ପ୍ରମୂଖ ଖବର
  • ଭୁବନେଶ୍ୱର : ଫିଲ୍ମ ପ୍ରଯୋଜକ ନିରଞ୍ଜନ ରଣା ଗିରଫ, ଜମି ଦେବା ନାଁରେ ଠକେଇ ଅଭିଯୋଗ
  • ||
  • କୋଣାର୍କ : ୨ବାଇକ୍ ମୁହାଁମୁହିଁ ଧକ୍କା; ଜଣେ ମୃତ, ଜଣେ ଗୁରୁତର
  • ||
  • ସାଧାରଣ ଲୋକଙ୍କ ସହ ପୂଜା ମଣ୍ଡପ ବୁଲିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ମା'ଙ୍କୁ ନେଇ ରାଜନୀତି ନକରିବାକୁ ପରାମର୍ଶ
  • ||
  • ସମ୍ୱଲପୁର : ପୋଲିସକୁ ଆକ୍ରମଣ କରି ହାତ ପାପୁଲି ଛିଣ୍ଡାଇଥିବା ଅଭିଯୁକ୍ତକୁ ଏନକାଉଣ୍ଡର, ପାଲଟା ଆକ୍ରମଣରେ ବୁର୍ଲା ଏସଆଇ ଆହତ
  • ||
  • ଗୋପ ବସ୍ତିରେ ଜମିଜମାକୁ ନେଇ ଦୁଇ ପରିବାର ଭିତରେ ହଣା କଟା, ୫ ଗୁରୁତର
  • ||
  • ଢେଙ୍କାନାଳ : ନିର୍ମାଣଧୀନ ହୋଟେଲ ଛାତ ଭୁଶୁଡିବା ଘଟଣା; ତଦନ୍ତ ପାଇଁ ସ୍ବତନ୍ତ୍ର ପ୍ରଶାସନିକ ଟିମ ଗଠନ
  • ||
  • ଯାଜପୁର : ଅଶ୍ଳୀଳ ନୃତ୍ୟକୁ ବିରୋଧ, ନିଶା ମହାରଣାଙ୍କୁ ଚେୟାର ମାଡ
  • ||
  • କଳାହାଣ୍ଡି :ନର୍ଲା ରେଞ୍ଜ ପରିତ୍ୟକ୍ତ କୂଅରେ ପଡ଼ିଲା ଦନ୍ତା ହାତୀ: ସୁରକ୍ଷିତ ଉଦ୍ଧାର କଲା ବନ ବିଭାଗ
  • ||
  • କେନ୍ଦ୍ରାପଡା : ବାଇକ୍ ଆରୋହୀଙ୍କ ଉପରେ ମାଡ଼ିଗଲା ଟ୍ୟାଙ୍କର, ୨ ମୃତ
  • ||
  • ଆଜି ମହାମାୟାଙ୍କ ମହାସପ୍ତମୀ ପୂଜା, ପୂଜା ମଣ୍ଡପରେ ବ୍ୟାପକ ସୁରକ୍ଷା ଆୟୋଜନ
  • ||
  • ଗୁରୁବାର ଠାରୁ ହାଇକୋର୍ଟଙ୍କ ଦଶହରା ଅବକାଶ, ୨୧ ତାରିଖରେ ଖୋଲିବ କୋର୍ଟ
  • ||
  • ଆଉ ନାହାନ୍ତି ଶିଳ୍ପରତ୍ନ ରତନ ଟାଟା, ଶିଳ୍ପରତ୍ନଙ୍କୁ ହରାଇ ଦେଶ ଓ ଦେଶବାସୀ ସ୍ତବ୍ଧ
  • ||
  • ଖୋଲିଲା ଶିମିଳିପାଳ ଜାତୀୟ ଉଦ୍ୟାନ, ଜଙ୍ଗଲ ସଫାରୀ ପାଇଁ କରିବାକୁ ହେବ ପ୍ରି ବୁକିଙ୍ଗ
  • ||
  • ଭୁବନେଶ୍ୱର : ରାସ୍ତାରେ ବୁଲିଲା ୮ ଫୁଟର ଅଜଗର, ଲୋକେ ଆତଙ୍କିତ
  • ||

ସୂର୍ଯ୍ୟମନ୍ଦିର ଜିପିଆର ସର୍ଭେ ଆରମ୍ଭ, ବାଲି ତଳୁ ବାହାରିବ ପୁରାତନ କିର୍ତ୍ତିରାଜୀ

କୋଣାର୍କ,୨୩।୯(ଆପ୍ର) : କଳା ଭାସ୍କର୍ଯ୍ୟର କୀର୍ତ୍ତିବହନ କରୁଥିବା ବିଶ୍ବ ଐତିହ୍ୟ ସୂର୍ଯ୍ୟମନ୍ଦିର ଚତୁଃପାର୍ଶ୍ଵରେ ବହୁ ପୁରାତନ କୀର୍ତ୍ତିରାଜି ବାଲି ତଳେ ପୋତି ହୋଇପଡିଛି। ଏନେଇ ସୋମବାର ଜାତୀୟ ଭୂ- ଭୈତିକ ଗବେଷଣା ସଂସ୍ଥା(ଏନଜିଆରଆଇ)ର ଏକ ଟିମ,ଏଏସଆଇ ବିଭାଗ ମିଳିତ ଭାବେ ଜିପିଆର ସର୍ଭେ ଆରମ୍ଭ କରିଛି। 

ଭାରତୀୟ ପୁରାତତ୍ବ ସର୍ବେକ୍ଷଣ ପୁରୀ ମଣ୍ଡଳ ଅଧିକ୍ଷଣ ପୁରାତତ୍ବବିଦ ଡା. ଦିବିଷଦ ବ୍ରଜସୁନ୍ଦର ଗଡ଼ନାୟକଙ୍କ ତତ୍ବାବଧାନରେ ମନ୍ଦିର ସମ୍ମୁଖସ୍ଥ ଶହେ ଫୁଟ ଓ ଶହେ ଫୁଟରେ ଜିପିଆର ସର୍ଭେ ଆରମ୍ଭ ହୋଇଛି। ପ୍ରାୟ ୫ ଘଣ୍ଟାରୁ ଅଧିକ ସମୟ ହେବ ରେଡ଼ିଓ ଓ୍ବେବ ସାହାଯ୍ୟରେ ୧୫ମିଟର ଭୁତଳକୁ ସ୍କାନି କରାଯାଇଥିଲା। ଏହି ସମୟରେ ଦୁଇଟି ଜାଗାରେ ବାଲି ତଳେ ମୂର୍ତ୍ତି ରହିଥିବା ଜଣାପଡିଛି। ସେହି ସ୍ଥାନକୁ ସଫା କରାଯାଉଛି। ଏହା ଦୁଇ ଦିନ ଧରି ଚାଲିବ। 

ଏହି ସର୍ଭେ ସମୟରେ ଅନ୍ୟମାନଙ୍କ ମଧ୍ୟରେ ଭୃତତ୍ବବିଦ ମାନସ ରଞ୍ଜନ ସ୍ବାଇଁ,ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ ଚିତ୍ତରଞ୍ଜନ ଦାଶ,ଏନଜିଆରଆଇର ଏକେ ପାଣ୍ଡେ ଓ ଗବେଷଣା ସଂସ୍ଥାର ବରିଷ୍ଠ ପଦାଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ। ବାଲି ତଳେ କେତେ ପୁରାତନ କାରୁକାର୍ଯ୍ୟ ମୂର୍ତ୍ତି ସବୁ ରହିଛି ଏହି ଜିପିଆର ସର୍ଭେରେ ଜଣାପଡିବ। ଏବେ ଦୁଇଟି ଯାଗାରେ ମୂର୍ତ୍ତି ରହିଥିବା ଚିହ୍ନଟ ହୋଇଛି। ଖୁବଶୀଘ୍ର ଏହା ଖୋଳାଯିବ ବୋଲି କହିଛନ୍ତି ଅଧିକ୍ଷଣ ପୁରାତତ୍ବବିଦ ଶ୍ରୀ ଗଡନାୟକ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.