  • ||
  • ଆସନ୍ତା ୨୭ରେ ଲଘୁଚାପ, ୨୯ ଯାଏ ବର୍ଷା ସମ୍ଭାବନା: ଆଜି ତିନି ଜିଲ୍ଲାକୁ ଆଲର୍ଟ ଜାରି
  • ||

ଫୁଡ୍ ଡେଲିଭରୀ ଏଜେଣ୍ଟ କଷ୍ଟମରଙ୍କୁ ପଚାରିଦେଲେ ଏମିତି ପ୍ରଶ୍ନ, ସୋସିଆଲ ମିଡିଆରେ ହେଲା ଭାଇରାଲ

ନୂଆଦିଲ୍ଲୀ ୧୧/୯: ଅନଲାଇନ୍ ଫୁଡ୍ ମଗାଇବା ଆମ ଜୀବନର ଏକ ଜରୁରି ଅଂଶ ପାଲଟିଯାଇଛି । ଫୁଡ୍ ଡେଲିଭରୀ କରୁଥିବା ଏଜେଣ୍ଟ୍ସ କଷ୍ଟମରଙ୍କ ଅର୍ଡରକୁ ସମୟ ସମୟରେ ପୁରା କରିବା ପାଇଁ ଅନେକ ଚେଷ୍ଟା କରନ୍ତି । ସବୁ ପ୍ରକାର ପରିସ୍ଥିତିରେ ସେମାନେ ଅନେକ ସମସ୍ୟାର ସମ୍ମୁଖୀନ ହୋଇ ଖାଦ୍ୟ ଡେଲିଭରୀ କରିଦିଅନ୍ତି । ତେବେ ଜଣେ ଡେଲିଭରୀ ଏଜେଣ୍ଟ ଆଉ ପାଦେ ଆଗକୁ ବଢିଯାଇଛନ୍ତି ଏବଂ କଷ୍ଟମରକୁ ପଚାରି ଦେଇଛନ୍ତି କି, ‘ଆପଣ ଅର୍ଡର ବ୍ୟତୀତ ଆଉ କିଛି ଏକ୍ସଟ୍ରା ଚାହୁଁଛନ୍ତି କି ଯଥା ସିକ୍ରେଟ୍ ଗଞ୍ଜେଇ ।‘

ଏହାକୁ ଜଣେ ମହିଳା ସୋସିଆଲ ମିଡିଆରେ ସେୟାର କରିଛନ୍ତି ଯାହା ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି । ସ୍ନାପସଟ୍ ସେୟାର କରି ସାକ୍ଷୀ ଜୈନ ଲେଖିଛନ୍ତି କି ‘ମୋ ରୁମ୍ ମେଟ୍ କାଲି ରାତିରେ ଜୋମାଟୋରୁ ଏକ ଅର୍ଡର ଦେଇଥିଲେ ଏବଂ ଡେଲିଭରୀ ବୟ ତାଙ୍କୁ ଏହି ମେସେଜ୍ ପଠାଇଲା ।’ ଏହି ସ୍ନାପସଟରେ ଡେଲିଭରୀ ବୟଙ୍କ ମେସେଜ୍ ନଜର ଆସୁଛି । ଏଥିରେ ଲେଖାଯାଇଛି କି ‘ମୁଁ ଆପଣଙ୍କ ଅର୍ଡର ଡେଲିଭର କରିବାକୁ ଯାଉଛି । କିଛି ଦରକାର କି ସିକ୍ରେଟ୍ ଗଞ୍ଜେଇ ଆଦି..।’


ଏହି ଟ୍ୱିଟ୍ ଭାଇରାଲ ହୋଇଯାଇଛି ଯେଉଁଥିରେ ମଜାଦାର କମେଣ୍ଟ ଆସୁଛି । କିଛି ଲୋକ ମଜା କରି ଲେଖିଛନ୍ତି କି ତାଙ୍କ ପାଖରେ ମଧ୍ୟ ଏତେ ଭଲ ପାଉଥିବା ଡେଲିଭରୀ ବୟ ଥାଆନ୍ତା କି । ଆହୁରି କିଛି ୟୁଜର୍ସ ଅନେକ ମଜା କମେଣ୍ଟ ଆଦି କରୁଛନ୍ତି । ଅନ୍ୟ ଜଣେ ୟୁଜର ମଜାରେ ଲେଖିଛନ୍ତି କି ‘ଏହି କାରଣରୁ ଜୋମାଟୋର ସେୟାର ବଢୁଛି ।’ ତେବେ ଏହି ପୋଷ୍ଟଟି ଭାଇରାଲ ହେବାରେ ଲାଗିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.