ପ୍ରମୂଖ ଖବର
  • ଜଗନ ମୋହନ ରେଡ୍ଡୀଙ୍କ ବିରୋଧରେ ହତ୍ୟା ଉଦ୍ୟମ ମାମଲା, ହୋଇପାରନ୍ତି ଗିରଫ
  • ||
  • ଦକ୍ଷିଣ ମୋଡ଼ ନେଇ ନାକଚଣା ଦ୍ୱାରରେ ଲାଗିଲା ତାଳଧ୍ୱଜ, ଦର୍ପଦଳନ, ଆଜି ନନ୍ଦିଘୋଷର ଦକ୍ଷିଣ ମୋଡ଼
  • ||
  • ଆସୁଛି ଲଘୁଚାପ: ରବିବାରଠାରୁ ରାଜ୍ୟରେ ପ୍ରବଳ ବର୍ଷା, ୧୫ରୁ ୨୧ ଯାଏଁ ଉପକୂଳ ଏବଂ ଦକ୍ଷିଣ ଓଡ଼ିଶାରେ ବର୍ଷିବ
  • ||

ଗଜଲକ୍ଷ୍ମୀ ପୂଜା ଉଦଯାପିତ, ଚାଲୁଛି ଭସାଣି ଉତ୍ସବ

କାଶୀପୁର, ୫।୧୧: ଗଜଲକ୍ଷ୍ମୀ ପୂଜା ଉଦଯାପିତ । କାଶୀପୁର ବ୍ଲକ ସଦର ସ୍ଥିତ ଫରେଷ୍ଟ ରେଞ୍ଜ ଅଫିସ ନିକଟରେ ଏବଂ ଟିକିରି ସ୍ଥିତ କରା କୂପଲି ସାହିରେ ମହାଆଡମ୍ବରରେ ଆୟୋଜିତ ଗଜଲକ୍ଷ୍ମୀ ପୂଜା ଉତ୍ସବ ଉଦଯାପିତ ହୋଇଯାଇଛି । ଗତ କିଛି ବର୍ଷ ହେଲା ଏଠାରେ ପୂଜା କମିଟି ପକ୍ଷରୁ ନିୟମିତ ଭାବେ ଗଜଲକ୍ଷ୍ମୀ ପୂଜା କରାଯାଉଛି । 

ଏହି ଅବସରରେ ଟିକିରିଠାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଗତକାଲି ମା’ ଲକ୍ଷ୍ମୀଙ୍କ ମୃଣ୍ମୟମୂର୍ତ୍ତିକୁ ବାଦ୍ୟ ବାଜଣାସହ ନଗର ପରିକ୍ରମା କରିବା ପରେ ବିସର୍ଜନ କରାଯାଇଛି । ଟିକିରି ପୂଜା କମିଟିର କାର୍ଯ୍ୟକର୍ତ୍ତା ମଧ୍ୟରେ ସହଦେବ ମାଝୀ, ଚିତରୁ ମାଝୀ, ଡମ୍ବୁରୁ ସାହୁ, ମହେଶ୍ୱର ମାଝୀ, ଦିପୁ ସାହୁ, ଗିରି ମାଝୀ ପ୍ରମୁଖ ଏହାର ପରିଚାଳନା କରିଥିଲେ ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.