ପ୍ରମୂଖ ଖବର
  • ଭୁବନେଶ୍ବର OSSSC ଅଫିସ ଘେରିଲେ ଶହଶହ ପରୀକ୍ଷାର୍ଥୀ । କମ୍ବାଇନ୍ଡ ରିକ୍ରୁଟମେଣ୍ଟ ପରୀକ୍ଷାରେ ଅନିୟମିତତା ଅଭିଯୋଗରେ ଘେରାଉ
  • ||
  • ଢ଼େଙ୍କାନାଳ: ଦୁଷ୍କର୍ମ ପୀଡ଼ିତାଙ୍କୁ ଭେଟିଲେ ମହିଳା କମିଶନ
  • ||
  • କଳାହାଣ୍ଡି: ପୂଜକଙ୍କୁ ଚାପଡରେ ହାଣିଲେ ଦୁୁର୍ବୃତ୍ତ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ଚନ୍ଦନେଶ୍ବର: ବ୍ୟାଙ୍କ ଭିତରୁ ଲୁଟ୍, ଗ୍ରାହକଙ୍କ ଠାରୁ ୩୦ହଜାର ନେଇଗଲେ ଲୁଟେରା
  • ||
  • ଦୁର୍ନୀତି ଅଭିଯୋଗ ଆସିଲେ ମାଫ୍ ନାହିଁ, ୫ ବର୍ଷରେ ୮୧ ସରପଞ୍ଚଙ୍କ ବିରୋଧରେ ହୋଇଛି କାର୍ଯ୍ୟାନୁଷ୍ଠାନ
  • ||
  • ଭୁବନେଶ୍ଵର : ୧୦ ବର୍ଷରେ ୨୫ ବାଘ ଏବଂ ୪୧ ହାତୀଙ୍କୁ ହତ୍ୟା କରିଛନ୍ତି ଶିକାରୀ, ହାତୀ ମଣିଷ ଲଢେଇରେ ଯାଇଛି ୧୧୪୫ ଜୀବନ
  • ||
  • ଢେଙ୍କାନାଳ ଲଜ୍ଜ୍ୟା : ୪ ଅଭିଯୁକ୍ତଙ୍କ ଡାକ୍ତରୀ ମାଇନା ସହ ଡିଏନଏ ଟେଷ୍ଟ ପାଇଁ ହେଲା ନମୁନା ସଂଗ୍ରହ
  • ||
  • କୋଲକାତା ଆନ୍ଦୋଳନରତ ଡାକ୍ତରଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ, ସନ୍ଧ୍ୟା ସୁଦ୍ଧା କାର୍ଯ୍ୟରେ ଯୋଗ ଦିଅ, ନହେଲେ କାର୍ଯ୍ୟାନୁଷ୍ଠାନ
  • ||
  • ଦୁର୍ବଳ ହୋଇ ଛତିଶଗଡ଼ ମୁହାଁ ଲଘୁଚାପ: ଭୀଷଣ ବର୍ଷା ପାଇଁ ମାଲକାନଗିରି, ଗଞ୍ଜାମରେ ସ୍କୁଲ ଛୁଟି ଘୋଷଣା
  • ||

ଫୁଡ୍ କମିଶନର ନିଯୁକ୍ତି : ପୂର୍ବ ସରକାରଙ୍କ ଉପରେ ବର୍ଷିଲେ ମନ୍ତ୍ରୀ

ଭୁବନେଶ୍ଵର, ୦୪/୦୯ : ଫୁଡ୍ କମିଶନରଙ୍କ ନିଯୁକ୍ତି ନେଇ ବିଧାନସଭାରେ ପୂର୍ବ ସରକାରଙ୍କ ଉପରେ ବର୍ଷିଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର। ସେ କହିଛନ୍ତି ଯେ, ଜ୍ଞାନ ନଥିବା ବ୍ୟକ୍ତିକୁ କମିଶନର ଭାବେ ବସାଇଛନ୍ତି ବିଜେଡି ସରକାର। ଅଣଓଡ଼ିଆ ଅଫିସରଙ୍କୁ ଯିଏ ଖୁସି କରିପାରୁଥିଲା ସେ ବ୍ୟକ୍ତିଙ୍କୁ ବସାଇଛନ୍ତି। ଯିଏକି ଚୋରା କୋଇଲା ବ୍ୟବସାୟ କରୁଛି, ପାଉଁଶ ଉଠାଣରେ ଲିପ୍ତ ଓ ଏହି ପଦବୀର ଅପବ୍ୟବହାର କରି ଲୁଟିଛନ୍ତି।

କମିଶନର ଜଣେ ମୁଖ୍ୟ ଶାସନ ସଚିବଙ୍କ କ୍ଷମତା ଅଧିକାରୀ ହୋଇଥାନ୍ତି, କିନ୍ତୁ ବିଜେଡି ସରକାର ଏହି ପଦରେ ଜଣେ ବିଏ ପାସ୍ କରିଥିବା ଚୋର, ଡକାୟତ ଓ ଠକକୁ କିପରି ବସାଇଲେ ବୋଲି ମନ୍ତ୍ରୀ ପ୍ରଶ୍ନ କରିଛନ୍ତି। ସେ କହିଛନ୍ତି ଯେ, ଏତେ ଭଲ ଭଲ ବ୍ୟକ୍ତି କମିଶନର ପାଇଁ ଆବେଦନ କରିଥିଲେ ସୁଦ୍ଧା ପୂର୍ବ ସରକାର ତାଙ୍କୁ ବାଦ୍ ଦେଇଥିଲେ। ଏଥିପାଇଁ ଏକ କମିଟି ବସିବ। ତଦନ୍ତ ହେବ। ନିଯୁକ୍ତିରେ ତ୍ରୁଟି ଥିଲେ ସେ ବିତାଡ଼ିତ ହେବେ। ସେପଟେ ବିଜେଡି ବିଧାୟକ ନିରଞ୍ଜନ ପୂଜାରୀ ତାଙ୍କୁ କାଉଣ୍ଟର କରିଛନ୍ତି। ସେ କହିଛନ୍ତି ଯେ, ମନ୍ତ୍ରୀ ମାଲିକ... ଆଜି ସନ୍ଧ୍ୟା ସୁଦ୍ଧା ତାଙ୍କୁ ବାହାର କରିପାରିବେ କି ? 


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.