ଫିରିଙ୍ଗିଆ, ୨୨।୮: କନ୍ଧଗୌଡ଼ ଆଦିବାସୀମାନଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ କନ୍ଧଗୌଡ଼ ସେବା ସମିତି ଫିରିଙ୍ଗିଆ ଶାଖା ତରଫରୁ ତହସିଲଦାରଙ୍କୁ ଦାବିପତ୍ର । କନ୍ଧମାଳ ଫିରିଙ୍ଗିଆ ଅଞ୍ଚଳରେ ରହୁଥିବା କନ୍ଧଗୌଡ଼ ଆଦିବାସୀମାନେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ଥାନୀୟ ତହସିଲଦାର ଅନାମିକା ପାଣ୍ଡେଙ୍କୁ ଏକ ଦାବିପତ୍ର ପ୍ରଦାନ କରରିଛନ୍ତି I
ତେବେ କନ୍ଧଗୌଡ଼ ସେବା ସମିତିର ଜିଲ୍ଲା ସଭାପତି ପ୍ରେମାନନ୍ଦ ମାଝୀଙ୍କ ନେତୃତ୍ୱରେ ଏହି ଦାବିପତ୍ର ତହସିଲଦାରଙ୍କୁ ପ୍ରଦାନ କରାଯାଇଛି । ଦାବିପତ୍ରରେ ଭୁଲ୍ ଥିବା ଜମି ପଟ୍ଟାରେ ଜାତି ସଂଶୋଧନ କରିବା, ଭୂମି ହୀନ ପରିବାରଙ୍କୁ ଜଙ୍ଗଲଜମି ପଟ୍ଟା ପ୍ରଦାନ, ଜାତି ଅନୁଷ୍ଠାନ ପାଇଁ ସଭାଗୃହ ମଞ୍ଜୁର କରିବା, ଜାତି ପ୍ରମାଣ ପତ୍ର ଆବେଦନ କରିବା ସମୟରେ ପ୍ରକୃତ ଜାତି ଚିହ୍ନଟ କରିବା, କନ୍ଧଗୌଡ଼ ସମାଜ ସେବା ସମିତିର ଜାତି ସୁପାରିଶ ପରିଚୟ ପତ୍ର ତହସିଲଦାରଙ୍କଠାରେ ପ୍ରାଧାନ୍ୟ ଦେବା ଭଳି ଅନେକ ଦାବି ଉଲ୍ଲେଖ ରହିଛି I ତେବେ ଏହି ଦାବିପତ୍ର ପ୍ରଦାନ ସମୟରେ ଜିଲ୍ଲା ସଭାପତିଙ୍କ ସହ ଜିଲ୍ଲା ସାଧାରଣ ସମ୍ପାଦକ ବିଭୀଷଣ ମାଝୀ, ଉପସଭାପତି ପ୍ରଦୀପ କୁମାର ନାଏକ, ଉପଦେଷ୍ଟା ପ୍ରଭାତ ବେହେରା, ଫିରିଙ୍ଗିଆ ବ୍ଲକ ଶାଖା ସଭାପତି ଟିକେଶ୍ୱର ମାଝୀ ଓ ଅନ୍ୟମାନେ ଉପସ୍ଥିତ ଥିଲେ I