ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଡିଏମକେ ସାଂସଦ ଡିଏନବି ସେନ୍ଥିଲକୁମାରଙ୍କ ବିବାଦୀୟ ବୟାନ, କହିଲେ ବିଜେପି କେବଳ ‘ଗୋ ମୂତ୍ର’ ରାଜ୍ୟରେ ବିଜୟୀ ହୋଇଥାଏ...

ନୂଆଦିଲ୍ଲୀ: ପାଞ୍ଚଟି ରାଜ୍ୟର ନିର୍ବାଚନ ଫଳାଫଳ ପରେ ଡିଏମକେ ସାଂସଦ ଡିଏନବି ସେନ୍ଥିଲକୁମାର ହିନ୍ଦୀ ବେଲ୍ଟ ରାଜ୍ୟ ଗୁଡିକୁ ନେଇ ଏକ ବିବାଦୀୟ ବୟାନ ଦେଇଛନ୍ତି । ଏହାକୁ ନେଇ ରାଜନୈତିକ ତାପମାତ୍ରା ଉଷ୍ଣ ହୋଇଛି । ସେନ୍ଥିଲକୁମାରଙ୍କ ଏହି ବିବୃତ୍ତି ପରେ ଉତ୍ତର ଏବଂ ଦକ୍ଷିଣ ଭାରତ ମଧ୍ୟରେ ବାକ୍ ଯୁଦ୍ଧ ତୀବ୍ର ହୋଇଛି । ବାସ୍ତବରେ, ବିଜେପିକୁ ଲକ୍ଷ୍ୟ କରି ସେ କହିଛନ୍ତି ଯେ, କେବଳ ହିନ୍ଦୀ ବେଲ୍ଟ ରାଜ୍ୟରେ ନିର୍ବାଚନ ଜିତିବା ହେଉଛି ବିଜେପିର ଶକ୍ତି । ଆମେ ସାଧାରଣତଃ ଏହି ରାଜ୍ୟ ଗୁଡ଼ିକୁ 'ଗୋ ମୂତ୍ର’ ରାଜ୍ୟ ବୋଲି କହିଥାଉ ।

ନ୍ୟୁଜ୍ ଏଜେନ୍ସି ANI ଅନୁଯାୟୀ, ସେ ଏହି ବିବୃତ୍ତି ଏଭଳି ସମୟରେ ଦେଇଛନ୍ତି, ଯେତେବେଳେ କି ଲୋକସଭାରେ ଜାମ୍ମୁ କାଶ୍ମୀର ସଂରକ୍ଷଣ (ସଂଶୋଧନ) ବିଲ୍ ୨୦୨୩ ଏବଂ ଜାମ୍ମୁ କାଶ୍ମୀର ପୁନର୍ଗଠନ (ସଂଶୋଧନ) ବିଲ୍ ୨୦୨୩ ଉପରେ ବିତର୍କ ହୋଇଥିଲା । ଏହି ବିତର୍କରେ ଅଂଶଗ୍ରହଣ କରି ଡିଏନ୍‌ବି ସେନ୍ଥିଲକୁମାର କହିଛନ୍ତି ଯେ, କେନ୍ଦ୍ରଶାସିତ ଅଞ୍ଚଳ ସବୁବେଳେ ରାଜ୍ୟ ହେବାକୁ ଚାହାଁନ୍ତି, କିନ୍ତୁ ଏହା ହେଉଛି ପ୍ରଥମ ଘଟଣା ଯେଉଁଠି ଏକ ରାଜ୍ୟ କେନ୍ଦ୍ରଶାସିତ ଅଞ୍ଚଳରେ ପରିଣତ ହୋଇଛି ।

ଡିଏମକେ ସାଂସଦ ଆହୁରି କହିଛନ୍ତି ଯେ, ନିକଟରେ ବିଜେପି ଅନେକ ରାଜ୍ୟରେ ନିର୍ବାଚନରେ ବିଜୟୀ ହୋଇଛି । ଯେତେବେଳେ ସେମାନେ ଅନୁଭବ କରନ୍ତି ଯେ ସେମାନେ ଏକ ରାଜ୍ୟରେ ଜିତିପାରିବେ ନାହିଁ, ସେମାନେ ଏହାକୁ ଏକ କେନ୍ଦ୍ରଶାସିତ ଅଂଚଳ କରନ୍ତି, ଯେଉଁଠାରେ କି ସେମାନେ ରାଜ୍ୟପାଳଙ୍କୁ ନିୟନ୍ତ୍ରଣ କରିପାରିବେ ଏବଂ ତାଙ୍କ ମାଧ୍ୟମରେ ଶାସନ କରିପାରିବେ । ଯଦି ସେମାନେ ସେଠାରେ ଜିତିବାର ଆତ୍ମବିଶ୍ୱାସ କରିଥାନ୍ତେ, ସେମାନେ ଏହା କରି ନଥାନ୍ତେ। 

ଏଥିପାଇଁ ଏହି ଦେଶର ଲୋକମାନଙ୍କୁ ଏହା ଭାବିବା ଉଚିତ ଯେ, ବିଜେପିର ଲକ୍ଷ୍ୟ ହେଉଛି ମୁଖ୍ୟତ ହିନ୍ଦୀ ରାଜ୍ୟରେ ନିର୍ବାଚନ ଜିତିବା । ଆଉ ଏହାକୁ ଆମେ ସାଧାରଣତ ‘ଗୋ ମୂତ୍ର’ ରାଜ୍ୟ ବୋଲି କହିଥାଉ । ଦକ୍ଷିଣ ଭାରତ ରାଜ୍ୟରେ ବିଜେପି ପାଇଁ ନିର୍ବାଚନରେ ବିଜୟୀ ହେବାର କୌଣସି ସୁଯୋଗ ନାହିଁ ବୋଲି ସେ ଦାବି କରିଛନ୍ତି। ସେ କହିଛନ୍ତି ଯେ, "ତୁମେ (ବିଜେପି) ଦକ୍ଷିଣ ଭାରତକୁ ଆସିପାରିବ ନାହିଁ । କେରଳ, ତାମିଲନାଡୁ, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନାର ସମସ୍ତ ଫଳାଫଳକୁ ଦେଖ, ଆମେ ସେଠାରେ ବହୁତ ଶକ୍ତିଶାଳୀ।"



 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.