ପ୍ରମୁଖ ଖବର
  • ଆଜି ମଧ୍ୟପ୍ରଦେଶ ଓ ରାଜସ୍ଥାନରେ ନେତା ନିର୍ବାଚନ, ଉଭୟ ରାଜ୍ୟରେ ବସିବ ବିଜେପି ବିଧାୟକ ଦଳ ବୈଠକ
  • ||
  • ଆଜି କ୍ରୀଡ଼ା ବିଜ୍ଞାନ କେନ୍ଦ୍ର ଉଦ୍‌ଘାଟନ, କଳିଙ୍ଗ ଷ୍ଟାଡିୟମରେ ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ଗଛରେ ପିଟିହେଲା ବରଯାତ୍ରୀ କାର୍, ଜଣେ ମୃତ ଜଣେ ଗୁରୁତର
  • ||
  • ବିଦେଶୀ ଜାହାଜରୁ କୋକେନ୍‌ ଜବତ ମାମଲା: ସମୁଦ୍ରରେ ବୁଡ଼ି ପ୍ରମାଣ ଖୋଜିଲେ ବୁଡ଼ାଳି, ଆଜି ଆସିବେ ଫରେନ୍‌ସିକ୍‌ ଟିମ୍‌
  • ||

ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ, ଜଳିଗଲା ନଗଦ ଦେଢ ଲକ୍ଷ ଟଙ୍କା ସହ ୬ ବଖରା ଘର

ଭଦ୍ରକ, ୨୧/୧୧ :  ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ। ଦୁଇଟି ପରିବାରର ୬ ବଖରା ଘର ଭସ୍ମୀଭୂତ। ଭଦ୍ରକ ଜିଲ୍ଲା ତିହିଡ଼ି ତହସିଲ ଅଧିନ ଅଚକ ପଞ୍ଚାୟତ ସେଠୀସାହିରେ ଭୟାନକ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି। 

ଏହି ଅଗ୍ନିକାଣ୍ଡରେ ବାକ୍ସରେ ଥିବା ନଗଦ ଦେଢ ଲକ୍ଷ ଟଙ୍କା, ସମସ୍ତ ଆସବାବପତ୍ର, ଧାନ ଚାଉଳ, ସୁନା ଓ ଟଙ୍କା ଜଳି ପାଉଁଶ ହୋଇଯାଇଛି। ନିଆଁକୁ ଗ୍ରାମବାସୀ ଓ ତିହିଡ଼ି ଅଗ୍ନିଶମ ବାହିନୀ ଆୟତ୍ତ କରିଛି। ତେବେ ନିଆଁର ପ୍ରକୋପ ଏତେ ଥିଲା ଯେ ସବୁକିଛି ଜଳିପୋଡ଼ି ପାଉଁଶ ହୋଇଯାଇଛି। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି। 

  • prameyanews
  • PrameyaOdia
  • prameya
  • Copyright © 2022 - Summa Real Media Private Limited. All Rights Reserved.