ପ୍ରମୂଖ ଖବର
  • ଭୁବନେଶ୍ୱର : ଗଣେଶ ପୂଜା ମଣ୍ଡପରେ ବୁଲିଲା ଖଣ୍ଡା, ଅଭିଯୁକ୍ତ ଗିରଫ
  • ||
  • ଲମତାପୁଟ : ପାଣି ପଶି ବନ୍ଦ ହୋଇଥିଲା ବିଦ୍ୟୁତ ଉତ୍ପାଦନ, ପାଞ୍ଚ ଦିନ ପରେ ଆରମ୍ଭ ହେଲା ମାଛକୁଣ୍ଡ ଜଳବିଦ୍ୟୁତ ପ୍ରକଳ୍ପ
  • ||
  • ଭୁବନେଶ୍ଵର : 'ମୋ ସ୍କୁଲ୍‌ ଅଭିଯାନ' ଏବେ ‘ପଞ୍ଚଶଖା ଶିକ୍ଷା ସେତୁ’, ନାଁ ବଦଳାଇଲେ ସରକାର
  • ||
  • ପାରାଦ୍ଵୀପ : ସଭାଗୃହରେ ଠେଲାପେଲା, ଘଟଣାକୁ ନେଇ କୁଜଙ୍ଗ ଥାନାରେ ୩ ଏତଲା
  • ||
  • ପାଟଣା : ପୋଖରୀରେ ଭାସୁଛି ଯୁବକଙ୍କ ମୃତଦେହ, କାରଣ ଅସ୍ପଷ୍ଟ
  • ||
  • କାଠଯୋଡ଼ି ନଦୀରେ ଭାସିଗଲେ ବୃଦ୍ଧ, ଅଗ୍ନିଶମ ବାହିନୀର ସର୍ଚ୍ଚ ଅପରେସନ ଜାରି
  • ||
  • ପୁରୁଷ ଏସିଆନ୍‌ ଚାମ୍ପିଅନ୍ସ ଟ୍ରଫି: ଆଜି ଭାରତ-ପାକିସ୍ତାନ ଲଢ଼େଇ
  • ||
  • ସୁବର୍ଣ୍ଣପୁର : ନାଳରେ ଭାସୁଛି ମଲା କୁକୁଡ଼ା, କିଏ ପକାଇଲା ତାକୁ ନେଇ ଚର୍ଚ୍ଚା
  • ||
  • ଚିଲିକା ମଝିରେ ଫସିଲା ଯାତ୍ରୀବାହୀ ଡଙ୍ଗା, ଉଦ୍ଧାର କାର୍ଯ୍ୟ ଆରମ୍ଭ
  • ||
  • କରଞ୍ଜିଆ : ଜେଲ୍ ମାନୁଆଲକୁ ଉଲଙ୍ଘନ କରିବା ପଡ଼ିଲା ମହଙ୍ଗା, ଜେଲ୍ ୱାର୍ଡର ସ୍ୱାଗତ ରଥ ସସ୍‌ପେଣ୍ଡ
  • ||
  • ପ୍ରଥମ ମଙ୍କିପକ୍ସ ଟିକାକୁ ଡବ୍ଲ୍ୟୁଏଚ୍‌ଓ ମଞ୍ଜୁରି, ୪ ସପ୍ତାହ ବ୍ୟବଧାନରେ ୨ଟି ଡୋଜ୍‌ ନେବେ ୧୮ ବର୍ଷରୁ ଊଦ୍ଧ୍ୱର୍
  • ||
  • ଶ୍ରୀମନ୍ଦିରରେ ଶ୍ରୀକୃଷ୍ଣ ଲୀଳା: କଂସକୁ ମାରିଲେ ଶ୍ରୀକୃଷ୍ଣ, ରାଜା ହେଲେ ଉଗ୍ରସେନ
  • ||
  • ଭଞ୍ଜନଗର : ଗଣେଶ ଭସାଣି ବେଳେ ଗଣ୍ଡଗୋଳ, ଦୁଇ ଗୋଷ୍ଠୀ ମଧ୍ୟରେ ଟେକାପଥର ମାଡ଼
  • ||
  • ଏ ବର୍ଷ ହାଡ଼ଭଙ୍ଗା ଶୀତ, ଡିସେମ୍ବର-ଜାନୁଆରୀରେ ଥଣ୍ଡା ପ୍ରକୋପ ଅଧିକ: IMD
  • ||
  • ବଙ୍ଗୋପସାଗରରେ ଅବପାତର ରୂପ ନେବ ଲଘୁଚାପ ! ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା, ମୟୂରଭଞ୍ଜକୁ ରେଡ୍ ଆଲର୍ଟ
  • ||

ବାବା ଧବଳେଶ୍ବରଙ୍କ ପୀଠରେ କାଉଡ଼ିଆଙ୍କ ଭିଡ଼, ଜଳଲାଗି କଲେ ହଜାର ହାଜାର ଭକ୍ତ

ଆଠଗଡ,୦୫/୦୮ :ଆଜି ପବିତ୍ର ଶ୍ରାବଣ ମାସର ତୃତୀୟ ସୋମବାର । ମହାଦେବଙ୍କ ନାମରେ ପ୍ରସ୍ଫୁଟିତ ହୋଇଉଠିଛି ସମସ୍ତ ଶୈବପୀଠ । ଏହି ଦିନରେ ବିଭିନ୍ନ ଶୈବ ପୀଠରେ ଜଳଲାଗି କରିଛନ୍ତି ହଜାର ହାଜାର କାଉଡିଆ । ଏହି ପରିପ୍ରେକ୍ଷିରେ ଆଠଗଡ଼ ପ୍ରସିଦ୍ଧ ଶୈବପୀଠ ବାବା ଧବଳେଶ୍ବରଙ୍କ ପୀଠରେ ହୋଇଛି ହଜାର ହାଜାର ଭକ୍ତଙ୍କ ସମାଗମ । ନିଜର ମନୋବାଞ୍ଛା ପୁରଣ ପାଇଁ ଶ୍ରଦ୍ଧାଳୁଙ୍କର ଲାଗି ରହିଛି ଲମ୍ୱା ଧାଡ଼ି । 

ସୂଚନା ମୁତାବକ, ଆଠଗଡ଼ ପ୍ରସିଦ୍ଧ ଶୈବପୀଠ ବାବା ଧବଳେଶ୍ବରଙ୍କ ପୀଠରେ ରାତ୍ର ୨ଟାରେ ମନ୍ଦିରର ଦ୍ଵାର ଫିଟାଯାଇ ସମସ୍ତ ରୀତିନୀତି ସମାପନ କରାଯାଇଛି । ଏହା ପରେ ସର୍ବସାଧାରଣଙ୍କ ଦର୍ଶନ ସହିତ କାଉଡ଼ିଆ ମାନେ ଜଳଲାଗି କରିଥିଲେ । ବାବା ଧବଳେଶ୍ବରଙ୍କ ପିଠକୁ ସଂଯୋଗ କରୁଥିବା ସ୍ଥାୟୀ କଂକ୍ରିଟ ସେତୁ ଦେଇ ଶ୍ରାବଣୀ ଲିଙ୍ଗରେ  ଜଳଲାଗି କରିଛନ୍ତି ହଜାର ହଜାର କାଉଡ଼ିଆ । ପ୍ରଶାସନ ପକ୍ଷରୁ ବ୍ୟାରିକେଟ ବ୍ୟବସ୍ଥା କରାଯିବା ସହ ଭିଡକୁ ଦୃଷ୍ଟିରେ ରଖି ପୀଠ ମଧ୍ୟକୁ ବାହୁଙ୍ଗିକୁ ସମ୍ପୁର୍ଣ୍ଣ ବାରଣ କରାଯାଇଛି । କଂକ୍ରିଟ ସେତୁ ପୂର୍ବରୁ କାଉଡିଆ ମାନେ ବାହୁଙ୍ଗି ରଖି କେବଳ ଜଳକଳଷ ଧରି ପୀଠ ଭିତରକୁ ପ୍ରବେଶ କରି ବାବା ଧବଳେଶ୍ୱରଙ୍କ ଶ୍ରାବଣୀ ଲିଙ୍ଗରେ ଜଳ ଲାଗି କରିଛନ୍ତି । ଚଳିତ ବର୍ଷ ପୂଜକ ସମିତି ଏବଂ ପ୍ରଶାସନ ପକ୍ଷରୁ କାଉଡ଼ିଆ ଆଣୁଥିବା ପ୍ଲାଷ୍ଟିକ କଳସିକୁ ପୀଠ ମଧ୍ୟକୁ ସମ୍ପୁର୍ଣ୍ଣ ବାରଣ କରାଯାଇଛି । କେବଳ ମାଟି କିମ୍ବା ପିତଳ କିମ୍ବା ତମ୍ବା କଳସରେ ଜଳ ଆଣିବା ପାଇଁ ଆବେଦନ କରାଯାଇଛି । ଅନ୍ୟପଟେ ଭିଡ଼କୁ ଦୃଷ୍ଟିରେ ରଖି ସୁରକ୍ଷା ଦୃଷ୍ଟିରୁ ବ୍ୟାପକ ପୋଲିଶ ଫୋର୍ସ ମୃତୟନ କରାଯାଇଛି   । 

 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.