ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ଅଲିଭ ରିଡଲେ କଇଁଛ ସୁରକ୍ଷା ପାଇଁ ପାଟ୍ରୋଲିଂ କରୁଥିଲେ ବନ କର୍ମଚାରୀ, ଗଭୀର ସମୁଦ୍ରରେ ଜଳଦସ୍ୟୁଙ୍କ ଆକ୍ରମଣ

କେନ୍ଦ୍ରାପଡ଼ା, ୧୯/୦୩ : ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟର ଗଭୀର ସମୁଦ୍ରରେ ଜଳଦସ୍ୟୁଙ୍କ ଆକ୍ରମଣ। ସୋମବାର ବନବିଭାଗର ୧୧ ଜଣିଆ ଟିମ୍ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟର ହୁକିଟୋଲା ଫ୍ରଣ୍ଟ ମହାନଦୀ ପାଖରେ ଅଲିଭ ରିଡଲେ କଇଁଛ ସୁରକ୍ଷା ପାଇଁ ପାଟ୍ରୋଲିଂ କରୁଥିବା ସମୟରେ ଜଳଦସ୍ୟୁ ଆକ୍ରମଣ କରିଛନ୍ତି। ତେବେ ବନ କର୍ମଚାରୀମାନେ କୌଶଳ କ୍ରମେ ସେଠାରୁ ଖସି ଆସିଛନ୍ତି। ବନବିଭାଗ ତରଫରୁ ଟ୍ରଲର ମାଫିଆଙ୍କ ନାମରେ ଧାମରା ସାମୁଦ୍ରିକ ଥାନାରେ ଏତଲା ଦିଆଯାଇଛି।

ସୂଚନାନୁଯାୟୀ, ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟର ହୁକିଟୋଲା ଫ୍ରଣ୍ଟ ମହାନଦୀ ପାଖରେ ନିଷିଦ୍ଧାଞ୍ଚଳରେ ୧୫ ରୁ ୨୦ଟି ଟ୍ରଲର ବେଆଇନ୍ ଭାବେ ମାଛ ମାରୁଥିଲେ। ବନ ବିଭାଗର ପାଟ୍ରୋଲିଂ ଟିମ୍ ସେମାନଙ୍କୁ ଘଉଡ଼ାଇବାକୁ ଉଦ୍ୟମ କରିଥିଲେ। ଏହି ସମୟରେ ଟ୍ରଲର ଗୁଡ଼ିକ ସଙ୍ଘବଦ୍ଧ ହୋଇ ପାଟ୍ରୋଲିଂ ଟିମ୍‌କୁ ଘେରି ଯିବା ସହ ଆକ୍ରମଣ କରିଥିଲେ। ବନ କର୍ମଚାରୀମାନେ ଏନେଇ ଧାମରା ସାମୁଦ୍ରିକ ଥାନାକୁ ଖବର ଦେବା ସହ ନିଜେ ଧରିଥିବା ବନ୍ଧୁକ ଦେଖାଇ ସେଠାରୁ ଖସି ଆସିବାରେ ସକ୍ଷମ ହୋଇଛନ୍ତି। 

ସୂଚନା ଥାଉକି, ଅଲିଭ ରିଡଲେ କଇଁଛ ସୁରକ୍ଷା ପାଇଁ ଗହୀରମଥାର ନୀଳ ଜଳରାଶି ଅନେକ ଥର ରକ୍ତ ରଞ୍ଜିତ ହୋଇଛି। ଶହୀଦ ହୋଇଛନ୍ତି ବନ କର୍ମଚାରୀ ଓ ଜଳଦସ୍ୟୁ ମଧ୍ୟ ନିହତ ହୋଇଛନ୍ତି। ବର୍ତ୍ତମାନ ଲକ୍ଷାଧିକ ସଂଖ୍ୟାରେ ଅଲିଭ ରିଡଲେ କଇଁଛ ସମୁଦ୍ର କୂଳରେ ସାମୂହିକ ଅଣ୍ଡାଦେବା ପାଇଁ ରୁଣ୍ଡ ହୋଇଛନ୍ତି। ଏହି ଘଟଣା ପରେ ବନବିଭାଗ ତରଫରୁ ଟ୍ରଲର ମାଫିଆଙ୍କ ନାମରେ ଧାମରା ସାମୁଦ୍ରିକ ଥାନାରେ ଏତଲା ଦିଆଯାଇଛି ବୋଲି ରାଜନଗର ବନଖଣ୍ଡ ଅଧିକାରୀ ସୂଚନା ଦେଇଛନ୍ତି ।



  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.