ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଚୀନ୍‌ର ଦାବି ଆରମ୍ଭରୁ ହିଁ ହାସ୍ୟାସ୍ପଦ, ଅରୁଣାଚଳକୁ ନିଜ ଦେଶର ଏକ ଅଞ୍ଚଳ କହୁଥିବା ଡ୍ରାଗନ୍‌ ଉପରେ ଖୁବ୍‌ ବର୍ଷିଲେ ଜୟଶଙ୍କର

ସିଙ୍ଗାପୁର : ସିଙ୍ଗାପୁର ମାଟିରେ ବିଦେଶ ମନ୍ତ୍ରୀ ଏସ୍ ଜୟଶଙ୍କର ଗୋଟିଏ ସ୍ୱରରେ ଚୀନ୍‌ ଓ ପାକିସ୍ତାନକୁ ଦେଲେ କଡ଼ା ଜବାବ। ବିଦେଶ ମନ୍ତ୍ରୀ ଅରୁଣାଚଳ ପ୍ରଦେଶ ଉପରେ ନିଜର ଦାବି ଉଠାଇବା ନେଇ ଚୀନ୍‌ ଉପରେ ବର୍ଷିଲେ। ଏହା ବ୍ୟତୀତ ଏସ୍‌ ଜୟଶଙ୍କର ସ୍ପଷ୍ଟ ଶବ୍ଦରେ କହିଛନ୍ତି କି ପାକିସ୍ତାନ ସହ ସମ୍ୱନ୍ଧ ସୁଧାରିବାର ପ୍ରୟାସରେ ଭାରତ କେବେ ଆତଙ୍କବାଦକୁ ଅଣଦେଖା କରି ପାରିବ ନାହିଁ। ଉଲ୍ଲେଖନୀୟ ଯେ, ବିଦେଶ ମନ୍ତ୍ରୀ ଏସ୍‌ ଜୟଶଙ୍କର ସିଙ୍ଗାପୁରକୁ ତିନି ଦିବସୀୟ ଯାତ୍ରାରେ ଅଛନ୍ତି। ଏଠାରେ ସେ ଏକ ସମର ସ୍ମାରକ ଉପରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଓ ଆଜାଦ ହିନ୍ଦ୍‌ ଫୌଜର ସୈନିକଙ୍କୁ ଶ୍ରଦ୍ଧାଞ୍ଜଳି ମଧ୍ୟ ଦେବେ।

ବିଦେଶ ମନ୍ତ୍ରୀ ଜୟଶଙ୍କର ଚୀନ୍‌କୁ କଡ଼ା ଜବାବ ଦେଇ କହିଛନ୍ତି, ଅରୁଣାଚଳ ପ୍ରଦେଶ ଉପରେ ଚୀନ୍‌ର ଦାବି ଆରମ୍ଭରୁ ହାସ୍ୟାସ୍ପଦ ଥିଲା ଏବଂ ଆଜି ମଧ୍ୟ ହାସ୍ୟାସ୍ପଦ ହୋଇ ରହିଛି, କାରଣ ଏହା ଭାରତର ସ୍ୱାଭାବିକ ଅଞ୍ଚଳ। କେନ୍ଦ୍ରୀୟ ମନ୍ତ୍ରୀ ନ୍ୟାସନାଲ ୟନିଭର୍ସିଟି ଅଫ୍‌ ସିଙ୍ଗାପୁର (ଏନୟୁଏସ)ର ଇନଷ୍ଟିଚ୍ୟୁଟ୍‌ ଅଫ୍‌ ସାଉଥ୍‌ ଏସିଆନ ଷ୍ଟଡିଜ୍‌ (ଆଇଏସଏଏସ)ରେ ନିଜର ଲିଖିତ ପୁସ୍ତକ ହ୍ୱାଇ ଭାରତ ମ୍ୟାଟର୍ସ ଉପରେ ବ୍ୟାଖ୍ୟାନ ସେସନ ପରେ ଆୟୋଜିତ ପ୍ରଶ୍ନ-ଜବାବ ବେଳେ ଏହି ବୟାନ ଦେଇଛନ୍ତି।

ଜୟଶଙ୍କରଙ୍କର ଏହି ଟିପ୍ପଣୀ ଚୀନ୍‌ ଦ୍ୱାରା ପୁଣି ଥରେ ଅରୁଣାଚଳ ପ୍ରଦେଶ ମାମଲାକୁ ଉଠାଇବା ପରେ ଆସିଛି। ଗତ ଦିନରେ ଚାଇନା ସେନା ଅରୁଣାଚଳ ପ୍ରଦେଶକୁ ଚୀନ୍ ଅଞ୍ଚଳର ସ୍ୱାଭାବିକ ଅଞ୍ଚଳର ବୋଲି କହିଥିଲା। ପରେ ଏକ ବୟାନରେ ବିଦେଶ ମନ୍ତ୍ରଣାଳୟ ଅରୁଣାଚଳ ପ୍ରଦେଶକୁ ଭାରତର ଅଭିନ୍ନ ଅଙ୍ଗ କହି ଦାବିକୁ ହାସ୍ୟାସ୍ପଦ କରି ଖାରଜ କରି ଦେଇଛି। 

ସେପଟେ ପଡୋଶୀ ଦେଶ ପାକିସ୍ତାନ ସହ ସଂପର୍କ ସୁଧାରିବା ନେଇ ଜୟଶଙ୍କର କହିଛନ୍ତି କି, ପାକିସ୍ତାନ ଏବେ ପାଖାପାଖି ଉଦ୍ୟୋଗ ସ୍ତରରେ ଆତଙ୍କବାଦକୁ ପ୍ରାୟୋଜିତ କରୁଛି, ଏହି କ୍ରମରେ ଆଉ ଭାରତର ମୁଡ୍‌ ବର୍ତ୍ତମାନ ଆତଙ୍କବାଦୀଙ୍କୁ ଅଣଦେଖା କରିବାର ନାହିଁ। ବିଦେଶ ମନ୍ତ୍ରୀ ପାକିସ୍ତାନ ପୋଷିତ ଆତଙ୍କବାଦ ଉପରେ କହିଛି, ଏହା ପୁଣି ଥରେ ହେବାକୁ ଥିବା ଘଟଣା ନୁହେଁ ..ବରଂ ଏହା ନିରନ୍ତର ଚାଲୁଥାଏ ।

                                                                     

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.